Videos
|
National

India Iran / ଟଙ୍କା ପଠାଉଛନ୍ତି ଭାରତୀୟ, ତେହେରାନ କହିଲା- ଦୟାଳୁ ଭାରତୀୟ

Banajyotshna Ray
Browse all articles by Banajyotshna Ray
·5 months ago·2 min read
ଟଙ୍କା ପଠାଉଛନ୍ତି ଭାରତୀୟ, ତେହେରାନ କହିଲା- ଦୟାଳୁ ଭାରତୀୟ
India Iran

Key Points

ଯୁଦ୍ଧ ବେଳେ ଇରାନ୍‌ରେ ଓହ୍ଲାଇଲା ଭାରତୀୟ ବିମାନ
ଜିନିଷ ଦେଖି ତେହେରାନ କହିଲା- ଦୟାଳୁ ଭାରତୀୟ
ସହାୟତାର ହାତ ବଢ଼ାଇଲା ଭାରତ। ଯୁଦ୍ଧଗ୍ରସ୍ତ ଇରାନକୁ ସହାୟତା ପଠାଇଲା ଭାରତ । ତେହେରାନରେ ମେଡିକାଲ ଉପକରଣ ପହଞ୍ଚିଥିବା ନେଇ ଭାରତୀୟ ଦୂତାବାସ ସ୍ପଷ୍ଟ କରିଛି । ସେପଟେ ଭାରତରେ ଥିବା ଇରାନ୍ ଦୂତାବାସ ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରିଛି । ଭାରତୀୟଙ୍କୁ ସାଧୁବାଦ ଜଣାଇଛି ଇରାନ୍ ।ଇରାନରେ ପ୍ରଭାବିତ ଲୋକଙ୍କୁ ସହାୟତା କରିବାକୁ ଭାରତୀୟ ଟଙ୍କା ପଠାଉଛନ୍ତି । ଭାରତୀୟଙ୍କ ପାଖରୁ ଅନୁରୋଧ ପାଇବା ପରେ ଇରାନ୍ ଦୂତାବାସ ଏକ ଆକାଉଣ୍ଟ ନମ୍ବର ଜାରି କରିଥିଲା । କିନ୍ତୁ ଏବେ ଯାନ୍ତ୍ରିକ ତ୍ରୁଟି ଦେଖା ଦଇେଛି ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି। ଇରାନ ଦୂତାବାସ ସମସ୍ତ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଛି ।

ଦୂତାବାସ କହିଛି ଯେ, ଏହି ସମସ୍ୟାର ସମାଧାନ ଖୁବଶୀଘ୍ର ହେବ। GPay କାମ କରୁନଥିବାରୁ ଏହାକୁ ବ୍ୟବହାର କରି ପେମେଣ୍ଟ ନକରିବାକୁ ଦୂତାବାସ ଲୋକଙ୍କୁ ଅନୁରୋଧ କରିଛି। ଦୂତାବାସ ଏହା ମଧ୍ୟ କହିଛି ଯେ, ଆଗ୍ରହୀ ବ୍ୟକ୍ତିମାନେ ଦୂତାବାସକୁ ଆସି ନଗଦ ଟଙ୍କା ଜମା କରିପାରିବେ। ଯୁଦ୍ଧରେ ଇରାନ୍ର ୧୩୦୦ ଲୋକଙ୍କ ଜୀବନ ଯାଇଥିବା ବେଳେ ୭୦୦୦ରୁ ଅଧିକ ଆହତ ହୋଇଛନ୍ତି ବୋଲି ଜାତିସଂଘରେ ଇରାନର ରାଷ୍ଟ୍ରଦୂତ ଅଲି ବାହରିନ୍ କହିଛନ୍ତି । ସେହିଭଳି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ରିପୋର୍ଟ କରିଛି ଯେ, ଇରାନରେ ୧୮ଟି ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି ଏବଂ ୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ନୂଆଦିଲ୍ଲୀ ପଠାଇଥିବା ମେଡିକାଲ ସହାୟତା ଦେଶର ରେଡ୍ କ୍ରେସେଣ୍ଟ ସୋସାଇଟ୍ ଗ୍ରହଣ କରିଥିବା ନେଇ ଇରାନ ଦୂତାବାସ ସ୍ପଷ୍ଟ କରିଛି ।

ଭାରତର ଲୋକମାନେ ଦୟାଳୁ ବୋଲି ଟ୍ବିଟ୍ କରି କହିଛି ଇରାନ ଦୂତାବାସ ।ଇରାନର ତୈଳ ଡିପୋରେ ଆକ୍ରମଣ ପରେ ‘କଳା ବର୍ଷା’ ହୋଇଥିଲା । ଏହା ପରେ, ଲୋକଙ୍କ ମଧ୍ୟରେ ଶ୍ବସନ ସମ୍ବନ୍ଧୀୟ ସମସ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଭାରତ ପୂର୍ବରୁ ଏଭଳି ଅନେକ ଦେଶକୁ ସହାୟତା ପଠାଇ ଉଦାହରଣ ସୃଷ୍ଟି କରିଛି। ଫେବୃଆରୀ ୨୮ରେ ଆମେରିକା-ଇସ୍ରାଏଲ ପକ୍ଷରୁ ଇରାନ୍ ଉପରେ ଆକ୍ରମଣ ହେବା ପରେ ପ୍ରଥମ ଥର ଭାରତ ତେହେରାନ୍କୁ ସହାୟତା ପଠାଇଛି । ଆମେରିକା ଏବଂ ଇସ୍ରାଏଲର ମିଳିତ ଆକ୍ରମଣ ପରେ ଇରାନ ସ୍ଥିତି ସଙ୍ଗୀନ ହୋଇପଡ଼ିଛି ।

ଏଥିସହ ପଢ଼ନ୍ତୁ: BCCI କହିଲା ସତ, ସଚିନଙ୍କ କ୍ୟାରିୟର ଶେଷ କରିଥିଲା ଗୋଟିଏ କଲ୍...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ଏବେ ବି ଇରାନ୍ରେ ସ୍ବାସ୍ଥ୍ୟ ଭିତ୍ତିଭୂମି କାର୍ଯ୍ୟକ୍ଷମ ଅଛି । ବର୍ତ୍ତମାନ ପରିସ୍ଥିତିରେ, ଆହତଙ୍କ ଚିକିତ୍ସା ସେଠାରେ ହୋଇପାରୁଛି । ଏପରିକି ଇରାନକୁ ଜରୁରୀ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ ବୋଲି WHO ପକ୍ଷରୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ ଦେଶ ଖବର:

Related Topics

Explore more stories