୩ ଦିନରେ ଭଙ୍ଗା ହେଲାଣି ୯ ଆତଙ୍କୀଙ୍କ ଘର

ମାଟିରେ ମିଶୁଛି ଆତଙ୍କୀ ଠିକଣା। ଖୋଜିଖୋଜି ପାକିସ୍ତାନୀ ଆତଙ୍କବାଦୀଙ୍କ ସହଯୋଗୀଙ୍କ ଘର ବିସ୍ଫୋରଣ କରି ଉଡାଉଛନ୍ତି ସୁରକ୍ଷା ବାହିନୀ ଓ ଜମ୍ମୁ-କାଶ୍ମୀର ପ୍ରଶାସନ । ରବିବାର ଅପରାହ୍ନ ସୁଦ୍ଧା 9 ଆତଙ୍କବାଦୀଙ୍କ ଘର ଭାଙ୍ଗି ଦେଇଛନ୍ତି ସୁରକ୍ଷା ବାହିନୀ। ରବିବାର ବାନ୍ଦିପୋରା, ପୁଲୱାମା ଓ ସୋପିଆନ୍ ରେ ୩ ଆତଙ୍କବାଦୀଙ୍କ ଘର ଧୂଳିସାତ୍ ହୋଇଯାଇଛି। ଏହା ପୂର୍ବରୁ ଶୁକ୍ରବାର ଓ ଶନିବାର ୬ ଜଣ ଆତଙ୍କବାଦୀଙ୍କ ଘରକୁ ଆଇଡି ବିସ୍ଫୋରଣ କରି ଉଡାଇ ଦେଇଥିଲେ।
ଏମାନେ ହେଉଛନ୍ତି ପୁଲୱାମାର ଲସ୍କର ଆତଙ୍କବାଦୀ ଏହସାନ୍ ମହମ୍ମଦ ଶେଖ୍, ସୋପିଆନରେ ଟିଆରଏଫ ଆତଙ୍କୀ ସାହିଦ୍ ଅହମ୍ମଦ, ସୋପୋରରେ ଲସ୍କର-ଏ-ତୋଇବା କମାଣ୍ଡର ଆଦିଲ୍ ରେହମାନ୍, ଅବନ୍ତିପୋରାରେ ଜୈସ୍ ଏ ମହମ୍ମଦ ଆତଙ୍କୀ ଆସିଫ୍ ଅହମ୍ମଦ ସେଖ୍, କୁଲଗାମରେ ଲସ୍କର ଆତଙ୍କୀ ଜାକିର ଅହମ୍ମଦ, ତ୍ରାଲରେ ଜୈସ୍ ଏ ମହମ୍ମଦ ଆତଙ୍କବାଦୀ ଆମୀର ନଜିର, ସୋପିଆନରେ ଟିଆରଏଫ ଆତଙ୍କୀ ଆଦାନନ୍ ସାଫି, ବାନ୍ଧିପୋରାରେ ଲସ୍କର ଆତଙ୍କବାଦୀ ଜାମିଲ୍ ଅହମ୍ମଦ, ପୁକୱାରାରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ଫାରୁକ୍ ଅହମ୍ମଦର ଘର ଭାଙ୍ଗି ଦିଆଯାଇଛି।
📱 Get Argus News App
✨ସେହିଭଳି କୁଟନୈତିକ ସ୍ତରରେବି ପାକିସ୍ତାନକୁ ଦିଆଯାଇଛି କଡା ଯବାବ। ସିନ୍ଧୁ ୱାଟର ଷ୍ଟ୍ରାଇକ, ଆତଙ୍କୀ ଠିକଣାରେ ଗ୍ରାଉଣ୍ଡ ଷ୍ଟ୍ରାଇକ ସହ ସାମୁଦ୍ରିକ କ୍ଷେତ୍ରରେ ମଧ୍ୟ ପ୍ରସ୍ତୁତି ଜୋରଦାର କରିଛି ନୌସେନା । ନୌସେନା ପକ୍ଷରୁ ଏକ୍ସ ପୋଷ୍ଟରେ ଜାରି ଯୁଦ୍ଧାଭ୍ୟାସ ସମ୍ପର୍କିତ ଭିଡିଓ ଛଡା ଯାଇଛି। ଯାହାକୁ ଦେଖି ପାକିସ୍ତାନର ସେନା ସହ ସାଧାରଣ ଲୋକ ମଧ୍ୟ ଭୟଭୀତ ହୋଇ ପଡିଛନ୍ତି।
ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇ ରହିଛି ଭାରତ। ହାଇ ଆର୍ଲଟରେ ରହିଛନ୍ତି ଜଳ, ସ୍ଥଳ ଓ ବାୟୁ ସେନା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟି ଭାରତୀୟ ସେନାର ପ୍ରସ୍ତୁତି ବିଷୟରେ ଅବଗତ କରିଛନ୍ତି ସିଡିଏସ ଅନୀୟ ଚୌହାନ । ସେପଟେ ସୀମା ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି ବିଏସଏଫ ଡିଜି ଦଲଜୀତ ସିଂହ ଚୌଧୁରୀ । ସେପଟେ ଝେଲମ ନଦୀରେ ଜଳ ବୃଦ୍ଧି କାରଣରୁ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।
