Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇତିହାସ ରଚିଲେ ଆଷ୍ଟ୍ରୋନଟ୍ ଶୁଭାଂଶୁ ଶୁକ୍ଳା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଇତିହାସ ରଚିଲେ ଆଷ୍ଟ୍ରୋନଟ୍ ଶୁଭାଂଶୁ ଶୁକ୍ଳା

Key Points

ଅପେକ୍ଷାର ହେଲା ଅନ୍ତ

ଆରମ୍ଭ ହେଲା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁଙ୍କ ଶୁଭଯାତ୍ରା

ମହାକାଶ ଗଲେ ଶୁଭାଂଶୁ

ଅପେକ୍ଷାର ହେଲା ଅନ୍ତ । ଆରମ୍ଭ ହେଲା ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁଙ୍କ ଶୁଭଯାତ୍ରା । ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଫାଲକନ୍ 9 ରକେଟ୍ ଦ୍ବାରା ମହାକାଶ କେନ୍ଦ୍ର ଅଭିମୁଖେ ଚାରି ମହାକାଶଚାରୀ । ନିର୍ଦ୍ଧାରିତ ସମୟ ୧୨ଟା ୧ରେ ନାସାର କେନେଡ଼ି ସ୍ପେସ୍ ସେଣ୍ଟରରୁ ହେଲା ଲଞ୍ଚ୍‌ ଆକ୍ସିଅମ୍-୪ ମିଶନ୍ । ମହାକାଶକୁ ଉଡ଼ାଣ ଭରି ଇତିହାସ ରଚିଲେ ଶୁଭାଂଶୁ ଶୁକ୍ଳା । ୧୪ଦିନିଆ Axiom-4 ମିଶନ ଦ୍ବାରା ହେବ ୬୦ଟି ପରୀକ୍ଷା । ଏହି ମିଶନରେ ଶୁଭାଂଶୁଙ୍କ ସମେତ ଅଛନ୍ତି ୪ ମହାକାଶଚାରୀ । ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ନ ୪ଟା ୩୦ରେ ହେବ ଡକିଂ ।


୩ ମହାକାଶଚାରୀଙ୍କ ସହ ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନ୍ ଯାଇଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା । ଭାରତୀୟ ବାୟୁସେନା ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଏହି ଐତିହାସିକ ଯାତ୍ରାରେ ସାମିଲ ହୋଇ ପ୍ରଥମ ଥର ପାଇଁ ମହାକାଶକୁ ଯାଇଛନ୍ତି । ଏହାସହ ଦ୍ବିତୀୟ ଭାରତୀୟ ଭାବେ ରେକର୍ଡ ସୃଷ୍ଟି କରିଛନ୍ତି ଶୁଭାଂଶୁ । ପୂର୍ବରୁ ପ୍ରଥମ ଭାରତୀୟ ଭାବେ ୧୯୮୪ରେ ମହାକାଶ ଯାଇଥିଲେ ରାକେଶ ଶର୍ମା ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
indian-air-force-captain-shubhanshu-shukla-made-history-by-flying-to-the-international-space-station-on-a-private-mission | Argus News