ଉଚ୍ଚ ପାର୍ବତ୍ୟାଞ୍ଚଳରେ ଭାରତୀୟ ଇଞ୍ଜିନିୟରଙ୍କ ଅଭୂତପୂର୍ବ କାରିଗରୀ

Key Points
ନୂଆ ଇତିହାସ ରଚିବ ଭାରତୀୟ ରେଳ । ପ୍ରଥମ ଥର ପାଇଁ ମିଜୋରାମର କ୍ୟାପିଟାଲ ଆଇଜଲରେ ପହଞ୍ଚିବ ଇଣ୍ଡିଆନ ରେଲୱେ । ୫ ଘଣ୍ଟାରେ ହେଉଥିବା ସଡ଼କ ଯାତ୍ରା ଏବେ ୧ ରୁ ଦେଢ଼ ଘଣ୍ଟା ଭିତରେ ପୂରଣ ହେବ।
ନୂଆ ଇତିହାସ ରଚିବ ଭାରତୀୟ ରେଳ । ପ୍ରଥମ ଥର ପାଇଁ ମିଜୋରାମର କ୍ୟାପିଟାଲ ଆଇଜଲରେ ପହଞ୍ଚିବ ଇଣ୍ଡିଆନ ରେଲୱେ । ୫ ଘଣ୍ଟାରେ ହେଉଥିବା ସଡ଼କ ଯାତ୍ରା ଏବେ ୧ ରୁ ଦେଢ଼ ଘଣ୍ଟା ଭିତରେ ପୂରଣ ହେବ। ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପାହାଡ ପର୍ବତ ଜଙ୍ଗଲ ପରିବେଶ ଭିତରେ ଯାତ୍ରା କରିବେ ଯାତ୍ରୀ । ମିଜୋରାମର ବୌରାବି - ସାଇରାଙ୍ଗ ରେଲ ଲାଇନ୍ ଭାରତୀୟ ଇଞ୍ଜିନିୟରିଙ୍ଗର ନୂଆ ପରାକାଷ୍ଠା । ୨୦୧୭ ମସିହା ସର୍ଭେ ଅନୁସାରେ ସୈରାଙ୍ଗରୁ ଆଇଜଲ ଦେଇ ମିଜୋରାମର ଶେଷ ଭାଗ ଯୋରନପୁରୀ ପର୍ଯ୍ୟନ୍ତ ରେଲୱେ ଲାଇନ୍ ବିଛାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ୫୧.୩୮ କିଲୋମିଟର ଦୂରତା ବିଶିଷ୍ଟ ରେଳ ଲାଇନ୍ ରେ ରହିଛି ୪୮ ଟନେଲ, ୫୫ ଟି ବଡ ବ୍ରିଜ, ୮୭ ଟି ମାଇନର ବ୍ରିଜ । ୮୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କାର ପ୍ରୋଜେକ୍ଟ ପାଇଁ ଲାଗିଛି ୧୦ ବର୍ଷରୁ ଅଧିକ ସମୟ । ୨୦୦୯ ରେ ଏହି ପ୍ରୋଜେକ୍ଟକୁ ସ୍ଵୀକୃତି ମିଳିଥିବା ବେଳେ ୨୦୧୪ ରେ ଏହାର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ।
ଉଚ୍ଚ ପାର୍ବତ୍ୟାଞ୍ଚଳରେ ଭାରତୀୟ ଇଞ୍ଜିନିୟରଙ୍କ ଅଭୂତପୂର୍ବ କାରିଗରୀ। ଅନ୍ୟପକ୍ଷେ ଆଜିଠୁ ୩ ଦିନିଆ ଗସ୍ତରେ ପିଏମ ମଣିପୁର ସହ ମିଜୋରାମ, ଆସାମ, ପଶ୍ଚିମବଙ୍ଗ ଓ ବିହାରରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। ପିଏମ ମୋଦି ମିଜୋରାମରେ ବୌରବୀ-ସୈରଙ୍ଗ ରେଳ ପ୍ରକଳ୍ପ ର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଏହି ଗୁରୁତ୍ବପୂର୍ଣ୍ଣ ୫୧ କିଲୋମିଟ ଦୀର୍ଘ ପ୍ରକଳ୍ପରେ ୪୫ଟି ଟନେଲ ଓ ୪୫ଟି ବ୍ରିଜ ନିର୍ମାଣ ହୋଇଛି। ଉଦଘାଟନ ପରେ ଆଜିଠାରୁ ଏହି ରେଳ ଲାଇନରେ ୩ଟି ରେଳ ଯାତାୟତ କରିବ । ମୋଦି ମିଜୋରାମରେ ୯ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହା ସହିତ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ ।