୧୮ଦିନର ରହଣୀ ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଶୁଭାଂଶୁ

Key Points
ଶୁଭାଂଶୁଙ୍କ ଘର ବାହୁଡ଼ା
ଆଉ କିଛି ସମୟ ପରେ ସମୁଦ୍ର ଜଳଭାଗର ଅବତରଣ କରିବେ ଶୁଭାଂଶୁ
୧୮ଦିନର ରହଣୀ ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି
ଶୁଭାଂଶୁଙ୍କ ଘର ବାହୁଡ଼ା । ଆଉ କିଛି ସମୟ ପରେ ସମୁଦ୍ର ଜଳଭାଗର ଅବତରଣ କରିବେ ଶୁଭାଂଶୁ । ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଚାରି ମହାକାଶଚାରୀଙ୍କ ଚ୍ୟାଲେଂଜପୂର୍ଣ୍ଣ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସ୍ପେସ୍ କ୍ୟାପସୁଲରେ ଫେରୁଛନ୍ତି ଚାରି ମହାକାଶଚାରୀ ଆମେରିକାର ପେଗି ଓ୍ବିଟସନ୍, ଭାରତର ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳା, ପୋଲାଣ୍ଡର ସ୍ଲାଓଜ୍ ଓ୍ବିନସ୍କି ଓ ହଙ୍ଗେରୀର ଟିବର କାପୁ ।
ଅନ୍ ଡକିଂ ପରେ ଚାରି ମହାକାଶଚାରୀଙ୍କୁ ନେଇ ପୃଥିବୀ ଅଭିମୁଖେ ସ୍ପେସ୍ କ୍ରାଫ୍ଟ ଡ୍ରାଗନ୍ । ଆଜି ଭାରତୀୟ ସମୟ ଅପରାହ୍ନ ୩ଟା ବେଳେ ମହାକାଶଚାରୀଙ୍କ ଚାରି ଜଣିଆ ଟିମ୍ ଆମେରିକାର କାଲିଫର୍ଣ୍ଣିଆ ନିକଟରେ ପ୍ରଶାନ୍ତ ମହାସାଗରରେ ଜଳାବତରଣ କରିବ। ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଚାରି ମହାକାଶଚାରୀ ଜୁନ୍ ୨୫ରେ ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଆଉ ୧୮ଦିନର ରହଣୀ ପରେ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି।