Videos
|
National

ଆଜି ଅଲିମ୍ପିକ୍ସରେ ପୁରୁଷ ହକି କ୍ବାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ

Manini Pattanayak
Browse all articles by Manini Pattanayak
·2 years ago·1 min read
ଆଜି ଅଲିମ୍ପିକ୍ସରେ ପୁରୁଷ ହକି କ୍ବାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ

ନୂଆଦିଲ୍ଲୀ:  ଆଜି ଅଲିମ୍ପିକ୍ସରେ ପୁରୁଷ ହକି କ୍ବାର୍ଟର ଫାଇନାଲରେ ଗ୍ରେଟ୍ ବ୍ରିଟେନକୁ ଭେଟିବ ଭାରତ। ଦିନ  ୧.୩୦ ରେ ଆରମ୍ଭ ହେବ ମ୍ୟାଚ୍।  ଶୁକ୍ରବାର ଅଲିମ୍ପିକ୍ସର ଗ୍ରୁପ ପର୍ଯ୍ୟାୟର ସମସ୍ତ ମ୍ୟାଚ୍‌ ଶେଷ ହେବା ପରେ କ୍ୱାର୍ଟର ଫାଇନାଲ ଲାଇନ ଅପ ଚୂଡ଼ାନ୍ତ ହୋଇଛି।

ଭାରତ ଶେଷ ଗ୍ରୁପ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଥିଲା। ଏହି ବିଜୟ ପରେ ଭାରତ ଗ୍ରୁପ ବିର ଦ୍ୱିତୀୟ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ବେଲଜିୟମ ୧ନଂ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ତୃତୀୟ ଓ ଆର୍ଜେଣ୍ଟିନା ଗ୍ରୁପ ବିରୁ ୪ର୍ଥ ଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଗ୍ରୁପ ଏରୁ ଜର୍ମାନୀ, ନେଦରଲ୍ୟାଣ୍ଡ୍ସ, ଗ୍ରେଟ ବ୍ରିଟେନ ଓ ସ୍ପେନ କ୍ୱାର୍ଟରକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ବେଲଜିୟମ କ୍ୱାର୍ଟର ଫାଇନାଲରେ ସ୍ପେନକୁ ଭେଟିବାକୁ ଥିବା ବେଳେ ଭାରତ ସହ ଗ୍ରେଟ ବ୍ରିଟେନର ଲଢ଼େଇ ହେବ।  

ଅଧିକ ପଢନ୍ତୁ  କ୍ରୀଡା  ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India will meet Great Britain in the Olympics today | Argus News