Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ନୌସେନାକୁ ମିଳିଲା INS ତାରମୁଗଲିର ବଳ 

National

ନୌସେନାକୁ ମିଳିଲା INS ତାରମୁଗଲିର ବଳ 

Manini Pattanayak
Browse all articles by Manini Pattanayak
·2 years ago·1 min read
ନୌସେନାକୁ ମିଳିଲା INS ତାରମୁଗଲିର ବଳ 

ନୂଆଦିଲ୍ଲୀ:  ନୌସେନାକୁ ମିଳିଲା INS ତାରମୁଗଲିର ବଳ । ବିଶାଖାପାଟନମ ନାଭାଲ ଡକ୍ୱାର୍ଡରେ ନୌସେନାରେ ସାମିଲ ହେଲା ଦେଶର ତୃତୀୟ ଫାଷ୍ଟ ଆଟାକ୍‌ ଯୁଦ୍ଧ ଜାହାଜ । ଇଷ୍ଟର୍ଣ୍ଣ ଚିଫ୍‌ ନାଭାଲ କମାଣ୍ଡଙ୍କ ତତ୍ବାବଧାନରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ତେବେ ଏହି ଜାହାଜ ସମୁଦ୍ରରେ ଭାରତର ଶକ୍ତିକୁ ଆହୁରି ବଢ଼ାଇଛି । ତେବେ ଏହି ଯୁଦ୍ଧ ଜାହାଜର ୩ ଥର ନାମକରଣ ହୋଇଥିବା ବେଳେ ଦୁଇଟି ଦେଶ ପାଇଁ ଏହା ସେବା ପ୍ରଦାନ କରିଛି ।

୨୦୦୨ରୁ ୨୦୦୬ ଯାଏ ଏହା ଭାରତକୁ ସେବା ଦେବା ପରେ ଏପ୍ରିଲ ୧୬ ୨୦୦୬ରେ ଏହି ଜାହାଜକୁ ମାଲଦୀପକୁ ଉପହାର ଭାବେ ଦେଇଥିଲା ଭାରତ । ତେବେ କାର୍ଯ୍ୟକାଳ ଶେଷ ହେବା ପରେ ୨୦୨୩ରେ ଏହାକୁ ଭାରତକୁ ଫେରାଇ ଦେଇଥିଲା ମାଲଦୀପ । ପରେ ଏହାର ଯାଞ୍ଚ କରାଯିବା ସହ ନବୀକରଣ କରି ଏହାକୁ ଭାରତୀୟ ନୌସେନାରେ ସାମିଲ କରାଯାଇଛି । ଏହି ଜାହାଜ ସାମିଲ ହେବା ପରେ ନୌସେନାରେ ଫାଷ୍ଟ ଆଟାକ୍‌ ଯୁଦ୍ଧ ଜାହାଜ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Navy inducts fast attack craft INS Tarmugli at Visakhapatnam naval dockyard | Argus News