ଗର୍ଜିଲା ବାୟୁସେନା ଓ ନୌସେନା, କେତେବେଳେ ବି କରିପାରେ ଆକ୍ରମଣ

ସରିଛି ସର୍ବଦଳୀୟ ବୈଠକ। ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁଙ୍କ ସମେତ ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ଭାରତର ଆଗାମୀ ପଦକ୍ଷେପ ନେଇ ହୋଇଛି ଆଲୋଚନା। ସମସ୍ତେ ଘଟଣାକୁ ନିଦ୍ଦା କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।
ଭାରତରେ ଥିବା ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସିନ୍ଧୁ ନଦୀ ଜଳ ଚୁକ୍ତିକୁ ରଦ୍ଦ କରାଯାଇଛି। ସେପଟେ ଆଜି ଯୁଦ୍ଧାଭ୍ୟାସ ଆରମ୍ଭ କରିଛି ଭାରତୀୟ ବାୟୁସେନା। ଆଜି ଆକାଶ ମାର୍ଗରେ ଗର୍ଜିଛି ସୁଖୋଇ ଓ ରାଫେଲ୍। ପର୍ବତ ଓ ଜଙ୍ଗଲ ଅଞ୍ଚଳରେ କିଭଳି ଆକ୍ରମଣ କରାଯିବ ସେନେଇ ଅଭ୍ୟାସ କରାଯାଇଛି। ଯୁଦ୍ଧ ଅଭ୍ୟାସ ପାଇଁ ଭାରତର ପୂର୍ବଞ୍ଚଳରୁ ଲଢୁଆ ବିମାନ ସହ ପରିବହନ ବିମାନ ଅଣାଯାଇଛି। ବାୟୁସେନା ମୁଖ୍ୟାଳୟକୁ ହାଇ ଆର୍ଲଟ ରଖାଯାଇଛି।
📱 Get Argus News App
✨୨୦୧୯ ରେ ଯେବେ ଭାରତ ପୁଲଓ୍ବାମା ଘଟଣାର ପ୍ରତିଶୋଧ ନିଆଯାଇଥିଲା, ସେତେବେଳେ ବାୟୁସେନା ମିରାଜ- ୨୦୦୦ ବ୍ୟବହାର କରାଯାଇଥିଲା। ଏବେ ରାଫେଲକୁ ପ୍ରସ୍ତୁତ କରାଯାଇଛି ଯୁଦ୍ଧ କ୍ଷେତ୍ରକୁ ଓହ୍ଲାଇବା ପାଇଁ। ଆଜି ଭାରତୀୟ ନୌସେନା ମଧ୍ୟ ସ୍ବଦେଶୀ ମିଶାଇଲ୍ ପରୀକ୍ଷଣ କରିଛି। ଯାହା ଟାର୍ଗେଟକୁ ଧ୍ବଂଶ କରିଛି। ଏଥର ବାଲାକୋଟ, ଉରୀ ଶୈଳୀରେ ଆକ୍ରମଣ ନା ଆଉ କେଉଁ ପ୍ରକାରେ ଭାରତ ବଦଲା ନେବ ତା ଉପରେ ରହିଛି ସାରା ବିଶ୍ବର ନଜର।