Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସେନା ସହ ଲଢିବାରେ ବିଫଳ ହେବାରୁ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଥିଲା ପାକିସ୍ତାନ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 ସେନା ସହ ଲଢିବାରେ ବିଫଳ ହେବାରୁ ସାଧାରଣ ଲୋକଙ୍କୁ  ଟାର୍ଗେଟ କରିଥିଲା ପାକିସ୍ତାନ

Key Points

ଗୋଟିଗୋଟି କରି କହିଛନ୍ତି ସେନାଧିକାରୀ

ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ବେଳର ଅନୁଭୂତି ବଖାଣିଲେ ପୁଂଚରେ ନିୟୋଜିତ ବରିଷ୍ଠ ସେନା ଅଧିକାରୀ । ପାକିସ୍ତାନ କିଭଳି ଭାରତ ଉପରେ ଆକ୍ରମଣ କରିଥିଲା ଓ ଭାରତ କିଭଳି ଏହା ଜବାବ ଦେଇଥିଲା ଗୋଟିଗୋଟି କରି କହିଛନ୍ତି ସେନାଧିକାରୀ। ସେ କହିଛନ୍ତି ଅପରେସନ୍ `ସିନ୍ଦୂର’ରେ ବାୟୁ ସେନାର ଶୌର୍ଯ୍ୟ, ପରାକ୍ରମ ସହ ସ୍ଥଳସେନାର ଥିଲା ପ୍ରମୁଖ ଭୂମିକା ।


ପାକିସ୍ତାନର ଭୀରୁତା ଆଚରଣର କଡା ଜବାବ ଦେଇଥିଲା ଭାରତୀୟ ସେନା । ପାକିସ୍ତାନର ଯେ କୌଣସି ଆକ୍ରମଣକୁ ଭାରତ ପ୍ରତିହତ କରିବାକୁ ସମର୍ଥ ହୋଇଥିଲା। ମେ ୬ରେ ଭାରତୀୟ ସେନାର ପୋଷ୍ଟକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ପାକିସ୍ତାନ । ହେଲେ ଏଥିରେ ବିଫଳ ହୋଇଥିଲା ପାକିସ୍ତାନ। ସେନାର ଟାର୍ଗେଟକୁ ଭେଦ କରିବାରେ ବିଫଳ ହେବା ପରେ ପାକିସ୍ତାନ ନିରୀହ ଲୋକଙ୍କୁ ଟାର୍ଗେଟ କରିଥିଲା । ଏପରିକି ସୀମାରେ ଥିବା ଧାର୍ମିକସ୍ଥଳକୁ ଉଡାଇଦେବାକୁ ଷଡଯନ୍ତ୍ର କରିଥିଲା ପାକିସ୍ତାନ ସେନା। ମାତ୍ର ଭାରତୀୟ ଯବାନ ପାକର ସବୁ ଡ୍ରୋନକୁ ଧ୍ବଂସ କରି ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂଚନାଯୋଗ୍ୟ - ପହଲଗାମରେ ଆତଙ୍କବାଦୀ ହିନ୍ଦୁ ପର୍ଯ୍ୟଟକଙ୍କୁ ହତ୍ୟା କରିବା ପରେ ଅପରେସନ ସିନ୍ଦୂର ନାମରେ ମଧ୍ୟ ରାତ୍ରୀରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଉପରେ ମିଶାଇଲ୍‌ ମାଡ଼ କରିଥିଲା ଭାରତ। ଯେଉଁ ସ୍ଥାନରୁ ଭାରତ ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀମାନେ ନୀଳ ନକ୍ସା ପ୍ରସ୍ତୁତ କରୁଥିଲେ ଟ୍ରେନିଂ ନେଉଥିଲେ ସେହି ସ୍ଥାନକୁ ଟାର୍ଗେଟ କରିଥିଲା ଭାରତ।

Sponsored
Indian Army officer shares experience of Operation Sindoor | Argus News