Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପଶ୍ଚିମ ମରୁଭୂମି ପାକିସ୍ତାନ ସୀମାରେ ଯୁଦ୍ଧ କ୍ଷମତା ବଢ଼ାଇବ ଭାରତ

National

ପଶ୍ଚିମ ମରୁଭୂମି ପାକିସ୍ତାନ ସୀମାରେ ଯୁଦ୍ଧ କ୍ଷମତା ବଢ଼ାଇବ ଭାରତ

Ritu Das
Browse all articles by Ritu Das
·2 years ago·1 min read
ପଶ୍ଚିମ ମରୁଭୂମି ପାକିସ୍ତାନ ସୀମାରେ ଯୁଦ୍ଧ କ୍ଷମତା ବଢ଼ାଇବ ଭାରତ

ଅର୍ଗସ ବ୍ୟୁରୋ: ପଶ୍ଚିମ ମରୁଭୂମି ପାକିସ୍ତାନ ସୀମାରେ ଯୁଦ୍ଧ କ୍ଷମତା ବଢ଼ାଇବ ଭାରତ । ମୁତୟନ ହେବ ଆପାଚି ହେଲିକପ୍ଟର । ଯୋଧପୁରର ଏକ ସାମରିକ ଷ୍ଟେସନରେ ୬ଟି ଆପାଚି ହେଲିକପ୍ଟର ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ସେନା । 50 ଫୁଟ ଚଉଡ଼ା ଏବଂ 60 ଫୁଟ ଉଚ୍ଚତା ବିଶିଷ୍ଟ ଆପାଚିକୁ ଉଡ଼ାଇବା ପାଇଁ ଦୁଇ ପାଇଲଟଙ୍କ ଆବଶ୍ୟକତା ରହିଛି । ଆପାଚିର ବଡ଼ ୱିଙ୍ଗ ଚଲାଇବା ପାଇଁ ରହିଛି ଦୁଇଟି ଇଞ୍ଜିନ । ଏହାର ସ୍ଫିଡ୍‌ ଆଗରେ ଧୂଳି ଚାଟିବ ଶତ୍ରୁପକ୍ଷର ଲଢ଼ୁଆ ବିମାନ । ଦୁଇ ମିଟର ଲମ୍ବର ଆପାଚି ହେଲିକପ୍ଟର ଘଣ୍ଟା ପ୍ରତି 280 କିମି ବେଗରେ ଗତି କରିବ । 

ରାଡାର ବ୍ୟବହାର କରି ବି ଶତ୍ରୁପକ୍ଷ ଆପାଚିକୁ ଠାବ କରିପାରିବେ ନାହିଁ । କିନ୍ତୁ ନିଜର ମିଲିମିଟର ୱେବ୍‌ ରାଡାର ସହାୟତାରେ ଏହା ଶତ୍ରୁପକ୍ଷର ଉପସ୍ଥିତିକୁ ଜାଣିବା ସହ ଏହାର ଧଜିଆ ଉଡ଼ାଇବାର କ୍ଷମତା ରଖିଛି ଆପାଚି । ଶତ୍ରୁପକ୍ଷର ଲଢ଼ାକୁ ବିମାନକୁ ଗାଇଡେଡ୍‌ ହେଲଫାୟର ମିସାଇଲ, ହାଇଡ୍ରା-70 ଆଣ୍ଟି ଆର୍ମର ରକେଟ ଏବଂ 30 ମିଲିମିଟର ଗନ୍‌ରେ ବରବାଦ କରିବ ଆପାଚି ହେଲିକପ୍ଟର । ଆମେରିକା ଦ୍ୱାରା ନିର୍ମିତ ଆପାଚି ହେଲିକପ୍ଟର AH -64E ଦୁନିଆର ସବୁଠୁ ଆଡଭାନ୍ସ ମଲ୍ଟି ରୋଲ କମ୍ବୋଟ ହେଲିକପ୍ଟର। 

ଅଧିକ ପଢ଼ନ୍ତୁ ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India will increas | Argus News