ଆକ୍ରମଣ କରି କ୍ୟାମେରାରେ କଏଦ କରୁଥିଲେ ଭିଡିଓ, କହୁଥିଲେ 'ଯାଅ ତମ ମୋଦୀଙ୍କୁ କହିବ'

ବାହାରେ ଗୁଳି ବର୍ଷା ହେଉଥାଏ । ଟେଣ୍ଟ ଭିତରେ ଥରୁଥାନ୍ତି ପର୍ଯ୍ୟଟକ । ସେନା ପୋଷାକକୁ ହାତରେ ବନ୍ଧୁକ ଧରି ପଶି ଆସିଲେ ଆତଙ୍କବାଦୀ । ଆମକୁ କହିଲେ ତମେ ଇସଲାମର ପଦ ଅର୍ଥାତ୍ କଲମା ଗାଅ । ଯେତେବେଳେ କଲମା ଗାଇ ପାରିଲିନୁ ସେତେବେଳେ ଆଖିବୁଜା ଗୁଳି ଚଳାଇଥିଲେ । ଗୋଟେ ବାଜିଲା ମୁଣ୍ଡରେ...ଗୋଟେ କାନରେ । ଆଉ ଗୋଟିଏ ପିଠିରେ । ଯାହାକୁ ବଖାଣିଛନ୍ତି ସଦ୍ୟ ସଦ୍ୟ ବାପାକୁ ହରାଇଥିବା ଗୋଟେ ଝିଅ ।
ବୟସ 26 ବର୍ଷ । ବାପା ମା ଓ ପୁରା ପରିବାରର ମୋଟ୍ 5 ଜଣଙ୍କ ସହ ବୁଲି ଆସିଥିଲେ ଭାରତର ଭୂସ୍ୱର୍ଗକୁ । ବାପା ବିଜନେସ୍ ମ୍ୟାନ୍ । ଆତଙ୍କୀଙ୍କ ଗୁଳିରେ ସେ ଚିର ଦିନ ପାଇଁ ଶୋଇଯାଇଛନ୍ତି । ବୁକୁ ଫଟେଇ କାନ୍ଦୁଛନ୍ତି ଝିଅ ଓ ମା । ତାଙ୍କ ଆଖି ଆଗରେ ଖାଲି ବାପାଙ୍କର ମୃତ୍ୟୁ ହୋଇନି..ମୃ.ତାଙ୍କ ଦାଦାଙ୍କୁ ମଧ୍ୟ ସେ ହରାଇଛନ୍ତି । ପ୍ରଥମେ ବାପା ଟଳିପଡିବା ପରେ ଅତି ନିର୍ମମ ଭାବେ ଆତଙ୍କୀ ତାଙ୍କ ଦାଦାଙ୍କ ଉପରେ ଗୁଳି ବର୍ଷା କରିଥିଲେ ।
📱 Get Argus News App
✨ଝିଅ କୁହନ୍ତି ଆମେ 5 ଜଣ ବୁଲିବାକୁ ଆସିଥିଲୁ । Mini Switzerlandରେ ବୁଲୁ ବୁଲୁ ହଠାତ୍ ହେଲା ଆକ୍ରମଣ । ପ୍ରଥମେ ଆମେ ଭାବିଲୁ ଏହା ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହେଉଛି । ହେଲେ ଆତଙ୍କବାଦୀମାନେ ସେନା ପୋଷାକରେ ଆସିଥିଲେ । ହେଲମେଟ୍ ପିନ୍ଧିଥିଲେ । ଏହାସହ ହେଲମେଟ୍ ରେ ଲଗାଇଥିଲେ କ୍ୟାମେରା । ଆଉ ପୁରା ଘଟଣାର ଭିଡିଓ କରିଥିଲେ ।
ପ୍ରତି ଟେଣ୍ଟ୍ ଭିତରେ ପସିଥିଲେ ଆତଙ୍କୀ । ହିନ୍ଦୁଙ୍କୁ ଖୋଜି ଖୋଜି ମାରିଥିଲେ । କିଏ ସ୍ୱାମୀକୁ ହରାଇ କାନ୍ଦି କାନ୍ଦି କହୁଥିଲା ଯେ ମୋ ସ୍ୱାମୀକୁ ମାରିଲ ତ ମତେ ମାର । ହେଲେ ଆତଙ୍କୀ ମାରିନଥିଲେ କହିଥିଲେ ଯାଅ ତମ ମୋଦିଙ୍କୁ କହିବ ଆମ କଥା । ଅର୍ଥାତ୍ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମର୍ଥନ କରିଥିବାରୁ ତୁମେ ମାନେ ଦୋଷୀ ବୋଲି କହିଥିଲେ । ଖାଲି ଏତିକି ନୁହେଁ ଆତଙ୍କବାଦୀମାନେ ନୀରିହ ଜନତା ଓ ପିଲାଙ୍କୁ ମାରନ୍ତି ନାହିଁ ଲୋକଙ୍କୁ କହିବାକୁ ତାଙ୍କୁ ବାଧ୍ୟ କରିଥିଲେ । ଆଉ ଆକ୍ରମଣ କରି ଲୋକଙ୍କୁ ଭୟବୀତ କରୁଥିବା ଏହି ଆତଙ୍କବାଦୀମାନେ ପ୍ରମାଣ କରିଦେଲେ ଯେ ସେମାନେ ଗୋଟେ ଗୋଟେ କାପୁରୁଷ । ଗୋଟେ ଗୋଟେ ଭିରୁ....