Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IAF Plane Crash / ଅଚାନକ ଖସିପଡ଼ିଲା IAFର ବିମାନ, କାରଣ ଅସ୍ପଷ୍ଟ ! ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·3 min read
ଅଚାନକ ଖସିପଡ଼ିଲା IAFର ବିମାନ, କାରଣ ଅସ୍ପଷ୍ଟ ! ଦେଖନ୍ତୁ ଭିଡିଓ...

Key Points

ବିମାନ ତାଙ୍କ କଣ୍ଟ୍ରୋଲ ବାହାରକୁ ଚାଲିଯାଇଥିଲା ।
ଶେଷରେ ବିମାନଟି ତଳକୁ ଖସି ପଡ଼ିଥିଲା ।
ହେଲେ ପାଇଲଟ ନିଜକୁ ବିମାନରୁ ସୁରକ୍ଷିତ ବାହାରକୁ ବାହାର କରିଦେଇଥିଲେ।

୧୪ ନଭେମ୍ବର, ଦିନ ପ୍ରାୟ ୨ଟା ସମୟରେ ତାମିଲନାଡୁର ତାମ୍ବରମରେ ଭାରତୀୟ ବାୟୁସେନାର ଏକ ପିଲେଟସ୍ ତାଲିମ ବିମାନ ଉଡ଼ାଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସୌଭାଗ୍ୟବଶତଃ, ପାଇଲଟ୍‌ଙ୍କ କୌଣସି କ୍ଷତି ହୋଇନାହାଁନ୍ତି, ସେ ସୁରକ୍ଷିତ ଅଛନ୍ତି । ଏହି ଦୁର୍ଘଟଣା କାହିଁକି ହେଲା ? ଏଥିପାଇଁ କିଏ ଦାୟୀ ? କ'ଣ ଏହା ପଛର କାରଣ ? କେଉଁ ଭୁଲ ଯୋଗୁଁ ଦୁର୍ଘଟଣା ଘଟିଲା ? ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ବାୟୁସେନା ପକ୍ଷରୁ ଏକ କୋର୍ଟ ଅଫ୍ ଇନକ୍ୱାରୀ ନିର୍ଦ୍ଦେଶ ଦିଆଯାଇଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ରହିଛି, ଏମିତି ଦୁର୍ଘଟଣା ସେମାନେ ଆଗରୁ କେବେ ଦେଖିନଥିଲେ । ଅନ୍ୟପଟେ କାହାର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି ।

ଏହି ଘଟଣାଟି ତାମ୍ବରମ ବାୟୁସେନା ଷ୍ଟେସନ ନିକଟରେ ଘଟିଛି। ପିଲେଟସ୍ PC-7 Mk-2 ତାଲିମ ବିମାନ ନୂତନ ପାଇଲଟମାନଙ୍କୁ ତାଲିମ ଦେବା ପାଇଁ ବ୍ୟବହୃତ ହୁଏ। ବିମାନଟି ଏକ ତାଲିମ ମିଶନରେ କାମ କରୁଥିଲା । ଯେତେବେଳେ ଆକାଶରେ ଏହା ହଠାତ୍ ଖରାପ ହୋଇଗଲା। ସେତେବେଳେ ପାଇଲଟ୍ ତୁରନ୍ତ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ପାରିନଥିଲେ । ବିମାନ ତାଙ୍କ କଣ୍ଟ୍ରୋଲ ବାହାରକୁ ଚାଲିଯାଇଥିଲା । ଶେଷରେ ବିମାନଟି ତଳକୁ ଖସି ପଡ଼ିଥିଲା । ହେଲେ ପାଇଲଟ ନିଜକୁ ବିମାନରୁ ସୁରକ୍ଷିତ ବାହାରକୁ ବାହାର କରିଦେଇଥିଲେ।

କଣ ଘଟିଥିଲା ? ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ବିମାନଟି ଅପରାହ୍ନ ପ୍ରାୟ ୧.୪୫ ସମୟରେ ଷ୍ଟେସନରୁ ଉଡ଼ାଣ ଆରମ୍ଭ କରିଥିଲା। ଏହା ଏକ ରୁଟିନ ଟ୍ରେନିଂ ଫ୍ଲାଇଟ୍‌ ଥିଲା । ଯେଉଁଥିରେ ବେସିକ୍ ଫ୍ଲାଇଂ ସ୍କିଲ ଶିଖାଯାଇଥାଏ । ପ୍ରାୟ ୨ ଟା ସମୟରେ ହଠାତ୍ ବିମାନଟି ତଳେ ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକମାନେ ଧୂଆଁ ଦେଖିଲେ ଏବଂ ଏକ ବିରାଟ ଶବ୍ଦ ଶୁଣିଲେ। ବାୟୁସେନାର ଏକ ଟିମ୍‌ ଏବଂ ସ୍ଥାନୀୟ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଲେ। ପାଇଲଟ୍ ସାମାନ୍ୟ ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା କରାଯାଇଥିଲା।

