Videos
|
National

ଆତଙ୍କବାଦ ଶେଷ ହେବା ଯାଏ ଲଢେଇ ହେବ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆତଙ୍କବାଦ ଶେଷ ହେବା ଯାଏ ଲଢେଇ ହେବ

ଖୋଜିଖୋଜି ମରାଯିବ ଆତଙ୍କାବାଦୀଙ୍କୁ। କାହାରିକୁ ଛଡା ଯିବ ନାହିଁ। ଯିଏ ଯେଉଁଠି ଲୁଚିଥିଲେ ବି ତାକୁ ବହାର କରାଯିବ। ଏ ଲଢେଇ କେବଳ ଭାରତର ନୁହେଁ, ସାରା ବିଶ୍ବ ରହିଛି ଭାରତ ସହିତ। ଏମିତି କିଛି କହି ଆଜି ଆତଙ୍କବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହା।


ସେ ଆହୁରି ମଧ୍ୟ କହିଛନ୍ତି କାପୁରୁଷଙ୍କ ଭଳି ଆକ୍ରମଣ କରି ଭାବୁଛନ୍ତି ସେମାନଙ୍କର ବିଜୟ ହୋଇଛି। ହେଲେ ଏ ସରକାର ନରେନ୍ଦ୍ର ମୋଦିଙ୍କ ସରକାର। ଏଠି କାହାରିକୁ ଛହାଯିବ ନାହିଁ। ଆତଙ୍କବାଦର ମୂଳୋତ୍ପାଟନ କରିବା ପାଇଁ ସରକାର ନେଇଛନ୍ତି ଦୃଢ ସଂକଳ୍ପ। ଯିଏ ପହଲଗାମରେ ଏମିତି କାଣ୍ଡ କରିଛନ୍ତି ତାଙ୍କୁ ନିଶ୍ଚୟ ଦଣ୍ଡ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦୀଙ୍କୁ କ୍ଷମା ଦିଆଯିବ ନାହିଁ। ଏହାର ପ୍ରତିଶୋଧ ନିଶ୍ଚୟ ନିଆଯିବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଗତ ରବିବାର ହୋଇଥିବା ମନକି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ପୀଡିତ ପରିବାର ନ୍ୟାୟ ପାଇବେ ଆଉ ଆତଙ୍କବାଦର କଡା ଯବାବ ଦିଆଯିବ। ସେହିଭଳି ଏପ୍ରିଲ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ସେନାକୁ ସମ୍ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି।


କାର୍ଯ୍ୟର ପଦ୍ଧତି, ଲକ୍ଷ୍ୟ ଏବଂ ସମୟ ନିଷ୍ପତ୍ତି ନେବା ସହ ଆତଙ୍କବାଦ୍ ଶେଷ ପାଇଁ ସେନାକୁ ସବୁଜ ସଙ୍କେତ ଦିଆଯାଇଛି। ୩ ସେନା ମିଳିତ ନିଷ୍ପତ୍ତି ନେବେ ଯେ ସେମାନେ କିପରି ଏବଂ କେବେ ଆଟାକ୍‌ କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ତିନି ସଶସ୍ତ୍ର ବାହିନୀର ମୁଖ୍ୟଙ୍କ ସମେତ ଦେଶର ଶୀର୍ଷ ପ୍ରତିରକ୍ଷା ଅଧିକାରୀ ଏହି ବୈଠକରେ ସାମିଲ ଥିଲେ।