Videos
|
National

ଶତ୍ରୁକୁ ମାଟିରେ ମିଶାଇବାକୁ ବାୟୁସେନାର ନୂଆ ଯୋଜନା

Banajyotshna Ray
Browse all articles by Banajyotshna Ray
·11 months ago·1 min read
ଶତ୍ରୁକୁ ମାଟିରେ ମିଶାଇବାକୁ ବାୟୁସେନାର ନୂଆ ଯୋଜନା

Key Points

ଶତ୍ରୁକୁ ମାଟିରେ ମିଶାଇବାକୁ ବାୟୁସେନାର ନୂଆ ଯୋଜନା । ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ରାଫେଲ ଯୁଦ୍ଧବିମାନ ପାଇଁ ପ୍ରତିରକ୍ଷା ମନ୍ତ୍ରାଣୟକୁ ଦାବି ଜଣାଇଛି ବାୟୁସେନା ।

ଶତ୍ରୁକୁ ମାଟିରେ ମିଶାଇବାକୁ ବାୟୁସେନାର ନୂଆ ଯୋଜନା । ଭାରତୀୟ ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ରାଫେଲ ଯୁଦ୍ଧବିମାନ ପାଇଁ ପ୍ରତିରକ୍ଷା ମନ୍ତ୍ରାଣୟକୁ ଦାବି ଜଣାଇଛି ବାୟୁସେନା । ପ୍ରତିରକ୍ଷା ମନ୍ତ୍ରାଳୟ ଆଉ 54 ରାଫେଲ ଏବଂ 60ଟି SU57 ଜେଟ ପାଇଁ ଡିଲ୍ କରିବାକୁ ସବୁଜ ସଂକେତ ଦେଇସାରିଛି । ଭାରତୀୟ ବାୟୁସେନାକୁ ଖୁବଶୀଘ୍ର ୧୧୪ ମଲ୍ଟି ରୋଲ୍ ଫାଇଟର ଏୟାରକ୍ରାଫ୍ଟ ବା MRFA ମିଳିବାକୁ ଯାଉଛି ।


ଏଥିପାଇଁ ଫ୍ରାନ୍ସ ସରକାରଙ୍କ ସହିତ ଖୁବଶୀଘ୍ର ଚୁକ୍ତି ହେବା ସମ୍ଭାବନା ରହିଛି। ଭାରତୀୟ ବାୟୁସେନା ଫାଇଟର ସ୍କ୍ୱାର୍ଡନର ଅଭାବ ପୂରଣ କରିବା ପାଇଁ MRFA ପ୍ରକଳ୍ପ ଅଧୀନରେ ଅଧିକ ରାଫେଲ ଦାବି କରିଥିଲା IAF । ଅପରେସନ ସିନ୍ଦୂରରେ ଦମ ଦେଖାଇ ସାରିଛି ରାଫେଲ ଯୁଦ୍ଧ ବିମାନ । ବାୟୁସେନା ପାକ୍ ଅଧିକୃତ କାଶ୍ମୀରରେ 9 ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିବା ସହ ଶତାଧିକ ଆତଙ୍କୀଙ୍କୁ ମାଟିରେ ମିଶାଇଥିଲା । ଏବେ ଭାରତୀୟ ବାୟୁସେନା ନିକଟରେ ୨୯ ସ୍କ୍ୱାର୍ଡନ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: