Operation Sindoor: କ୍ଷେପଣାସ୍ତ୍ର ମାଡ଼ରେ ବିଚଳିତ ପାକିସ୍ତାନ ! ପୁଣି ନୀରିହ ଭାରତୀୟଙ୍କ ନେଲା ଜୀବନ

ଅପରେସନ ସିନ୍ଦୂର ପରେ ବିଚଳିତ ପାକିସ୍ତାନ । ଏଲଓସିରେ କରିଛି ଅସ୍ତ୍ରବିରତି ଉଲ୍ଲଂଘନ । ପାକିସ୍ତାନ ଗୁଳିମାଡ଼ରେ ୧୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହେବା ସହ ୩୮ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଅପରେସନ ସିନ୍ଦୁରରେ ଭୟଭୀତ ପାକିସ୍ତାନ ସାଧାରଣ ଭାରତୀୟଙ୍କୁ ଟାର୍ଗେଟ କରୁଛି ।
ଏଲଓସି ନିକଟସ୍ଥ ଗ୍ରାମଗୁଡ଼ିକ ଉପରେ ତୋପ ଓ ମୋର୍ଟାର ସହିତ ଗୁଳିବର୍ଷା କରିଛି ପାକିସ୍ତାନ ସେନା। ଜଣେ ମହିଳା ଓ ଦୁଇ ଶିଶୁଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବାରାମୁଲ୍ଲା ଜିଲ୍ଲାର ଉରି ସେକ୍ଟରରେ ୧୦ ଜଣ ଏବଂ ରାଜୌରୀ ଜିଲ୍ଲାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଭାରତ ପକ୍ଷରୁ ଜବାବୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏହାସହିତ ଏଲଓସି ଅଞ୍ଚଳରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି ।

ଅନ୍ୟପଟେ ଆଜି ପହଲଗାମ ଆକ୍ରମଣର ବଦ୍ଲା ନେଇଛି ଭାରତ । ଅପରେସନ 'ସିନ୍ଦୂର' ଆରମ୍ଭ ହେବା ପୂର୍ବରୁ ମିଲିଟାରୀ ଷ୍ଟ୍ରାଇକ୍ ନେଇ ସଂକେତ ଦେଇଥିଲା ଆର୍ମିର ଏକ୍ସ ପୋଷ୍ଟ । ପରେ ଜାରି ହେଲା ଭିଡିଓ । ଆତଙ୍କବାଦୀଙ୍କ ଠିକଣାରେ ଆଟାକ୍ ନେଇ ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି ସରକାର । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସ ପୋଷ୍ଟରେ ଲେଖିଲେ ଜୟ ହିନ୍ଦ୍। ପାକିସ୍ତାନରେ ଏୟାର୍ ଷ୍ଟ୍ରାଇକ୍ ନେଇ ଆମେରିକା, ଋଷ, ୟୁକେ, ସାଉଦି ଆରବକୁ ଅବଗତ କରିଛି ଭାରତ ।
ପ୍ରଥମେ ମିଲିଟାରୀ ଷ୍ଟ୍ରାଇକ ନେଇ ସଂକେତ ଆସିଥିଲା ଆର୍ମିର ଏକ୍ସ ପୋଷ୍ଟରୁ । ମଙ୍ଗଳବାର ରାତି 1.28ରେ ଆର୍ମିର ଏକ୍ସ ପୋଷ୍ଟ ଥିଲା READY TO ATTACK, TRAINED TO VICTORY ।
📱 Get Argus News App
✨
ମଙ୍ଗଳବାର ରାତି 1.44... ପାକିସ୍ତାନ ଓ ପାକ ଅଧିକୃତ କାଶ୍ମୀର ଉପରେ ଭାରତ ପକ୍ଷରୁ ମିସାଇଲ ଆଟାକ । ସରକାରଙ୍କ ପକ୍ଷରୁ ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଏୟାର ଷ୍ଟ୍ରାଇକ୍ ନେଇ ଆସିଲା ବଡ଼ ଖବର । ଆତଙ୍କବାଦୀଙ୍କ ଠିକଣାରେ ଆଟାକ୍ ନେଇ ସ୍ପଷ୍ଟ କଲେ ସରକାର ।
ମଙ୍ଗଳବାର ରାତି 1.51... ଆର୍ମି କରିଥିଲା ଆଉ ଏକ ଏକ୍ସ ପୋଷ୍ଟ । ଯେଉଁଥିରେ ଲେଖାଥିଲା Justice is served, Jai hind । ଏହି ଏକ୍ସ ପୋଷ୍ଟ ଆସିବାର କିଛି ସମୟ ଭିତରେ ଭିଡିଓ ପୋଷ୍ଟ କରିଥିଲା ଆର୍ମି । ସୂଚନା ମିଳିଥିଲା, ପାକିସ୍ତାନ ଓ ପିଓକରେ ଥିବା ଆତଙ୍କବାଦୀ ଓ ତାଙ୍କ ଠିକଣା ଉପରେ ହୋଇଥିଲା ହମଲା । ମୋଟ 9ଟି ସ୍ଥାନରେ ବଡ଼ ହମଲା ନେଇ ଖବର ସ୍ପଷ୍ଟ ହେଲା । ଏଇ ସ୍ଥାନ ମଧ୍ୟରେ ଥିଲା ଲକ୍ସର-ଇ-ତୋଇବାର ହେଡକ୍ବାର୍ଟର ମୁରୀଦକେ, ଜୈସ୍ ଏ ମହମ୍ମଦର ହେଡୱାର୍ଟର ବାହାୱଲପୁର । ଏହା ଛଡା ଗୁଲପୁର, ଭିମ୍ବର, ଚକାମ୍ବୁ, କୋଟଲି, ସିଆଲକୋଟରେ ବି ହୋଇଛି ଏୟାର ଷ୍ଟ୍ରାଇକ୍ ।