୧୪ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଭାରତୀୟ ଗୁଇନ୍ଦା ବିଭାଗ

ଜମ୍ମୁ-କାଶ୍ମୀରରେ ସକ୍ରିୟ ୧୪ ସ୍ଥାନୀୟ ଆତଙ୍କବାଦୀଙ୍କ ତାଲିକା ଜାରି । ୧୪ ଆତଙ୍କବାଦୀଙ୍କ ତାଲିକା ଜାରି କଲା ଭାରତୀୟ ଗୁଇନ୍ଦା ବିଭାଗ । ତାଲିକାରେ ପାକିସ୍ତାନର ୩ ଆତଙ୍କବାଦୀ ସଂଗଠନରେ କାମ କରୁଥିବା ଆତଙ୍କୀଙ୍କ ନାଁ । ହିଜବୁଲ ମୁହାହିଦ୍ଦିନ, ଜୈଶ୍-ଏ-ମହମ୍ମଦ, ଲସ୍କର-ଏ-ତୋଇବାର ମୋଟ ୧୪ ଆତଙ୍କୀ । ତାଲିକାରେ ଲସ୍କର-ଏ-ତୋଇବାର ସର୍ବାଧିକ ୧୪ ଆତଙ୍କବାଦୀଙ୍କ ନାମ। ତାଲିକାରେ ଜୈସ୍-ଏ-ମହମ୍ମଦ ଓ ହିଜବୁଲ୍ ମୁଜାହିଦ୍ଦିନର ୩ ଜଣ ଲେଖାଏଁ ଆତଙ୍କୀଙ୍କ ନାମ । ୧୪ ଆତଙ୍କବାଦୀଙ୍କ ବୟସ ୨୨ରୁ ୪୦ ବର୍ଷ ମଧ୍ୟରେ ।
୨୦୨୨ରୁ ଜୈଶ୍ ଏ ମହମ୍ମଦ ପାଇଁ କାମ କରୁଛି। ଅବନ୍ତିପୋରାର ଆସିଫ୍ ଅହମ୍ମଦ । ୨୦୨୪ରୁ ଜୈଶ୍ ପାଇଁ କାମ କରୁଛି ପୁଲୱାମାର ଅମିର୍ ନଜିର । ୨୦୨୪ରୁ ଜୈଶରେ କାମ କରୁଛି ପୁଲୱାମାର ବାବର ଅହମ୍ମଦ ଭଟ୍ଟ। ସୋପିଆନର ଆତଙ୍କୀ ଆସିଫ୍ ମହମ୍ମଦ ୨୦୧୫ରୁ ହିଜବୁଲ୍ ପାଇଁ କାମ କରୁଛି । ୨୦୧୮ରୁ ହିଜବୁଲରେ କାମ କରୁଛି ଅନନ୍ତନାଗର ଆତଙ୍କୀ ଜୁବୈର ଅହମ୍ମଦ । ୨୦୨୧ରୁ ହିଜବୁଲରେ କାର୍ଯ୍ୟରତ ଆତଙ୍କବାଦୀ ହାରୁନ୍ ରାସିଦ ଗନି । ୨୦୨୧ରୁ ଲସ୍କର ପାଇଁ କାମ କରୁଛି ସୁପୋର ଜିଲ୍ଲାର ଆଦିଲ ରେହମାନ। ୨୦୨୩ରୁ ଲସ୍କରରେ କାର୍ଯ୍ୟରତ ପୁଲୱାମାର ଆତଙ୍କୀ ହାରିସ୍ ନାଜିର। ୨୦୧୯ରୁ ଲସ୍କର-ଏ-ତୋଇବାରେ କାମ କରୁଛି ଆତଙ୍କୀ ସୋପିଆନର ନାସିର ଅହମ୍ମଦ ।