India v/s US: ଭାରତ ସହ ଚୀନ ମିଳାଇଲା ହାତ, ଭୟଭୀତ ହେଲେଣି ଟ୍ରମ୍ପ

Key Points
ଟାରିଫ୍ ଟେନସନ ଭିତରେ ଟ୍ରମ୍ପକୁ ସାବାଡ କରିବାକୁ ବଡ଼ ଷଡ଼ଯନ୍ତ୍ର । ଭାରତକୁ ସମର୍ଥନ ଦେଲାଣି ଚୀନ । କେବଳ ଚୀନ ନୁହେଁ ଏମିତି ଅନେକ ଦେଶ ରଚିଲେଣି ମାଷ୍ଟରପ୍ଲାନ । ସାବାଡ ହେବେ ଟ୍ରମ୍ପ ।
ଶୁଳ୍କ ନେଇ ଆମେରିକା ଏବଂ ଚୀନ ତିକ୍ତତା ପୁରୁଣା । ଆମେରିକା କହୁଛି ଯେ ଚୀନ ତାର ସରକାରୀ କମ୍ପାନୀଗୁଡ଼ିକୁ ବହୁତ ସବସିଡି ଦିଏ, ଯାହା ଯୋଗୁଁ ଅନ୍ୟ ଦେଶର କମ୍ପାନୀଗୁଡ଼ିକ ସେମାନଙ୍କ ସହିତ ପ୍ରତିଯୋଗିତା କରିପାରୁ ନାହାଁନ୍ତି। ଏଥିସହିତ ଚୀନ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବିଦେଶୀ କମ୍ପାନୀଗୁଡ଼ିକୁ ଅଧିକ ସୁଯୋଗ ଦେବା ଉଚିତ ଏବଂ ପେଟେଣ୍ଟ ଇତ୍ୟାଦିରେ ମଧ୍ୟ ପରିବର୍ତ୍ତନ କରିବା ଉଚିତ, ଯାହା ପାଇଁ ଚୀନ୍ ପ୍ରସ୍ତୁତ ନୁହେଁ । ଏନେଇ ଗତ ମେ ମାସରେ ଆମେରିକା ଚୀନ ଉପରେ ୧୪୫% ଶୁଳ୍କ ଲାଗୁ କରିଥିଲା ।
ଏହା ପରେ, ପ୍ରତିଶୋଧ ସ୍ୱରୂପ ୧୨୫% ଶୁଳ୍କ ଲାଗୁ କରିଥିଲା ଚୀନ । କିନ୍ତୁ ଏହି ନିକଟ ସଂଶୋଧିତ ଶୁଳ୍କ ଘୋଷଣାରେ ଚୀନ ପ୍ରତି ଟିକେ ନରମିଛନ୍ତି ଟ୍ରମ୍ପ । ଆଉ ବର୍ତ୍ତମାନ ଆମେରିକା ଚୀନ ଉପରେ ୩୦% ଶୁଳ୍କ ଲାଗୁ କରିଛି । ଆଉ ଚୀନ ଆମେରିକା ଉପରେ ୧୦% ଶୁଳ୍କ ଲାଗୁ କରିଛି। ଏହା ସତ୍ତ୍ବେ ବି ଏବେ ଆମେରିକା ପ୍ରତି ଚୀନ ସ୍ବର କଠୋର ରହିଛି । ଭାରତରେ ଚୀନ୍ ର ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ୍ ଶୁଳ୍କ ପ୍ରସଙ୍ଗରେ ଭାରତ ଏବଂ ବ୍ରାଜିଲକୁ ସମର୍ଥନ କରିଥିବା ବେଳେ ଆମେରିକାକୁ ନିନ୍ଦା କରିଛନ୍ତି । ଗୋଟିଏ ଦମ୍ପତିକୁ ଏକ ଇଞ୍ଚ ଦିଅ ଏବଂ ସେ ଏକ ମାଇଲ୍ ନେଇଯିବ ବୋଲି କହି ଆମେରିକାକୁ କଟାକ୍ଷ କରିଛନ୍ତି ।
ଭାରତ ଉପରେ କାହିଁକି ରାଗିଛନ୍ତି ଟ୍ରମ୍ପ ?
ସବୁରି ମୂଳରେ କ୍ଷମତା ଓ ପତିଆରା । ଅଧିକ ଅର୍ଥ ଉତ୍ପାଦନର ଲାଳସା ଭିତରେ କାମ କରୁନି ଟ୍ରମ୍ପଙ୍କ ମୁଣ୍ଡ । ଭାରତ ଉପରେ ରାଗିବାର କାରଣ ମଧ୍ୟ ସ୍ପଟ । ଜାଣିଛନ୍ତି କି କହିଁକି 50 ପ୍ରତିଶତ ଟାରିଫ ଲଗାଇଛି ଆମେରିକା ?
