Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆତଙ୍କବାଦ ଓ ଆତଙ୍କୀଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ଛାତି ଉପରେ ଆଘାତ ଦିଆଯାଇଛି : କେନ୍ଦ୍ରମନ୍ତ୍ରୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆତଙ୍କବାଦ ଓ ଆତଙ୍କୀଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ଛାତି ଉପରେ ଆଘାତ ଦିଆଯାଇଛି : କେନ୍ଦ୍ରମନ୍ତ୍ରୀ

ଅପରେସନ୍ `ସିନ୍ଦୂର'କୁ ନେଇ DGMOଙ୍କ ପ୍ରେସ୍‌ମିଟ୍ ପରେ କେନ୍ଦ୍ରମନ୍ତ୍ରୀଙ୍କ `X' ପୋଷ୍ଟ । ଆତଙ୍କବାଦ ଓ ଆତଙ୍କୀଙ୍କୁ ଆଶ୍ରୟ ଦେଉଥିବା ଲୋକଙ୍କ ଛାତି ଉପରେ ସିଧା ଆଘାତ ଦିଆଯାଇଛି । ଗତକାଲି ଭାରତୀୟ ସେନାର ସାମ୍ବାଦିକ ସମ୍ମିଳନୀ ପରେ ଏହା ସ୍ପଷ୍ଟ ହୋଇଗଲା । ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳଗୁଡ଼ିକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଭାରତ ଆତଙ୍କବାଦକୁ ଆଦୌ ସହ୍ୟ କରିବ ନାହିଁ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଗତକାଲି DGMO ପ୍ରେସମିଟ୍ କରି ପାକିସ୍ତାନ ଆକ୍ରମଣର ସମ୍ପୁର୍ଣ୍ଣ ସତ ସାମ୍ନାକୁ ଆଣିଛନ୍ତି । ଅପରେସନ ସିନ୍ଦୁରରେ ଧ୍ବଂସ ହୋଇଛି ଆତଙ୍କବାଦୀଙ୍କ ଆଡ୍ଡା । ଭାରତର ଆକ୍ରମଣ ଭୟରେ ଆତଙ୍କୀ ଆଡ୍ଡାକୁ ଖାଲି କରାଯାଇଥିଲା । ପାକିସ୍ତାନରେ 9ଟି ଆତଙ୍କବାଦୀ ଠିକଣା ଧ୍ବଂସ କରାଯିବା ସହ ଅପରେସନରେ ଶହେରୁ ଅଧିକ ଆତଙ୍କବାଦୀ ନିପାତ ହୋଇଛନ୍ତି । ପହଲଗାମ ହମଲାର ପ୍ରତିଶୋଧ ପାଇଁ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁରରେ କେବଳ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରାଯାଇଥିଲା । ପାକିସ୍ତାାନରେ 3 ବଡ଼ ଆତଙ୍କବାଦୀ ମୁଦସର ଖାସ୍, ହାଫିଜ୍ ଜମିଲ, ୟୁସୁଫ୍ ଆଜହର ନିପାତ ହୋଇଥିବା ମିଳିତ ପ୍ରେସମିଟରେ କହିଛନ୍ତି DGMO । ପାକିସ୍ତାନ ଓ POKରେ ଅନେକ ଆତଙ୍କୀ ଆଡ୍ଡା ଧ୍ବସ୍ତ ହୋଇଛି । ୧୦୦ ଜଣ ଆତଙ୍କବାଦୀ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India will have zero tolerance for terrorism, says Union Education Minister Dharmendra Pradhan | Argus News