Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସିନ୍ଦୂର ପାଇଁ ଗଠନ ହେଲା ପ୍ରତିନିଧି ଦଳ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ସିନ୍ଦୂର ପାଇଁ ଗଠନ ହେଲା ପ୍ରତିନିଧି ଦଳ

Key Points

ଗଠନ ହେଲେ ସର୍ବଦଳୀୟ କମିଟି

ଜାଣନ୍ତୁ କିଏ ରହିଛନ୍ତି କମିଟିରେ 

ଅପରେସନ ସିନ୍ଦୂରର ଆଭିମୁଖ୍ୟ ନେଇ ସାରା ବିଶ୍ବକୁ ଜଣାଇବ ଭାରତ। ଏନେଇ ଏକ ର୍ବଦଳୀୟ କମିଟି ଗଠନ କରାଯାଇଛି। ଏହି ୭ ଜଣିଆ ପ୍ରତିନିଧିମଣ୍ଡଳି ମାସ ଶେଷରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନଙ୍କ ସମେତ ପ୍ରମୁଖ ଅଂଶୀଦାର ଦେଶଗୁଡ଼ିକୁ ଗସ୍ତ କରି ସେଠାରେ ସିନ୍ଦୂରର ଅଭିମୁଖ୍ୟ ନେଇ ଅବଗତ କରାଇବା ସହ ଆତଙ୍କବାଦ ବିରୋଧରେ ଭାରତର ଶୂନ୍ୟ ସହନଶୀଳତା ନୀତି ଉପସ୍ଥାପନ କରିବେ।


ଏହି କମିଟିରେ ବିଭିନ୍ନ ଦଳର ସାଂସଦ ସଦସ୍ୟ ରହିଛନ୍ତି। କଂଗ୍ରେସରୁ ଶଶି ଥରୁର, ବିଜେପିରୁ ରବି ଶଙ୍କର ପ୍ରସାଦ, ଜେଡିୟୁରୁ ସଞ୍ଜୟ କୁମାର ଝା, ବିଜେପିରୁ ବୈଜୟନ୍ତ ପଣ୍ଡା, ଡିଏମକେରୁ କାନିମୋଜି କରୁଣାନିଧି, ଏନସିପିରୁ ସୁପ୍ରିୟା ସୁଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ଅଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

https://x.com/KirenRijiju/status/1923588921365069973?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1923588921365069973%7Ctwgr%5E8fb5c4bd123f8036056bdea096afbb5b2b14accf%7Ctwcon%5Es1_c10&ref_url=https%3A%2F%2Fsambad.in%2Findia-and-beyond%2Foperation-sindoor7-all-party-delegations-are-set-to-visit-partner-countries-soon-9077791


ଜାତିସଂଘରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଥିବାରୁ କଂଗ୍ରେସରୁ ଶଶିଥରୁରୁଙ୍କୁ ଚୟନ କରାଯାଇଛି। ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ କମିଟି ଗଠନ କରାଯାଇଛି। ଏମାନେ ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ ।

Sponsored
India will inform the whole world about the direction of Operation Sindoor | Argus News