ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ
·1 year ago·1 min read

Key Points
ଭାରତ ଓ ଚୀନ୍ ସମ୍ପର୍କରେ ସୁଧାର
ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ
ଆଜି ଠାରୁ ଭାରତ ଆସିବାକୁ ଚୀନ ନାଗରିକଙ୍କୁ ମିଳିବ ପର୍ଯ୍ୟଟନ ଭିସା
ଭାରତ ଓ ଚୀନ୍ ସମ୍ପର୍କରେ ସୁଧାର । ଦୀର୍ଘ ପାଞ୍ଚ ବର୍ଷ ପରେ ପୁଣି ଭାରତ ଭ୍ରମଣରେ ଆସିବେ ଚୀନ ନାଗରିକ । ଆଜି ଠାରୁ ଭାରତ ଆସିବାକୁ ଚୀନ ନାଗରିକଙ୍କୁ ମିଳିବ ପର୍ଯ୍ୟଟନ ଭିସା । ୨୦୨୦ରେ ଗଲୱାନ୍ ଉପତ୍ୟକାରେ ସାମରିକ ସଂଘର୍ଷ ପରେ ଉଭୟ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ଉଭୟ ଦେଶର କୂଟନୈତିକ ପ୍ରୟାସ ପରେ ସମ୍ପର୍କ ସୁଧୁରିବାରେ ଲାଗିଛି।
ଚୀନ୍ରେ ଥିବା ଭାରତୀୟ ଦୂତାବାସ ସୋସିଆଲ ମିଡିଆ ପ୍ଲାଟଫର୍ମ ୱେଇବୋରେ ଭିସା ଆବେଦନ ପ୍ରକ୍ରିୟା ବିଷୟରେ ସୂଚନା ଦେଇଛି। ଚଳିତବର୍ଷ ଆରମ୍ଭରେ ଉଭୟ ଦେଶ ଭାରତୀୟ ତୀର୍ଥଯାତ୍ରୀଙ୍କୁ କୈଳାସ ମାନସରୋବର ଯାତ୍ରା କରିବାକୁ ଅନୁମତି ଦେବା ସହିତ ସିଧାସଳଖ ବିମାନ ଚଳାଚଳ ଓ ଭିସା ପ୍ରଦାନ ପ୍ରକ୍ରିୟା ପୁନଃ ଆରମ୍ଭ କରିବାକୁ ନୀତିଗତ ଭାବରେ ସହମତ ହୋଇଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର: