ଜୁଲାଇ ୧୬ରେ ୟେମେନରେ ଫାଶୀ ପାଇବେ ଭାରତୀୟ ନର୍ସ ନିମିଷା !

Key Points
ଜୁଲାଇ ୧୬ରେ ନିମିଷାଙ୍କୁ ମିଳିବ ଫାଶୀ !
ୟେମେନରେ ଫସିଛନ୍ତି ଭାରତୀୟ ନର୍ସ
ବ୍ଲଡ ମନି ଦେଲେ ମୁକ୍ତି ପାଇପାରନ୍ତି ନିମିଷା
ୟେମେନରେ ଫାଶୀ ପାଇବେ ଭାରତୀୟ ନର୍ସ । ଜୁଲାଇ ୧୬ ଫାଶୀ ଦିଆଯିବା ନେଇ ସୁପ୍ରିମକୋର୍ଟ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି । ହେଲେ ଏବେବି ତାଙ୍କୁ ମୁକୁଳାଇବା ପାଇଁ ସବୁ ପ୍ରକାର ଚେଷ୍ଟା ଚାଲିଛି । ୟେମେନର ଇସଲାମିକ ଲ' ଅନୁସାରେ ଯଦି ପୀଡିତଙ୍କ ପରିବାର ପକ୍ଷରୁ ନିମିଷାଙ୍କୁ କୌଣସି ବ୍ଲଡ ମନି ଅଫର କରାଯାଏ , କିମ୍ବା କ୍ଷମା କରି ଦିଆଯାଏ, ତେବେ ହିଁ ନିମିଷା ଫାଶୀ ପାଇବାରୁ ମୁକ୍ତି ପାଇପାରିବେ । ଏଠାରେ ବ୍ଲଡମନିର ଅର୍ଥ ହେଉଛି, ମୃତକଙ୍କ ପରିବାର ପକ୍ଷରୁ ହତ୍ୟା କରିଥିବା ପରିବାର ସଦସ୍ୟଙ୍କୁ ଯଦି କିଛି ଟଙ୍କା ମଗାଯାଏ ।
ତେବେ ଏନେଇ ମୃତକଙ୍କ ପରିବାର ପକ୍ଷରୁ ନିମିଷାଙ୍କ ପରିବାରକୁ ୧ ମିଲିୟନ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୮ କୋଟି ୩ ଲକ୍ଷ ଟଙ୍କା ଦେବାପାଇଁ ଦାବି କରାଯାଇଛି । କିନ୍ତୁ ବର୍ତ୍ତମାନ ଭାରତରେ ନିମିଷାଙ୍କ ପାଇଁ ଲଢୁଥିବା ସେଭ୍ ନିମିଷା ପ୍ରିୟା ଇଣ୍ଟରନେସନାଲ ଆକ୍ସନ କାଉନ୍ସିଲ ଏବଂ ଅନ୍ୟ ଏନଜିଓ ସଂସ୍ଥା ପକ୍ଷରୁ କେବଳ ୧ କୋଟି ୬ ଲକ୍ଷ ଟଙ୍କା ହିଁ ଉଠାଯାଇପାରିଛି । ତେବେ ମୃତକଙ୍କ ପରିବାରର ଜଣେ ଘନିଷ୍ଠ ସଂପର୍କୀୟ ଏତିକି ଟଙ୍କାରେ ରାଜି ହୋଇ ଯାଇଥିଲେ ମଧ୍ୟ ଅନ୍ୟ କୌଣସି ସଂପର୍କୀୟ ଏଥିରେ ରାଜି ହୋଇନଥିଲେ । ସେପଟେ ୟେମେନରେ ଗୃହଯୁଦ୍ଧ ଚାଲିଥିବାରୁ ଭାରତର କୌଣସି ନାଗରିକ ତଥା ନିମିଷାଙ୍କ ପରିବାର ଲୋକେ ୟେମେନକୁ ଆସିବା ସମ୍ଭବ ନୁହେଁ । ସେପଟେ ମାମଲା ଭାରତ ସୁପ୍ରିମକୋର୍ଟକୁ ଯାଇଥିବା ବେଳେ ସୁପ୍ରିମୋକୋର୍ଟରେ ମଧ୍ୟ ଏହାର ଶୁଣାଣୀ ଜୁଲାଇ ୧୪ରେ ରହିଛି ।
