Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଇଣ୍ଡିଆନ୍ ଏକ୍ସପ୍ରେସ୍ ୧୦୦ ଜଣିଆ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ,ମୋଦି ନମ୍ବର ୱାନ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଇଣ୍ଡିଆନ୍ ଏକ୍ସପ୍ରେସ୍ ୧୦୦ ଜଣିଆ ପ୍ରଭାବଶାଳୀ ଭାରତୀୟଙ୍କ ତାଲିକା ,ମୋଦି ନମ୍ବର ୱାନ

୧୦୦ ଜଣିଆ ପ୍ରଭାବଶାଳୀ ଭାରତୀୟ ୨୦୨୫ର ତାଲିକା ପ୍ରକାଶ କରିଛି ଦୈନିକ ସମ୍ବାଦପତ୍ର ଇଣ୍ଡିଆନ୍ ଏକ୍ସପ୍ରେସ୍ । ଯେଉଁଥିରେ ଶୀର୍ଷରେ ଅଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୁଇ ନଂରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ତୃତୀୟ ସ୍ଥାନରେ ଅଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର । ଏହି ତାଲିକାର ୨୨ତମ ସ୍ଥାନରେ ଅଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗତବର୍ଷ ଏହି ତାଲିକାରେ ୩୩ ତମ ସ୍ଥାନରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ନାଁ ଥିବାବେଳେ ଚଳିତ ବର୍ଷ ସେ ୧୧ଟି ରାଙ୍କ ଉପରକୁ ଉଠିଛନ୍ତି। ରିପୋର୍ଟରେ କୁହାଯାଇଛି ଧର୍ମେନ୍ଦ୍ର ପ୍ରଧାନ ୨୦୨୧ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ତୃତୀୟ ମୋଦି କ୍ୟାବିନେଟରେ ଦାୟିତ୍ୱ ବଜାୟ ରଖିବା ପରେ, ସେ ଜାତୀୟ ଶିକ୍ଷା ନୀତି ବା (NEP), ୨୦୨୦ର କାର୍ଯ୍ୟାନ୍ୱୟନର ନେତୃତ୍ୱ ନେଉଛନ୍ତି । ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ସଫଳ ଭାବେ ଲାଗୁ କରାଇଛନ୍ତି ଧର୍ମେନ୍ଦ୍ର । ସେହିପରି NEPର ଅଂଶ ଭାବରେ ନୂତନ ପାଠ୍ୟପୁସ୍ତକ ପ୍ରକାଶନ, ବୋର୍ଡ ପରୀକ୍ଷାରେ ସଂସ୍କାର ଆଣିବା ସହ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏବଂ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ଭଳି ସଂସ୍ଥା ଦ୍ୱାରା ଜାରି କରାଯାଉଥିବା ନୂତନ ନିୟମାବଳୀ ସମେତ ସ୍କୁଲ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଚଳିତ ସଂସ୍କାରଗୁଡ଼ିକୁ ବେଶ ଦକ୍ଷତାର ସହ ତଦାରଖ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।


ସେହିପରି ଇଣ୍ଡିଆନ୍ ଏକ୍ସପ୍ରେସ୍ ପାୱାର ପଞ୍ଚରେ କୁହାଯାଇଛି ଓଡ଼ିଶାରେ ବିଜେପିର ବିଜୟ ପଛରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରହିଥିଲା ପ୍ରମୁଖ ଭୂମିକା । ତାହା ସହ ଧର୍ମେନ୍ଦ୍ରଙ୍କ ରାଜନୈତିକ ଦକ୍ଷତା ଓ ପରାକାଷ୍ଠା ବଳରେ ହରିୟାଣାରେ ଲଗାତାର ତୃତୀୟ ଥର ପାଇଁ ଦଳର ବିଜୟ ହୋଇଥିଲା । ଯେଉଁଠାରେ କି ସେ ଦଳର ନିର୍ବାଚନ ପ୍ରଭାରୀ ଥିଲେ। ସେହିପରି ବିରୋଧୀ ଶାସିତ ରାଜ୍ୟଗୁଡ଼ିକ NEPର ଦିଗଗୁଡ଼ିକୁ ନେଇ କେନ୍ଦ୍ର ବିରୋଦ୍ଧରେ ଲଢ଼େଇ କରୁଥିବାରୁ, PM-SHRI ସ୍କୁଲ ଏବଂ ନୂତନ UGC ନିର୍ଦ୍ଦେଶାବଳୀକୁ ନେଇ ଆଗକୁ ବଢ଼ିବାରେ ଶିକ୍ଷା ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି। ତାଲିକାର ଚତୁର୍ଥ ନମ୍ବରରେ ମୋହନ ଭାଗବତ, 5ମ ସ୍ଥାନରେ ନିର୍ମଳା ସୀତାରମଣ, ଷଷ୍ଠ ସ୍ଥାନରେ ଯୋଗୀ ଆଦିତ୍ୟନାଥ, ସପ୍ତମ ସ୍ଥାନରେ ରାଜନାଥ ସିଂ, ଅଷ୍ଟମ ସ୍ଥାନରେ ଅଶ୍ବିନୀ ବୈଷ୍ଣବ ରହିଛନ୍ତି । ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ବ କରୁଥିବା ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏହି ତାଲିକାର ଅଷ୍ଟମ ସ୍ଥାନରେ ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Express's list of 100 most influential Indians, Modi number one | Argus News