ଭାରତୀୟ ସେନାକୁ ମିଳିବ ମହାଶକ୍ତି

ନୂଆଦିଲ୍ଲୀ: ଭାରତୀୟ ସେନାକୁ ମିଳିବ ମହାଶକ୍ତି । ଡିଆରଡିଓ ସହଯୋଗରେ ମହିନ୍ଦ୍ରା ଡିଫେନସ୍ ଦ୍ବାରା ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହୋଇଛି ଏହି ଯାନ । ପ୍ରତିକୂଳ ସ୍ଥିତିରେ ମଧ୍ୟ ଏହି କାମ୍ବେଟ ଯାନ ସାହାଯ୍ୟରେ ଭାରତୀୟ ସେନା ଯେକୌଣସି ଦୁର୍ଗମ ସ୍ଥାନରେ ସହଜରେ ପହଞ୍ଚିପାରିବ । ବର୍ତ୍ତମାନ ଏହି ଯାନର ଟ୍ରାଏଲ ରନ ଜାରି ରହିଛି । ଗାଡ଼ିର ଗୁଣବତ୍ତାକୁ ନେଇ ଏକ୍ସ ପୋଷ୍ଟରେ ଖୁସି ପ୍ରକାଶ କରିଛନ୍ତି ମନ୍ଦିନ୍ଦ୍ରା ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ।
ଭାରତୀୟ ସେନାକୁ ଖିବଶୀଘ୍ର ଏହି 18 ଚକିଆ ବିଶ୍ବସ୍ତରୀୟ ସୁରକ୍ଷା ଯାନ ମିଳିବାକୁ ଯାଉଛି ବୋଲି ସେ ଆଶା ପ୍ରକାଶ କରିଛନ୍ତି । ଯାନରେ କେମିକାଲ, ବାୟୋଲୋଜିକାଲ, ରେଡିଓଲୋଜିକାଲ ଓ ନ୍ୟୁକ୍ଲିୟର ଭାରିଏଣ୍ଟ ରହିଥିବାକୁ ଏହା ସେନା ପାଇଁ ବେଶ୍ ଉପଯୋଗୀ ହେବ ବୋଲି ନିର୍ମାଣକାରୀ ଆଶା ରଖିଛନ୍ତି । ଏଥିରେ 6 ଶହ ହର୍ସ ପାୱାର ଡିଜେଲ ଇଞ୍ଜିନ ଲାଗିଛି । ଏଥିରେ ଅସ୍ତ୍ରଶସ୍ତ୍ର ରହିବା ସୁବିଧା ସହ ଏକକାଳୀନ 11 ଜଣ ଯବାନ ଯାତ୍ରା କରିପାରିବେ । ସଡ଼କପଥରେ କାମ୍ବେଟ ଯାନର ସର୍ବାଧିକ ଗତି ଘଣ୍ଟାପ୍ରତି 95 କିଲୋମିଟର ରହିଛି ।
ଅଧିକ ପଢନ୍ତୁ ଭାରତ ଖବର