India pakistan War : ଆଉ ଚାଲାକି କରି ପାରିବନି ପାକିସ୍ତାନ

ଆତଙ୍କବାଦକୁ ବିନାଶ କରିବାକୁ ସଂକଳ୍ପ ନେଇଛି ଭାରତ। ଏଣିକି ଆତଙ୍କୀ କାର୍ଯ୍ୟ କଳାପକୁ ଯୁଦ୍ଧ ବୋଲି ବିବେଚନା କରିବ ଭାରତ। ଅର୍ଥାତ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତ ପଠାଇ ଯେଉଁ ଚୁପ୍ ସୈତାନ ଖେଳ ଖେଳୁଛି ଏବେ ତାକୁ ମୁହଁ ତୋଡ ଜବାବ ଦେବ ଭାରତ।
ଆତଙ୍କୀ ଆକ୍ରମଣକୁ ଭାରତ ଯୁଦ୍ଧ ଡାକରା ବୋଲି ବିବେଚନା କରିବ। ଏନେଇ ନିୟମ ଆଣୁଛି ଭାରତ। ଏମିତି ହେଲେ ଭାରତ ସିଧାସଳଖ ଯୁଦ୍ଧ ଭଳି ଆକ୍ରମଣ କରିବ ଶତ୍ରୁ ରାଷ୍ଟ୍ର ଉପରେ।
📱 Get Argus News App
✨ବହୁ ସମୟରେ ପାକିସ୍ତାନ ଆତଙ୍କବାଦର ନା ନେଇ ଭାରତରେ ବ୍ୟାପକ କ୍ଷତି ଘଟାଉଛି। ପରବର୍ତ୍ତୀ ସମୟରେ ବିଶ୍ବ ସମୁଦାୟ ଆଗରେ କିଛି ନଜାଣିବା ଭଳି ପ୍ରସଙ୍ଗ ଉଠାଉଛି। ଆତଙ୍କୀ ଆକ୍ରମଣ ଘଟଣାରେ ସାମିଲ ନଥିବା ଦର୍ଶାଉଛି। ଯାହାଫଳରେ ଭାରତ ପାକିସ୍ତାନ ଉପରେ ସିଧାସଳଖ ପଦକ୍ଷେପ ନେଇ ପାରୁନି।
ବର୍ତ୍ତମାନ ଏମିତି ନିୟମ ଆଣି ଆତଙ୍କବାଦୀ କାର୍ଯ୍ୟକଳାପକୁ ଯୁଦ୍ଧ ବୋଲି ଘୋଷଣା କରିଛି ଭାରତ। ଏଣିକି ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣ ହେଲେ ଏହାର ପ୍ରତିଶୋଧ ଯୁଦ୍ଧ ମାଧ୍ୟମରେ ନିଆଯିବ।
ଅନ୍ୟପଟେ ଆଜି ଏକ ବଡ଼ ସୂଚନା ମିଳିଛି। ଭାରତ ପକ୍ଷରୁ ହୋଇଥିବା ଅପରେସନ ସିନ୍ଦୂରରେ ପାକିସ୍ତାନର ୫ ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ମୁଦାସର ଖାଦିଆନ, ଖଲିଦ, ହାଫିଜ ଜମିଲ, ୟୁସୁଫ ଅଜହର ଏବଂ ହାସନ ଖାନଙ୍କ ଜୀବନ ଯାଇଛି।