Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଯେଉଁଠି ସୁଲଭ ମୂଲ୍ୟରେ ତେଲ ମିଳିବ ସେଠାରୁ କିଣିବୁ: ଭାରତ

Banajyotshna Ray
Browse all articles by Banajyotshna Ray
·10 months ago·1 min read
ଯେଉଁଠି ସୁଲଭ ମୂଲ୍ୟରେ ତେଲ ମିଳିବ ସେଠାରୁ କିଣିବୁ: ଭାରତ

Key Points

ଆମେରିକାକୁ ଚ୍ୟାଲେଂଜ
ତେଲ କିଣାକୁ ନେଇ ଆମେରିକାକୁ ସିଧାସଳଖ ଭାରତର ଚ୍ୟାଲେଂଜ
ଯେଉଁଠି ସୁଲଭ ମୂଲ୍ୟରେ ତେଲ ମିଳିବ ସେଠାରୁ କିଣିବ ଭାରତ


ତେଲ କିଣାକୁ ନେଇ ଆମେରିକାକୁ ସିଧାସଳଖ ଚ୍ୟାଲେଂଜ ଦେଇଛି ଭାରତ । ଭାରତୀୟ କମ୍ପାନୀମାନେ ଯେଉଁଠାରୁ ସୁଲଭ ମୂଲ୍ୟରେ ତେଲ ମିଳିବ ସେଠାରୁ ତେଲ କିଣିବେ ବୋଳି କହିଛନ୍ତି ରୁଷିଆରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂରତ ବିନୟ କୁମାର । ଭାରତ ସବୁବେଳେ ଦେଶବାସୀଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେଇଛି । ୧୪୦କୋଟି ଦେଶବାସୀଙ୍କୁ ଶକ୍ତି ସୁରକ୍ଷା ଯୋଗାଇବା ଆମର ଦାୟିତ୍ବ । ରୁଷିଆଠାରୁ ଭାରତ ତେଲ ଓ ଯୁଦ୍ଧ ସାମଗ୍ରୀ କିଣୁଥିବାରୁ ଆମେରିକା ଖପ୍ପା । ଏଥିଯୋଗୁଁ ଭାରତ ଉପରେ ଆମେରିକା ୫୦ ପ୍ରତିଶତ ଟାରିଫ୍ ଲଗାଇଛି । ଏଥିରେ କିନ୍ତୁ ଭାରତ ଦବି ନଯାଇ ରୁଷିଆ ଠାରୁ ଏବେ ମଧ୍ୟ ତେଲ କିଣା ଜାରି ରଖିଛି । 


ଆମେରିକା ଏବଂ ଭାରତ ମଧ୍ୟରେ ଉତ୍ତେଜନାର ପରିସ୍ଥିତି ଏବେବି ଲାଗି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଗାତାର ଚାପ ପକାଉଛନ୍ତି। ସେ ଭାରତକୁ ରୁଷିଆରୁ ତେଲ କିଣିବାକୁ ନେଇ ରାଗି ଯିବା ସହ ଏହି କାରଣରୁ ସେ ୫୦ପ୍ରତିଶତ ଶୁଳ୍କ ମଧ୍ୟ ଲଗାଇଛନ୍ତି। ତଥାପି, ଭାରତ ଏହି ପ୍ରସଙ୍ଗରେ ନିଜର ମତ ସ୍ପଷ୍ଟ କରିଛି। ଭାରତ କହିଛି ଯେ ସେ ଯେଉଁଠାରୁ ଶସ୍ତାରେ ତେଲ ପାଇବ ସେଠାରୁ ତେଲ କିଣିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Will Buy Oil From Wherever It Gets "Best Deal": Indian Envoy To Russia || Argus News | Argus News