Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - India vs Pakistan: ପୁଣି ଜୟଶଙ୍କର ଦେଲେ କଡ଼ା ଚେତାବନୀ, କହିଲେ...

National

India vs Pakistan: ପୁଣି ଜୟଶଙ୍କର ଦେଲେ କଡ଼ା ଚେତାବନୀ, କହିଲେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
India vs Pakistan: ପୁଣି ଜୟଶଙ୍କର ଦେଲେ କଡ଼ା ଚେତାବନୀ, କହିଲେ...

Key Points

ଜୋହାନ ୱାଡେଫୁଲ ସିଧା ସିଧା କହିଛନ୍ତି, 'ଆତଙ୍କବାଦ ବିରୋଧରେ ଯେକୌଣସି ଲଢ଼େଇକୁ ଜର୍ମାନୀ ସମର୍ଥନ କରିବ।'

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବେ ଜର୍ମାନୀ ଗସ୍ତରେ ଅଛନ୍ତି। ବର୍ଲିନ୍ ସହରରେ, ଏସ୍ ଜୟଶଙ୍କର ଜର୍ମାନୀର ଶୀର୍ଷ ନେତୃତ୍ୱଙ୍କୁ ଭେଟି ସ୍ପଷ୍ଟ କରିଛନ୍ତି ଯେ ଭାରତ ଆତଙ୍କବାଦ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହନଶୀଳତା ନୀତିରେ କାମ ଜାରି ରଖିବ। ଆଉ ଏହାର ଜବାବରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲ ମଧ୍ୟ କହିଛନ୍ତି ଯେ ସେ ଆତଙ୍କବାଦ ବିରୋଧରେ ପ୍ରତ୍ୟେକ ଲଢ଼େଇରେ ଭାରତକୁ ସହଯୋଗ କରିବେ।

ଜୋହାନ ୱାଡେଫୁଲ ସିଧା ସିଧା କହିଛନ୍ତି, 'ଆତଙ୍କବାଦ ବିରୋଧରେ ଯେକୌଣସି ଲଢ଼େଇକୁ ଜର୍ମାନୀ ସମର୍ଥନ କରିବ।' ବିଶ୍ୱର କୌଣସି ସ୍ଥାନରେ ବି ଆତଙ୍କବାଦର ସ୍ଥାନ ରହିବା ଉଚିତ୍ ନୁହେଁ। ଆତଙ୍କବାଦ ବିରୋଧରେ ଲଢ଼ୁଥିବା ଯେକୌଣସି ଦେଶକୁ ଆମେ ସମର୍ଥନ କରିବୁ। ଏହା ସହିତ, ଜୟଶଙ୍କର କହିଥିଲେ ଯେ ୭ ମେ’ରେ ଅପରେସନ ସିନ୍ଦୁର ପରେ ସେ ୱାଡେଫୁଲଙ୍କ ସହ ଫୋନ୍‌ରେ କଥା ହୋଇଥିଲେ | ୱାଡେଫୁଲ ଭାରତକୁ ସମର୍ଥନ କରି କହିଥିଲେ, 'ପ୍ରତ୍ୟେକ ଦେଶକୁ ଆତଙ୍କବାଦ ବିରୁଦ୍ଧରେ ନିଜକୁ ସୁରକ୍ଷା ଦେବାର ଅଧିକାର ଅଛି।'

ପାକିସ୍ତାନକୁ ଏସ ଜୟଶଙ୍କରଙ୍କ ତିନି କଡ଼ା ସନ୍ଦେଶ

ବର୍ଲିନରେ ଗଣମାଧ୍ୟମକୁ ସମ୍ବୋଧିତ କରିବା ସମୟରେ, ଏସ୍ ଜୟଶଙ୍କର ସ୍ପଷ୍ଟ କରିଛନ୍ତି ଯେ-

- ଆତଙ୍କବାଦ ବିରୁଦ୍ଧରେ ଭାରତ ତାର ଶୂନ୍ୟ ସହନଶୀଳତା ନୀତି ବଜାୟ ରଖିବ।
- ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଯୋଗୁଁ ପଛକୁ ହଟିବ ନାହିଁ ଭାରତ ।
- ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମସ୍ୟାର ସମାଧାନ ପାଇଁ, ଭାରତ କେବଳ ଦ୍ୱିପାକ୍ଷିକ ଆଲୋଚନା କରିବ ଏବଂ ଏହି ଆଲୋଚନାରେ ଅନ୍ୟ କୌଣସି ଦେଶର ହସ୍ତକ୍ଷେପ ଗ୍ରହଣ କରିବ ନାହିଁ।

ତେବେ ଅପରେସନ ସିନ୍ଦୁର ପରେ, ପାକିସ୍ତାନ ପକ୍ଷରୁ କରାଯାଉଥିବା ଆକ୍ରମଣ ମଧ୍ୟରେ ପରମାଣୁ ଆକ୍ରମଣର ଭୟ ରହିଥିଲା। ଏହା ସହିତ, ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ଆଲୋଚନା ପାଇଁ ପାକିସ୍ତାନ ଆମେରିକାଠାରୁ ସାହାଯ୍ୟ ମାଗିଥିଲା। ଏହି ପ୍ରସଙ୍ଗରେ ଭାରତର ମତ ସର୍ବଦା ସ୍ପଷ୍ଟ ରହିଛି ଯେ ଭାରତ ଏହି ସମସ୍ୟାର ସମାଧାନ ପାଇଁ କେବଳ ଦ୍ୱିପାକ୍ଷିକ ଆଲୋଚନା କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
India vs Pakistan: Jaishankar again gave a stern warning, said... | Argus News