Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indian Army / ସେନାକୁ ସଲାମ ! ୧୩ ହଜାର ଫୁଟ ଉଚ୍ଚରେ, ବରଫ ପାହାଡ଼ରେ ଯବାନ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ସେନାକୁ ସଲାମ ! ୧୩ ହଜାର ଫୁଟ ଉଚ୍ଚରେ, ବରଫ ପାହାଡ଼ରେ ଯବାନ
Indian Army

Key Points

ପ୍ରବଳ ବରଫପାତ ସତ୍ତ୍ବେ ସେନା ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ।
ଜନତା ଶାନ୍ତିରେ ଶୋଇଥିବାବେଳେ ସୀମାରେ ସଜାଗ ଭାରତୀୟ ସେନା ।

ତୁଷାର ପାହଡ଼ରେ ଯବାନ । ନିରନ୍ତର ବରଫପାତ ମଧ୍ୟରେ ଜାମ୍ମୁ କାଶ୍ମୀର ଘାଟିରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଯବାନ । ସମୁଦ୍ର ପତନଠାରୁ ୧୩ ହଜାର ଫୁଟ ଉଚ୍ଚ ପୀର ପଞ୍ଜାଲ ରେଂଜରେ ଆତଙ୍କୀ ସନ୍ଧାନ ଅଭିଯାନ ଜାରି ରହିଛି । ପାଦରେ ଚାଲିବା ସହ ଓଟ ଏବଂ ସ୍ୱତନ୍ତ୍ର ଯାନ ମାଧ୍ୟମରେ ରାତି ଅଧରେ ସର୍ଭେଲାନ୍ସକୁ ଦ୍ୱିଗୁଣିତ କରାଯାଇଛି। ଜମ୍ମୁ ଓ କାଶ୍ମୀର ସୀମାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ଯବାନ ଏବଂ ମହିଳା କମାଣ୍ଡୋ ମୁତୟନ ହୋଇଛନ୍ତି । ଘାଟିରେ ବିଭିନ୍ନ ସ୍ଥାନରେ ରୋମିଓ ଫୋର୍ସ ଅସୁସ୍ଥ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି । ଯାହା ସେନା ପ୍ରତି ଲୋକଙ୍କ ବିଶ୍ବାସ ବଢ଼ାଉଛି ।

LoC ସମେତ ସମ୍ପୂର୍ଣ୍ଣ କାଶ୍ମୀର ଘାଟିରେ ତୀବ୍ର ସେନା ଅପରେସନ । ଚବିଶ ଘଣ୍ଟା ସଜାଗ ଯବାନ । ଇଂରାଜୀ ନୂଆବର୍ଷର ଧୂମରେ ଦେଶବାସୀ ମଜିଥିବାବେଳେ ଘାଟିରେ ଦେଖିବାକୁ ମିଳିଛି ସେନାର ଅଦମ୍ୟ ସାହସିକତା । ପ୍ରତିକୂଳ ପାଗ ସତ୍ତ୍ବେ ଭାରତୀୟ ସେନାର ରୋମିଓ ଫୋର୍ସ ୧୩ ହଜାର ଫୁଟ ଉପରେ ପୁଞ୍ଚର ପୀର ପଞ୍ଜାଲ ରେଞ୍ଜରେ ସନ୍ଧାନ ଅଭିଯାନକୁ ଜୋରଦାର କରିଛି । କାଶ୍ମୀର ଘାଟିରେ ପାକିସ୍ତାନୀ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପରେ ସବୁଠାରୁ ବଡ଼ ଆତଙ୍କୀ ସନ୍ଧାନ ଅପରେସନ ଜାରି ରହିଛି । ପ୍ରବଳ ତୁଷାରପାତ ଓ କଠିନ ଭୂମି ସତ୍ତ୍ୱେ, ଭାରତୀୟ ସେନା ଦେଶ ସୀମା ସୁରକ୍ଷା ନିଶ୍ଚିତ କରିଛି । ଏପରିକି ଘାଟିରେ ବିଭିନ୍ନ ସ୍ଥାନରେ ରୋମିଓ ଫୋର୍ସ ଅସୁସ୍ଥ ଲୋକଙ୍କ ସେବା କରୁଥିବା ଦେଖିବାକୁ ମିଳିଛି । ଯାହା ସେନା ପ୍ରତି ଲୋକଙ୍କ ବିଶ୍ବାସ ବଢ଼ାଉଛି ।

ଜମ୍ମୁ, ପଞ୍ଜାବ ଓ ରାଜସ୍ଥାନ ସୀମାରେ କଡ଼ା ପ୍ରହରା ସହିତ BSF ର ସ୍ୱତନ୍ତ୍ର ଅପରେସନ୍ ସର୍ଦ୍ଦ ହାୱା ମଧ୍ୟ ଆରମ୍ଭ ହୋଇଛି । ଶୂନ ଡିଗ୍ରୀ ତାପମାତ୍ରାରେ ଯବାନ ୨୪ ଘଣ୍ଟା ପାଟ୍ରୋଲିଂ ଜାରି ରଖିଛନ୍ତି। ସୀମା ଆରପଟେ ଥିବା ଲଞ୍ଚପ୍ୟାଡ୍‌ରେ ପ୍ରାୟ ୮୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ଥିବା ରିପୋର୍ଟ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହୋଇଛି । ସୀମା ପାର୍ଶ୍ୱରୁ ଆସୁଥିବା ସନ୍ଦିଗ୍ଧ ଡ୍ରୋନ୍‌କୁ ଖସାଇବା ପାଇଁ ଆଣ୍ଟି-ଡ୍ରୋନ୍ ୟୁନିଟ୍‌କୁ ସଜାଗ ରଖାଯାଇଛି। ପାଦରେ ଚାଲିବା ସହ ଓଟ ଏବଂ ସ୍ୱତନ୍ତ୍ର ଯାନ ମାଧ୍ୟମରେ ରାତି ଅଧରେ ସର୍ଭେଲାନ୍ସକୁ ଦ୍ୱିଗୁଣିତ କରାଯାଇଛି। ଜମ୍ମୁ ଓ କାଶ୍ମୀର ସୀମାର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅତିରିକ୍ତ ଯବାନ ଏବଂ ମହିଳା କମାଣ୍ଡୋ ମଧ୍ୟ ମୁତୟନ ହୋଇଛନ୍ତି ।

କାଶ୍ମୀର ଘାଟିରେ ୩୦ରୁ ୩୫ ପାକିସ୍ତାନୀ ଆତଙ୍କବାଦୀ ସକ୍ରିୟ ପରେ ଗତ ସପ୍ତାହରୁ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା । ଆତଙ୍କବାଦ ସଂଗଠନ ଜୈଶ-ଇ-ମହମ୍ମଦରର ସ୍ଥାନୀୟ କମାଣ୍ଡର ସୈଫୁଲ୍ଲାହ, ସହଯୋଗୀ ଆଦିଲଙ୍କ ଆତଙ୍କୀ ଆଡ୍ଡା ସକ୍ରିୟ ହେବା ସହ ଆସନ୍ତା ସାଧାରଣତନ୍ତ୍ର ଦିବସରେ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଷଡ଼ଯନ୍ତ୍ର କରୁଥିବା ସୂଚନା ମିଳିଛି । ଆତଙ୍କବାଦୀ କିସ୍ତୱାରର ପାହାଡ଼ ଓଘନ ଜଙ୍ଗଲ ଭିତରେ ଲୁଚି ରହିଥିବା ଅନୁମାନ କରାଯାଉଛି । ଶୀତ ଋତୁରେସାଧାରଣତଃ ଆତଙ୍କବାଦୀ ଘଟଣା କମ୍ ଘଟିଥିାଏ , କିନ୍ତୁ ଏଥର ସେନା ରଣନୀତି ପରିବର୍ତ୍ତନ କରିଛି । ପହଲଗାମ ହମଲା ପରେ ଦିଲ୍ଲୀ ବିସ୍ଫୋରଣ ମାମଲାକୁ ନେଇ ସେନା ସତର୍କତା ମୂଳକ ପଦକ୍ଷେପ ନେଇଛି । ଅପରେସନରେ ସେନା, ଜମ୍ମୁ-କାଶ୍ମୀର ପୋଲିସ ଏବଂ ସିଆରପିଏଫ ଯବାନ ସାମିଲ ହୋଇଛନ୍ତି ।

ଇଂରାଜୀ ନୂଆବର୍ଷରେ ସବୁଠି ଉତ୍ସବର ମାହୋଲ ମଧ୍ୟରେ ନିଜ କର୍ତ୍ତବ୍ୟ ପାଳନ କରୁଛନ୍ତି ଯବାନ । ଗାଁରୁ ସହର ସବୁଠି ଭୋଜିଭାତ, ନାଚଗୀତରେ ଲୋକେ ମସଗୁଲ ଥିବାବେଳେ ତୁଷାରପାତ ଏବଂ ବିପଦପୂର୍ଣ୍ଣ ଭୂମିରେ ସର୍ଚ୍ଚ ଅପରେସନରେ ସାମିଲ ହୋଇ ଦେଶକୁ ସୁରକ୍ଷା ଯୋଗାଉଛନ୍ତି ଯବାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Indian Army | Indian Army Intensifies Search Operations in Pir Panjal Amid Heavy Snow | Argus News