📱 Get Argus News App
✨
ଆମେରିକା ଋଷ ସମ୍ପର୍କ ସମସ୍ତଙ୍କୁ ଅବଗତ ଥିବ । ସେମାନଙ୍କ ସମ୍ପର୍କ ବାବଦରେ ସମସ୍ତେ ଜାଣନ୍ତି । କିନ୍ତୁ ୟୁକ୍ରେନ ସହ ଯୁଦ୍ଧ କରିବା ଯୋଗୁ ପଶ୍ଚିମ ଦେଶଗୁଡ଼ିକ ରୁଷ ଉପରେ କଟକଣା ଲଗାଇଛନ୍ତି। ଏଥିପାଇଁ ୨୦୨୨ରୁ ରୁଷ ଠାରୁ ଭାରତ ଶସ୍ତାରେ ତେଲ କିଣୁଛି। ରୁଷ ବ୍ୟାରେଲ ପିଛା ୬୦ ଡଲାର ଚାର୍ଜ କରି ରିହାତିରେ ତେଲ ଯୋଗାଣ କରୁଛି। ଏଥିପାଇଁ ଭାରତ ମଧ୍ୟ ଫାଇଦା ପାଉଛି । ଶକ୍ତି ବିଲ ସଂରକ୍ଷିତ ହୋଇ ପାରୁଛି। ଏହି ଡିଲ ପାଇଁ ଭାରତର ପ୍ରମୁଖ ଯୋଗାଣକାରୀ ଦେଶ ପାଲଟି ଯାଇଛି ରୁଷ।
୨୦୨୦ରେ ରୁଷ ଠାରୁ ଭାରତ ୧.୭% ଅଶୋଧିତ ତୈଳ ଆମଦାନୀ କରିଥିଲା। କିନ୍ତୁ ୨୦୨୫ରେ ଏହା ୩୫.୧% ହୋଇଯାଇଛି। ୨୦୨୫ ଆର୍ଥିକ ବର୍ଷରେ ଭାରତ ମୋଟ ୨୪୫ ମିଲିୟନ ମେଟ୍ରିକ ଟନ୍ ଅଶୋଧିତ ତୈଳ ଆମଦାନୀ କରିଥିବା ବେଳେ ଏହା ମଧ୍ୟରେ ୮୮ ଏମଏମଟି କେବଳ ରୁଷରୁ ଆସିଛି।
ରୁଷ ସହ ଭାରତର ପ୍ରତିରକ୍ଷା ଓ ଏନର୍ଜୀ ସମ୍ପର୍କ କଥା ଉଲ୍ଲେଖ କରି ଟ୍ରମ୍ପ କହିଛନ୍ତି, “ସେମାନେ ସବୁବେଳେ ରୁଷ ଠାରୁ ବଡ଼ବଡ଼ ଓ ବିପୁଳ ପରିମାଣର ସାମରିକ ଜିନିଷ ଆଣୁଛନ୍ତି। ଚାଇନା ଭଳି ଭାରତ ମଧ୍ୟ ରୁଷ ଠାରୁ ଅଧିକ ତେଲ କିଣୁଛି। ୟୁକ୍ରେନରେ ରୁଷ ହତ୍ୟା ବନ୍ଦ କରୁ ବୋଲି ପୂରା ଦେଶ ଚାହୁଁଥିବା ବେଳେ ଏପରି ବ୍ୟବସାୟ ଆଦୌ ଠିକ ନୁହେଁ। ତେଣୁ ଭାରତ ଉପରେ 50 ପ୍ରତିଶତ ଟାରିଫ ଲଗାଇଛନ୍ତି ଟ୍ରମ୍ପ । ଏହାକୁ ନିଜେ ସେ ସ୍ୱୀକାର କରିଛନ୍ତି ।
କେବଳ ଭାରତ ନୁହେଁ ବ୍ରାଜିଲ, ସ୍ୱୀଜରଲ୍ୟାଣ୍ଡ, କାନାଡ଼ା ସମେତ ଚୀନ ଓ ଋଷିଆ ଉପରେ ମଧ୍ୟ ଅହେତୁକ ଟାରିଫ ଲଗାଇଛନ୍ତି ଟ୍ରମ୍ପ । ସେପଟେ ଏହି ସବୁ ଦେଶ ଟ୍ରମ୍ପଙ୍କ ବାଚଳାମୀକୁ ନେଇ କ୍ଷୁବ୍ଧ । ଖୁବଶୀଗ୍ର ଡୋଲାନ୍ଡ ଟ୍ରମ୍ପକୁ ପାନେ ଦେବାକୁ ପ୍ରସ୍ତୁତ କରୁଛନ୍ତି ବୁଲ ପ୍ରିଣ୍ଟ ।
ଏକାଠି ବିକ୍ସ ରାଷ୍ଟ୍ର
ଟ୍ରମ୍ପଙ୍କ ଟାରିଫ୍ ମାଡ ପରେ ଭାରତ ବ୍ରାଜିଲ, ରୁଷ ଏବଂ ଚୀନ୍ ସହିତ କୂଟନୀତିକୁ ମଜବୁତ କରି ଟ୍ରମ୍ପଙ୍କ ଏକପାଖିଆ ନୀତିକୁ ଚ୍ୟାଲେଞ୍ଜ କରିଛି। ଯାହା ବ୍ରିକ୍ସର ଏକ ଅଂଶ । ଏହା ବିଶ୍ୱ ସ୍ତରରେ ଭାରତର ବଢ଼ୁଥିବା ଶକ୍ତି ଏବଂ ଏହାର ସ୍ୱାଧୀନ ବୈଦେଶିକ ନୀତିର ସ୍ପଷ୍ଟ ସୂଚନା। ଏଥିସହିତ ବ୍ରିକ୍ସ ସମର୍ଥକ ବ୍ୟବହାରକାରୀମାନେ ପରାମର୍ଶ ଦେଇଛନ୍ତି ଯେ ଏବେ ଏସୀୟ ଅର୍ଥନୀତିଗୁଡ଼ିକ ଆମେରିକାର ଟାରିଫ୍ ନୀତିକୁ ମୁକାବିଲା କରିବା ପାଇଁ ଏକାଠି ହେବା ଉଚିତ। ଅନେକ ଆଫ୍ରିକୀୟ ସଂଘକୁ ବ୍ରିକ୍ସର ସଦସ୍ୟ କରିବାକୁ ମଧ୍ୟ ଦାବି କରିଯାଇଛି । ଯାହା ଏବେ ଟ୍ରମ୍ପଙ୍କୁ ଭାରି ପଡିପାରେ ।