ଭାରତର ଜାତୀୟ ପତାକା ତ୍ରିରଙ୍ଗାର ମହତ୍ତ୍ଵ ଓ ଇତିହାସ

Key Points
ଭାରତର ଜାତୀୟ ପତାକାରେ ତିନି ପ୍ରକାର ରଙ୍ଗ ରହିଛି । ଉପର ଭାଗରେ ନାରଙ୍ଗୀ ରହିଥିବା ବେଳେ ମଝିରେ ଧଳା ଓ ତଳେ ସବୁଜ ରଙ୍ଗ ସମାନୁପାତରେ ରହିଛି ।
ପ୍ରତ୍ୟେକଟି ସ୍ଵତନ୍ତ୍ର ରାଷ୍ଟ୍ରର ନିଜସ୍ଵ ଏକ ପତାକା ଥାଏ । ଆଉ ଏହା ହେଉଛି ଏକ ସ୍ଵତନ୍ତ୍ର ଦେଶର ସଂକେତ । ଭାରତର ଜାତୀୟ ପତାକାର ବର୍ତ୍ତମାନ ସ୍ଵରୂପକୁ ୨୨ ଜୁଲାଇ ୧୯୪୭ରେ ବସିଥିବା ଭାରତୀୟ ସମ୍ବିଧାନ ସଭା ବୈଠକରେ ଆପଣାଇ ନିଆଯାଇଥିଲା । ଯାହାକି ୧୯୪୭ ଅଗଷ୍ଟ ୧୫ ଦେଶ ସ୍ଵାଧୀନ ହେବାର ଠିକ୍ କିଛିଦିନ ପୂର୍ବରୁ । ଆଉ ଯାହାକୁ ଆମେ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ ଉତ୍ତୋଳନ କରି ଗୌରବାନ୍ଵିତ ମନେ କରୁଛେ ।
ଭାରତର ଜାତୀୟ ପତାକାରେ ତିନି ପ୍ରକାର ରଙ୍ଗ ରହିଛି । ଉପର ଭାଗରେ ନାରଙ୍ଗୀ ରହିଥିବା ବେଳେ ମଝିରେ ଧଳା ଓ ତଳେ ସବୁଜ ରଙ୍ଗ ସମାନୁପାତରେ ରହିଛି । ମଝିରେ ଥିବା ଧଳା ରଙ୍ଗର ମଧ୍ୟରେ ଗଭୀର ନୀଳ ରଙ୍ଗର ଅଶୋକ ଚକ୍ର ରହିଛି । ଏହି ଚକ୍ରରେ ୨୪ଟି ଅର ରହିଛି ।
କେଉଁ ରଙ୍ଗ କ'ଣ ସୂଚାଏ ?
ଜାତୀୟ ପତାକା ତ୍ରିରଙ୍ଗାର ଉପର ଭାଗରେ ଥିବା ନାରଙ୍ଗୀ ରଙ୍ଗ ଦେଶର ଶକ୍ତି ଓ ସାହସକୁ ଦର୍ଶାଇ ଥାଏ । ମଝିରେ ରହିଥିବା ଧଳା ରଙ୍ଗ ଚକ୍ର ସହିତ ଶାନ୍ତି ଓ ସତ୍ୟର ପ୍ରତୀକ । ତଳ ଭାଗରେ ଥିବା ସବୁଜ ରଙ୍ଗ ଉର୍ବରତା, ବୃଦ୍ଧି ଓ ଭୂମିର ପବିତ୍ରତାକୁ ଦର୍ଶାଏ । ସେହିଭଳି ଜାତୀୟ ପତାକାରେ ଥିବା ଅଶୋକ ଚକ୍ରକୁ ବିଧିର ଚକ୍ର କୁହାଯାଏ । ଯାହାକି ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ପୂର୍ବ ମୌର୍ଯ୍ୟ ସମ୍ରାଟ ଅଶୋକଙ୍କ ଦ୍ଵାରା ନିର୍ମିତ ସାରନାଥ ମନ୍ଦିରରୁ ନିଆଯାଇଛି । ଏହି ଚକ୍ରର ଅର୍ଥ ଜୀବନ ଗତିଶୀଳ ଏବଂ ଅଟକିବାର ଅର୍ଥ ମୃତ୍ୟୁ ।
📱 Get Argus News App
✨
୨୦୦୨ ଜାନୁଆରୀ ୨୬ରେ ଭାରତୀୟ ଧ୍ଵଜ ସଂହିତାରେ ସଂଶୋଧନ କରାଯାଇଥିଲା ଏବଂ ଦେଶ ସ୍ଵାଧୀନତାର ଅନେକ ବର୍ଷ ପରେ ଭାରତର ନାଗରିକ ସେମାନଙ୍କ ଘର, କାର୍ଯ୍ୟାଳୟ ଓ କାରଖାନାରେ କେବଳ ରାଷ୍ଟ୍ରୀୟ ଦିବସ ନୁହେଁ କୌଣସି ଦିନରେ ତ୍ରିରଙ୍ଗା ବିନା ବାଧାରେ ଉଡ଼ାଇ ପାରିବେ ।