Videos
|
National

ଭାରତ ତିଆରି କରିବ ଅଧିକ ଯୁଦ୍ଧ ବିମାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଭାରତ ତିଆରି କରିବ ଅଧିକ ଯୁଦ୍ଧ ବିମାନ

Key Points

ଭୟରେ ରହିଛି ପାକିସ୍ତାନ

ଏବେ ଆଖି ଉଠେଇଲେ ପରିଣାମ ଭୟଙ୍କର

ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଅଘୋଷିତ ଯୁଦ୍ଧରେ ପରାକ୍ରମ ଦେଖାଇଥିଲା ଭାରତୀୟ ଯୁଦ୍ଧ ବିମାନ। ପାକିସ୍ତାନ ଭିତରେ ପଶି ଆତଙ୍କୀଆଡ୍ଡା ଉପରେ କରାଯାଇଥିଲା ମିଶାଇଲ୍‌ ମାଡ଼। ଭାରତୀୟ ବାୟୁବୀରଙ୍କ ଅଦମ୍ୟ ସାହାସକୁ ସାଲୁଟ୍‌ କରୁଛି ସାରା ଦେଶ। ତେବେ ଏହାରି ଭିତରେ ଭାରତର ଯୁଦ୍ଧ ବିମାନକୁ ନେଇ ଆସିଛି ବଡ଼ ଖବର।

ଲାଇଟ୍ କମ୍ବାଟ୍ ଏୟରକ୍ରାଫ୍ଟ ତେଜସର ପୂର୍ବତଟ ମୁଖ୍ୟ ଡିଜାଇନର କୋଟା ହରିନାରାୟଣ କହିଛନ୍ତି ଯେ ଭାରତ ଯଥା ଶୀଘ୍ର ନିଜ ସାମର୍ଥ୍ୟରେ ଯୁଦ୍ଧ ବିମାନ ନିର୍ମାଣ କରିବାକୁ ଯାଉଛି। ଯାହା ମିତ୍ର ଦେଶମାନଙ୍କୁ ମଧ୍ୟ ଦିଆଯିବ। ଏଥିପାଇଁ ଏକ ପୂର୍ଣ୍ଣକାଳ ପ୍ରସ୍ତୁତି ଚାଲିଛି।


ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ନିଜ ପାଇଁ ଯୁଦ୍ଧ ବିମାନ ତିଆରି କରିବାରେ ସମ୍ପୂର୍ଣ୍ଣ ଆତ୍ମନିର୍ଭର ହେବ। ସେ ଆହୁରି ମଧ୍ୟ କହିଛନ୍ତି ଆମର ଟକନୋଲୋଜି ଛୋଟ ଓ ମଧ୍ୟମ ଯୁଦ୍ଧ ବିମାନ ତିଆରି ପାଇଁ ଭିତ୍ତିଭୂମି ରହିଛି। ଆଗକୁ ବଡ଼ ବିମାନ ପାଇଁ ଟେକନୋଲୋଜିକୁ ବିକଶିତ କରାଯାଉଛି। ଯାହା ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଅନ୍ୟଦେଶକୁ ଭବିଷ୍ୟତରେ ବିକ୍ରି କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: