Videos
|
National

Indian Mountaineer / ଶୁଣିଲେ ହେଉନି ବିଶ୍ୱାସ, ଏମିତି ବିଶ୍ୱ ରେକର୍ଡ କଲେ ଭାରତୀୟ ପର୍ବତାରୋହୀ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଶୁଣିଲେ ହେଉନି ବିଶ୍ୱାସ, ଏମିତି ବିଶ୍ୱ ରେକର୍ଡ କଲେ ଭାରତୀୟ ପର୍ବତାରୋହୀ
Indian Mountaineer

Key Points

ଭାରତୀୟ ପର୍ବତାରୋହୀଙ୍କ ବିଶ୍ୱ ରେକର୍ଡ
ୟୁରୋପର ସର୍ବୋଚ୍ଚ ଶୃଙ୍ଗରେ ଅମ୍ଳଜାନ ବିନା ୨୪ ଘଣ୍ଟା
ଭାରତୀୟ ଯୁବକଙ୍କ ବିଶ୍ୱ ରେକର୍ଡ। ଘଣ୍ଟେ କି ଦି ଘଣ୍ଟା ନୁହେଁ ପାଖାପାଖି ୨୪ ଘଣ୍ଟା ବିନା ଅମ୍ଳଜାନରେ ପାହାଡ ଉପରେ ରହିଲେ। ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ। ପର୍ବତାରୋହଣରେ ଭାରତୀୟଙ୍କ ବିଶ୍ୱ ରେକର୍ଡ । ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ୍ ଏଲବ୍ରଶରେ ଅମ୍ଳଜାନ ବିନା ୨୪ ଘଣ୍ଟା । ଏହା ପୂର୍ବରୁ ବାବୁ ଚିରୀ ଶେର୍ପା ୧୯୯୯ରେ ମାଉଣ୍ଟ୍ ଏଭରେଷ୍ଟ୍ ଶିଖରରେ ଅମ୍ଳଜାନ ବିନା ୨୧ ଘଣ୍ଟା ବିତାଇ ବିଶ୍ୱ ରେକର୍ଡ କରିଥିଲେ । ରୋହତାଶ କହିଛନ୍ତି, ପର୍ବତ ଶିଖରରେ ସ୍ଥିତି ଅତ୍ୟନ୍ତ ଭୟାନକ ଥିଲା । ତାପମାତ୍ରା ବିଯୁକ୍ତ ୫୦ ଡିଗ୍ରୀ ସେଲ୍ସିୟସ ଥିବାରୁ ତାଙ୍କର କୌଣସି ସାଥୀ ସାଙ୍ଗରେ ରହିବାକୁ ପ୍ରସ୍ତୁତ ନ ଥିଲେ ।

ରୋହତାଶ କିନ୍ତୁ ଏକୁଟିଆ ରହିଲେ । ଏହି ସଫଳତାକୁ ସେ ଜାତୀୟ ପତାକା ଓ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି । ଏଭରେଷ୍ଟ୍ର ତାଲିମ ତାଙ୍କୁ ପ୍ରାଣଘାତକ ଥଣ୍ଡାରେ ଜୀବିତ ରହିବା ଓ ଇତିହାସ ରଚିବାକୁ ଶକ୍ତି ଦେଇଥିବା ସେ କହିଛନ୍ତି । ରୋହତାଶ ୨୦୨୧, ମାର୍ଚ୍ଚ ୨୧ରେ ଆଫ୍ରିକା ମହାଦ୍ୱୀପର ସର୍ବୋଚ୍ଚ ଶିଖର ୫,୮୯୫ ମିଟର ଉଚ୍ଚ ମାଉଣ୍ଟ୍ କିଲିମଞ୍ଜାରୋରେ ୨୪ ଘଣ୍ଟା ବିତାଇ ତ୍ରିରଙ୍ଗା ଉଡ଼ାଇଥିଲେ । ଏଥିପାଇଁ ତାଙ୍କ ନାଁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଥିଲା ।

ହରିୟାଣାର ହିସାର ସ୍ଥିତ ମଲାପୁର ବାସିନ୍ଦା ରୋହତାଶ ଖିଲେରୀ ୧୮,୫୧୦ ଫୁଟ ଉଚ୍ଚରେ ଅମ୍ଳଜାନ ବିନା ୨୪ ଘଣ୍ଟା ବିତାଇବା ପରେ ନିଜେ ଭିଡିଓ ପ୍ରସ୍ତୁତ କରିଛନ୍ତି । ସେ ଦାବି କରିଛନ୍ତି, ଏହା ବିଶ୍ୱ ରେକର୍ଡ ଏବଂ ସେ ଏହା କରିଥିବା ବିଶ୍ୱର ପ୍ରଥମ ବ୍ୟକ୍ତି । ରୋହତାଶ ୮ ବର୍ଷ ବୟସରୁ ପର୍ବତାରୋହଣ କରୁଛନ୍ତି ।

ଚଳିତ ମାସ ୨୦ ତାରିଖରେ ରୋହତାଶ ମାଉଣ୍ଟ୍ ଏଲବ୍ରଶ ପର୍ବତ ଉପରେ ପହଞ୍ଚିଥିଲେ । ସେଠାରେ ତାପମାତ୍ରା ବିଯୁକ୍ତ ୪୦ ଡିଗ୍ରୀରୁ ବିଯୁକ୍ତ ୫୦ ଡିଗ୍ରୀ ସେଲ୍ସିୟସ ଥିଲା । ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ଥଣ୍ଡା ପବନ ପ୍ରବାହିତ ହେଉଥିଲା । ରୋହତାଶ ସୋସିଆଲ ମିଡିଆରେ ନିଜର ଅନୁଭବ ଶେୟାର କରି କହିଛନ୍ତି, ଏହି ବିଜୟ ସହଜ ନ ଥିଲା । ୨୦୧୮ରେ ସେ ଏହି ଯାତ୍ରା ଆରମ୍ଭ କରିଥିଲେ । ୨୦୨୦ରେ ଜଣେ ଗାଇଡଙ୍କ ଜୀବନ ବଞ୍ଚାଇବା ଲାଗି ତାଙ୍କୁ ମିଶନ୍ ଛାଡ଼ିବାକୁ ପଡ଼ିଥିଲା । ୨୦୨୩ରେ ଖରାପ ପାଣିପାଗ ତାଙ୍କ ଯାତ୍ରାରେ ବାଧକ ହେଲା । ଏହି ଐତିହାସିକ ମିଶନ ସମୟରେ ରୋହତାଶଙ୍କୁ ଫ୍ରଷ୍ଟ୍ ବାଇଟର ସମ୍ମୁଖୀନ ହେବାକୁ ପଡ଼ିଲା । ଏଥିରେ ସେ ଦୁଇଟି ଆଙ୍ଗୁଳି ହରାଇଲେ । କିନ୍ତୁ ଲକ୍ଷ୍ୟଚ୍ୟୁତ ହେଲେ ନାହିଁ । ଯାହା ଫଳରେ ଆଜି ସେ ବିଶ୍ୱ ରେକର୍ଡ କରିପାରିଛନ୍ତି। କଥାରେ ଅଛି ଯଦି ତୁମ ଲକ୍ଷ୍ୟ ଧାର୍ଯ୍ୟ ତେବେ ଆପଣ ନିଶ୍ଚୟ ବିଜୟ ଲାଭ କରିବେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଦେଶ ଖବର: 

Related Topics

Explore more stories