Videos
|
National

ଚାକିରିରେ ଯୋଗ ଦେବାର ଦୁଇ ଦିନ ପରେ ଚାଲିଗଲା ଚାକିରି

Smruti Parija
Browse all articles by Smruti Parija
·1 year ago·1 min read
ଚାକିରିରେ ଯୋଗ ଦେବାର ଦୁଇ ଦିନ ପରେ ଚାଲିଗଲା ଚାକିରି

Key Points

ଚାକିରିରେ ଯୋଗ ଦେଉ ଦେଉ ଚାକିରି ଚାଲିଗଲା

ଭାଇରାଲ୍ ହେଉଛି ଯୁବକଙ୍କ ପୋଷ୍ଟ୍

ଯୋଗ ଦେବାର ମାତ୍ର ଦୁଇ ଦିନ ପରେ ଚାଲିଗଲା ଯୁବକଙ୍କ ଚାକିରି

ଚାକିରି ମିଳିବାର ଦୁଇ ଦିନ ପରେ ଚାଲିଗଲା ଯୁବକଙ୍କ ଚାକିରି । ହଠାତ୍ ଚାକିରି ମିଳିବାର ଖୁସି ଆଉ ହଠାତ୍ ଚାକିରି ଯିବାର ଦୁଃଖକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କଲେ ଯୁବକ । ଯାହା ଏବେ ଖୁବ ଭାଇରାଲ୍ ହେଉଛି ।


ଯୁବକଙ୍କ ଦୁଃଖ ଭରା ପୋଷ୍ଟ "ମୁଁ ଦୁଇ ବର୍ଷ ପାଇଁ ଗୁରୁଗ୍ରାମର ଏକ ଛୋଟ କମ୍ପାନୀରେ ଫାଇନାନସିଆଲ୍ ଆନାଲିଷ୍ଟ୍ ଭାବରେ କାମ କରୁଥିଲି । ଜୁଲାଇରେ ଆଉ ଏକ ଜବ୍ ର ଅଫର୍ ଆସିଲା । ନୂଆ ଚାକିରିରେ ମୁଁ ଯୋଗ ଦେଲି । ହେଲେ ନୂଆ ଚାକିରିରେ ଯୋଗ ଦେବାର ଦୁଇ ଦିନ ପରେ ମୋ ଚାକିରି ଚାଲିଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଉ ମୋ ବସ୍ ମୋତେ କହିଛନ୍ତି ଯେ, ଏବେ ସେମାନେ ଅଧିକ ଦାତିୟ୍ୱ ତୁଲାଇପାରୁଥିବା ପ୍ରାର୍ଥୀ ଖୋଜୁଛନ୍ତି । ସେଥିପାଇଁ ମୋତେ ବାହାର କରିଦେଇଛନ୍ତି । ଯଦି ସମ୍ଭବ ହୁଏ କେହି ମୋତେ ନୂଆ ଚାକିରି ଖୋଜିବାରେ ସାହାଯ୍ୟ କରିବେ । କାରଣ ଏହା ମାନସିକ ସ୍ତରରେ ଖୁବ ଆଘାତ ପହଞ୍ଚାଇଛି । ମୁଁ ମୋର ପୂର୍ବ କାମକୁ ମଧ୍ୟ ଫେରି ପାରିବି ନାହିଁ । କାରଣ ମୋ ବଦଳରେ ସେମାନେ ଆଉ ଜଣଙ୍କୁ ରଖିସାରିଲେଣି ।


ତାଙ୍କର ଏହି ପୋଷ୍ଟ ଏବେ ଖୁବ ଭାଇରାଲ୍ ହେଉଛି । କେହି କେହି ତାଙ୍କୁ ଏମିତି ପରିସ୍ଥିତିରେ ମନୋବଳ ଦୃଢ କରିବାକୁ ପରାମର୍ଶ ଦେଇଛନ୍ତି । ପୁଣି କେହି ତାଙ୍କୁ ଆଉ ଚାକିରି ଖୋଜିବାକୁ ପରାମର୍ଶ ଦେଇଛନ୍ତି ।


ଠିକ୍ ସେହିପରି ଅନ୍ୟ ୟୁଜର କହିଛନ୍ତି କମ୍ପାନୀ ନାମରେ ମାମଲା ରୁଜୁ କରିବାକୁ । କାରଣ ବିନା କୌଣସି ନୋଟିସ୍ ବା ଆଗୁଆ ଦରମା ନଦେଇ ଚାକିରିରୁ ଏମିତି ବାହାର କରିଦେବା ଅନୁଚିତ୍ ।

indian-employee-laid-off-two-days-after-joining-company | Argus News