ହକିରେ ଭାରତକୁ ବ୍ରୋଞ୍ଜ , ଫୋନ କରି ଖେଳାଳିଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: ଅଲିମ୍ପିକ୍ସ ହକିରେ ଭାରତକୁ ବ୍ରୋଞ୍ଜ ପଦକ ପରେ ଫୋନ କରି ଖେଳାଳିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ସ୍ପେନକୁ 2-1 ଗୋଲରେ ହରାଇ ବାଜି ଜିତିଲା ଭାରତ । ମ୍ୟାଚରେ 2 ଟି ଗୋଲ ସ୍କୋର କରି ହିରୋ ପାଲଟିଲେ ଅଧିନାୟକ ହରମନପ୍ରୀତ । ବିଜୟ ପରେ ଏକ୍ସ ପୋଷ୍ଟରେ ପିଏମ ମୋଦିଙ୍କ ସମେତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସ୍ମରଣୀୟ ବିଜୟ ସହ ହକି କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପକାଇଲେ ଗୋଲକିପର ପି.ଆର ଶ୍ରୀଜେଶ । ମ୍ୟାଚରେ ସ୍ପେନ ପ୍ରଥମ ଏକ ଗୋଲ ଦେଇ ୧-୦ରେ ଆଗୁଆ ରହିଥିଲା। ସ୍ପେନ୍ ପକ୍ଷରୁ ମିରାଲେସ ଏକ ପେନାଲ୍ଟି ଷ୍ଟ୍ରୋକକୁ ଗୋଲରେ ପରିବର୍ତ୍ତନ କରିଥିଲେ।
ତେବେ ଭାରତୀୟ ଦଳ ତାର ଦ୍ବିତୀୟ ପିସିରେ ସ୍ପେନ୍ ବିପକ୍ଷରେ ୧-୧ ଗୋଲ୍ ରେ ବରାବର କରିଥିଲା। ଦ୍ବିତୀୟ କ୍ବାର୍ଟର ଶେଷ ହେବା ପୂର୍ବରୁ ଭାରତୀୟ ଦଳ ଏହି ଚମତ୍କାର ଗୋଲ ସ୍କୋର କରିଥିଲା। ଭାରତ ପକ୍ଷରୁ ହରମନପ୍ରୀତ ସିଂହ ଏହି ଗୋଲ୍ ଦେଇଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଇତିହାସକୁ ଦୋହରାଇଛି ଭାରତୀୟ ହକି ଟିମ। ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ୨୦୨୦ ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।
ଅଧିକ ପଢନ୍ତୁ ଭାରତ ଖବର
