Videos
|
National

ନଦୀରେ ଫସିଥିବା ଯୁବକଙ୍କୁ ଡ୍ରୋନ୍ ଦ୍ଵାରା ଉଦ୍ଧାର କଲା ଭାରତୀୟ ସେନା, ଦେଖନ୍ତୁ ଭିଡିଓ...

Sushanta Sahoo
Browse all articles by Sushanta Sahoo
·1 year ago·2 min read
ନଦୀରେ ଫସିଥିବା ଯୁବକଙ୍କୁ ଡ୍ରୋନ୍ ଦ୍ଵାରା ଉଦ୍ଧାର କଲା ଭାରତୀୟ ସେନା, ଦେଖନ୍ତୁ ଭିଡିଓ...

Key Points

ପାଣି ଭିତରେ ମଣିଷ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ବଢ଼ି ପାଣିରେ ସେନା ଦେଖାଇଛି ଶକ୍ତି । ଭରା ନଦୀର ସ୍ରୋତ ଚିରି ସେନାର ଡ୍ରୋନ୍ ଉଦ୍ଧାର କରିଛି ଯୁବକଙ୍କୁ ।

ନୂଆଦିଲ୍ଲୀ: ବର୍ଷା, ବନ୍ୟାରେ ଛଟପଟ ଉତ୍ତର ଭାରତ । କେଉଁଠି ଭୂସ୍ଖଳନ ତ ଆଉ କେଉଁଠି ବାଦଲ ଫଟା ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଆଖି ପାଉଥିବା ଯାଏଁ ଖାଲି ପାଣି ଆଉ ପାଣି । ପାଣି ଭିତରେ ମଣିଷ ବଞ୍ଚିବାକୁ ସଂଘର୍ଷ କରୁଥିବା ବେଳେ ବଢ଼ି ପାଣିରେ ସେନା ଦେଖାଇଛି ଶକ୍ତି । ଭରା ନଦୀର ସ୍ରୋତ ଚିରି ସେନାର ଡ୍ରୋନ୍ ଉଦ୍ଧାର କରିଛି ଯୁବକଙ୍କୁ ।


ଏହା ସମ୍ଭବ ହୋଇଛି ରାଜସ୍ଥାନରେ । ଉଦୟପୁରର ଆୟଦ ନଦୀ ମଝିରେ ଫସି ରହିଥିବା ଯୁବକଙ୍କୁ ଡ୍ରୋନ୍‌ ଯୋଗେ ଉଦ୍ଧାର କୂଳକୁ ଆଣିଛି ଭାରତୀୟ ସେନାର ଆକ୍ସେ ଡିଭିଜନ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Konark Corps INDIAN ARMY (@KonarkCorps) September 7, 2025


ଆୟଦ ନଦୀର ପ୍ରବଳ ସ୍ରୋତ ମଝିରେ ଫସି ଯାଇଥିଲେ ଜଣେ ଯୁବକ । ନଦୀରେ ଏତେ ପାଣି ଥିଲା ଯେ, କାହାରି ବି ସାହସ ହେଲାନି ଯିବାକୁ । ଶେଷରେ ଉଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିଲା ଭାରତୀୟ ସେନା । ଏକ ସୁରକ୍ଷିତ ସ୍ଥାନରୁ ସେନା ଅପରେସନ୍ କରି ବିନା କୌଣସି କ୍ଷତିରେ ଯୁବକଙ୍କୁ ଉଦ୍ଧାର କରିଛନ୍ତି ଯବାନ ।


ନଦୀ ଗର୍ଭରୁ ଯୁବକଙ୍କୁ ଡ୍ରୋନ୍ ଦ୍ଵାରା ସେନା ଉଦ୍ଧାର କରିବାର ସମ୍ପୂର୍ଣ୍ଣ ଭିଡିଓ ଭାରତୀୟ ସେନାର କୋଣାର୍କ କର୍ପସ୍ ସୋସିଆଲ୍ ମିଡିଆରେ ସେୟାର୍ କରିଛି । ଯେଉଁଥିରେ ଲେଖାଯାଇଛି, ଜରୁରୀ ଓ ଆହ୍ଵାନପୂର୍ଣ୍ଣ ପରିସ୍ଥିତିରେ ଯବାନ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରି ସଫଳତା ମିଳିଛି ।