Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

'ଭାରତୀୟଙ୍କୁ ନିଜ ସେନାରେ ନେବା ବନ୍ଦ କର'

Smruti Parija
Browse all articles by Smruti Parija
·10 months ago·1 min read
'ଭାରତୀୟଙ୍କୁ ନିଜ ସେନାରେ ନେବା ବନ୍ଦ କର'

Key Points

ଋଷିଆକୁ ଭାରତର ତାଗିଦ୍
ଭାରତୀୟଙ୍କୁ ନିଜ ସେନାରେ ନେବା ବନ୍ଦ କର

ଭାରତର ଆପତ୍ତି ସତ୍ତ୍ୱେ ଏବେ ବି ଅନେକ ଭାରତୀୟ ନାଗରିକ ରୁଷିଆ ସେନାରେ କାମ କରୁଛନ୍ତି । ଏନେଇ ଖବର ମିଳିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଏକ କଠୋର ପରାମର୍ଶ ଜାରି କରିଛି । ବୈଦେଶିକ ବ୍ୟାପାର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ନିକଟରେ ରୁଷ୍ ସେନାରେ ନିଯୁକ୍ତି ପାଇଥିବା ଭାରତୀୟ ନାଗରିକଙ୍କ ବିଷୟରେ ଆମେ ରିପୋର୍ଟ ଦେଖିଛୁ । ଗତ ଏକ ବର୍ଷ ମଧ୍ୟରେ ସରକାର ଅନେକ ଥର ଏଥିରେ ଥିବା ବିପଦକୁ ସୂଚାଇଛନ୍ତି ଏବଂ ଭାରତୀୟ ନାଗରିକମାନଙ୍କୁ ସତର୍କ କରାଇଛନ୍ତି । ଭାରତ ଉଭୟ ନୂଆଦିଲ୍ଲୀ ଓ ମସ୍କୋରେ ରୁଷ୍ କର୍ତ୍ତୃପକ୍ଷଙ୍କ ସହ ଏହି ପ୍ରସଙ୍ଗ ଉଠାଇଛି।


ଭାରତ ନାଗରିକମାନଙ୍କୁ ଚେତବାନୀ ଦେଇ ରୁଷ୍ ସେନାରେ ନିଯୁକ୍ତି ପ୍ରଲୋଭନର ଶିକାର ନ ହେବାକୁ ପରାମର୍ଶ ଦେଇଛି । ବୈଦେଶିକ ବ୍ୟାପାର ମନ୍ତ୍ରାଳୟରେ ମୁଖପାତ୍ର କହିଛନ୍ତି ଯେ ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ।

ରୁଷିଆ ଓ ୟୁକ୍ରେନ ମଧ୍ୟରେ 2022 ମସିହାରୁ ଯୁଦ୍ଧ ଲାଗି ରହିଛି । ଦୁଇ ଜଣ ଭାରତୀୟ ନାଗରିକଙ୍କ କହିବା କଥା ୟୁକ୍ରେନ ସହ ଯୁଦ୍ଧ ସମୟରେ ସେମାନେ ଧରା ପଡିଛନ୍ତି । ରୁଷ୍ ପକ୍ଷରୁ ସେମାନଙ୍କୁ ଯୁଦ୍ଧ କରିବାକୁ ବାଧ୍ୟ କରାଯାଉଛି । ସେମାନଙ୍କ ସହ ଆଉ 13 ଜଣ ଥିବା ସେମାନେ ଦାବି କରିଛନ୍ତି । ଦିଲ୍ଲୀରେ ଥିବା ରୁଷ ଦୂତାବାସ 10 ଅଗଷ୍ଟ, 2024 ରେ କହିଥିଲା ​​ଯେ ଏହା ଆଉ ଭାରତୀୟମାନଙ୍କୁ ନିଯୁକ୍ତି ଦେଉନାହିଁ । ହେଲେ ଏବେ ଏହି ଘଟଣା ସାମନାକୁ ଆସିବା ପରେ MEA ଭାରତୀୟଙ୍କୁ ରୁଷର୍ ପ୍ରଲୋଭନର ଶିକାର ନ ହେବାକୁ ସତର୍କ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
india-warns-nationals-against-russian-army-recruitment-argus-news | Argus News