Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆତଙ୍କୀଙ୍କୁ ଖୋଜି ଖୋଜି କରାଯାଉଛି ଗୁଳି

National

ଆତଙ୍କୀଙ୍କୁ ଖୋଜି ଖୋଜି କରାଯାଉଛି ଗୁଳି

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଆତଙ୍କୀଙ୍କୁ ଖୋଜି ଖୋଜି କରାଯାଉଛି ଗୁଳି

Key Points

ଚମକୁଛି ସିନ୍ଦୂର, ନିଆଯାଉଛି ପ୍ରତିଶୋଧ

ପହଲଗାମ ଆକ୍ରମଣ ପରଠାରୁ ଆତଙ୍କୀଙ୍କୁ ଖୋଜିଖୋଜି ମାରୁଛନ୍ତି ସୁରକ୍ଷାକର୍ମୀ। ଜମ୍ମୁ-କାଶ୍ମୀରର କିସ୍ତୱାରରେ ଦୁଇ ଆତଙ୍କୀଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାବାହିନୀ। ଗୁଇନ୍ଦା ସୁତ୍ରରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କୀ ଥିବା ନେଇ ସୂଚନା ମିଳିବା ପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା।


ସକାଳଠାରୁ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଏହି ଅଞ୍ଚଳରେ ୪ ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିଥିଲା। ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରିଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିବା ବେଳେ ଆହୁରି ଦୁଇଜଣ ଲୁଚି ରହିଛନ୍ତି। ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ - ଗତ ୧୯ ତାରିଖରେ ୨ ଆତଙ୍କୀ ସହଯୋଗୀଙ୍କୁ ଗିରଫ କରିଥିଲେ ସୁରକ୍ଷାକର୍ମୀ। ସୋପିଆନ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା। ଦୁଇ ଜଣ ଏବେ ତଦନ୍ତକାରୀ ସଂସ୍ଥା ହେପାଜତରେ ଅଛନ୍ତି।

Sponsored
Indian Army encounters 2 terrorists | Argus News