ବିମାନଟି ଭାଙ୍ଗିରୁଜି ଯାଇଛି । କିନ୍ତୁ ଆଖପାଖ ଅଞ୍ଚଳ ପାଇଁ କୌଣସି ବଡ଼ ବିପଦ ସୃଷ୍ଟି କରିନାହିଁ । ବାୟୁସେନାର ଜଣେ ଅଧିକାରୀ କହିଛନ୍ତି ଯେ ପାଇଲଟ୍ ଖୁବ୍‌ ସାହସିକତା ପ୍ରଦର୍ଶନ କରିଛନ୍ତି । ଜରୁରୀକାଳୀନ ପ୍ରକ୍ରିୟା ଅନୁସରଣ କରି ନିଜକୁ ରକ୍ଷା କରିଛନ୍ତି। ତେବେ କାହିଁକି ଏମିତି ଦୁର୍ଘଟଣା ଘଟିଲା, ସେନେଇ ଯାଞ୍ଚ କରାଯାଉଛି । ଯାନ୍ତ୍ରିକ ତ୍ରୁଟି ନା ପାଗ ଖରାପ ଯୋଗୁଁ ଏମିତି ଘଟିଛି, ତାହା ଜାଣିବାକୁ ଚେଷ୍ଟା କରାଯାଉଛି । କୋର୍ଟ ଅଫ୍ ଇନକ୍ୱାରୀରେ ବିମାନର ଅଂଶ, ଉଡ଼ାଣ ତଥ୍ୟ ଏବଂ ସାକ୍ଷୀମାନଙ୍କ ବୟାନ ରେକର୍ଡ କରାଯିବ ।

ପିଲେଟସ୍ ବିମାନ, ଟ୍ରେନିଂ ପାଇଁ ଗୁରୁତ୍ୱପୂର୍ଣ୍ଣ

ପିଲେଟସ୍ PC-7, ଏକ ସ୍ୱିସ୍ କମ୍ପାନୀ ନିର୍ମିତ ତାଲିମ ବିମାନ । ଏହା ୨୦୦୫ ମସିହାରୁ ଭାରତୀୟ ବାୟୁସେନା ଦ୍ୱାରା ବ୍ୟବହାର ହେଉଛି । ଏହାକୁ ଶସ୍ତା, ଚଲାଇବାକୁ ସହଜ ଏବଂ ନିରାପଦ ବୋଲି ବିବେଚନା କରାଯାଏ। ନୌସେନା ଏବଂ ସ୍ଥଳସେନା ମଧ୍ୟ ଏହାକୁ ବ୍ୟବହାର କରନ୍ତି। କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଭାରତରେ ଏହି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି । ସହିତ ଜଡିତ ଅନେକ ଦୁର୍ଘଟଣା ଘଟିଛି। ୨୦୨୩ ମସିହାରେ ତେଲେଙ୍ଗାନାରେ ଏକ ଦୁର୍ଘଟଣାରେ ଦୁଇଜଣ ପାଇଲଟ ସହିଦ ହୋଇଥିଲା। ଏବେ ଚେନ୍ନାଇ ନିକଟରେ ଥିବା ତାମ୍ବରମ୍‌ରେ ଦୁର୍ଘଟଣା ଘଟିଛି । ଏଠାରେ ବାୟୁସେନାର ଏକ ବଡ଼ ଟ୍ରେନିଂ ସେଣ୍ଟର ରହିଛି । ସୁଲୁର ଏୟାର ବେସ୍‌ ଅତି ନିକଟରେ ଥିବାରୁ ଏହି ଅଞ୍ଚଳରେ ଲୋକଙ୍କ ପାଇଁ ବିମାନ ଉଡ଼ାଣ ଅତି ସାଧାରଣ କଥା ।

Pilatus PC-7 MK2 ବିମାନ

ଏଥିରେ ଦୁଇ ଜଣ ପାଇଲଟ୍ ବସିଥାନ୍ତି । ଜଣେ ପ୍ରଶିକ୍ଷକ ଏବଂ ଜଣେ ଛାତ୍ର । ୩୨.୧ ଫୁଟ ଲମ୍ବ ବିଶିଷ୍ଟ ଏହି ବିମାନର ଉଚ୍ଚତା ୧୦.୬ ଫୁଟ। ଏହା ସର୍ବାଧିକ ୨୭୦୦ କିଲୋଗ୍ରାମ ଓଜନ ବହନ କରି ଉଡ଼ାଣ ଭରିପାରିବ। ଏହା ୪୭୪ ଲିଟର ଇନ୍ଧନ ରହିଥାଏ ।

ଏହା ସର୍ବାଧିକ ୪୧୨ କିଲୋମିଟର ପ୍ରତି ଘଣ୍ଟା ବେଗରେ ଉଡ଼ିପାରିବ। କିନ୍ତୁ ସାଧାରଣତଃ ଏହା ଘଣ୍ଟା ପ୍ରତି ୩୧୬ କିଲୋମିଟର ବେଗରେ ଚାଲିଥାଏ। ଏହା ପ୍ରତି ରିଫ୍ୟୁଏଲିଂରେ ୧୨୦୦ କିଲୋମିଟର ଉଡ଼ିପାରିବ । ସର୍ବାଧିକ ୩୩,୦୧୦ ଫୁଟ ଉଚ୍ଚତାରେ ପହଞ୍ଚିପାରିବ ଏବଂ ସର୍ବାଧିକ ସାଢ଼େ ଚାରି ଘଣ୍ଟା ପର୍ଯ୍ୟନ୍ତ ଉଡ଼ିପାରିବ। ଏଥିରେ ଛଅଟି ହାର୍ଡପଏଣ୍ଟ ଅଛି, ଯେଉଁଥିରେ ମୋଟ ୧୦୪୦ କିଲୋଗ୍ରାମର ବୋମା କିମ୍ବା ରକେଟ ବହନ କରାଯାଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IAF Plane Crash | Indian Air Force aircraft crashes in Chennai, pilot ejects safely | Argus News