ନିମିଷା ପ୍ରିୟା କେରଳର ବାସିନ୍ଦା ଅଟନ୍ତି । ସେ ପିଲାଦିନୁ ଗରିବ ପରିବାରରେ ଜନ୍ମ ହୋଇଥିଲେ । ହେଲେ ପିଲାଦିନୁ ତାଙ୍କୁ ନର୍ସ ହେବାରେ ଇଚ୍ଛା ଥିଲା । ସେଥିପାଇଁ ସେ ଭାରତ ବାହାରକୁ ଯିବାକୁ ଇଚ୍ଛା କରିଥିଲେ ନର୍ସ ଭାବେ ଚାକିରି କରିବା ପାଇଁ । ୨୦୦୮ରେ ସେ ୟେମେନର ଏକ ସରକାରୀ ହସ୍ପିଟାଲରେ ନର୍ସ ଭାବେ କାମ କରିବା ଆରମ୍ଭ କରିଥିଲେ । ତାଙ୍କର ଆଶା ଥିଲା ସେ ନିଜର କ୍ୟାରିଅର ଖୁବ ଭଲ କରିପାରିବେ ।
ସେହି ହସ୍ପିଟାଲରେ ସେ ୬ ବର୍ଷ ପାଇଁ କାମ କରିଥିଲେ । ୨୦୧୪ରେ ନିମିଷା ଚାହିଁଥିଲେ ୟେମେନରେ ନିଜର ଗୋଟେ କ୍ଲିନିକ୍ ଆରମ୍ଭ କରିବା ପାଇଁ । ଯେଉଁଥିରେ ତାଙ୍କ ସ୍ବାମୀ ତାଙ୍କୁ ଖୁବ ସାହାଯ୍ୟ କରିଥିଲେ । ହେଲେ ୟେମେନର ଲ ଅନୁସାରେ , ଯଦି ଜଣେ ବିଦେଶୀ ୟେମେନରେ ନିଜର ବିଜନେସ ଆରମ୍ଭ କରନ୍ତି , ତେବେ ୟେମେନର ଜଣେ ନାଗରିକ ହିଁ ତାଙ୍କର ବିଜନେସ ପାର୍ଟନର ହୋଇପାରିବେ ।ଏହାପରେ ନିମିଷାଙ୍କ ବିଜନେସ ପାର୍ଟନର ଭାବେ ନିମିଷାଙ୍କୁ ଭେଟ ହୋଇଥିଲେ ତଲାଲ ଅବଦୋ ମହଦି । ତଲାଲ ଅବଦୋ ବିଜନେସ ପାର୍ଟନର ଭାବେ ନିମିଷାଙ୍କୁ ନିର୍ଯ୍ୟାତନା କରିବା ଆରମ୍ଭ କରିଥିଲେ । ସେ ସବୁ ଆଡେ ନିଜକୁ ନିମିଷାଙ୍କ ସ୍ଵାମୀ ବୋଲି କହୁଥିଲେ । ନିମିଷାଙ୍କ ପାସପୋର୍ଟ ଏବଂ ସମସ୍ତ ଡକ୍ୟୁମେଣ୍ଟ ମଧ୍ୟ ସେ ନିଜ ପାଖରେ ରଖୁଥିଲେ ।
ଏହାକୁ ନେଇ ନିମିଷା ଅନେକ ଥର ପୋଲିସଙ୍କୁ ଅଭିଯୋଗ କରିଥିଲେ । ହେଲେ ସେତେବେଳେ ୟେମେନର ଗୃହଯୁଦ୍ଧ ଚାଲିଥିବାରୁ ସେଠାରେ କୌଣସି ପ୍ରଶାସନ ଠିକ ଭାବେ କାମ କରି ପାରୁନଥିଲେ । ସେଥିପାଇଁ ନିଜର ପାସପୋର୍ଟ ଏବଂ ସମସ୍ତ ଡକ୍ୟୁମେଣ୍ଟ ସହ ଭାରତ ଯିବାକୁ ସ୍ଥିର କରିଥିଲେ ନିମିଷା । ହେଲେ ସବୁକିଛି ତଲାଲ ଅବଦୋଙ୍କ ପାଖରେ ଥିବାରୁ ସେ ତାଙ୍କୁ ନିଶା ମେଡିସିନ ଦେଇ ସେଠାରୁ ଫେରାର ହେଇଯିବାର ବ୍ୟବସ୍ଥା କରିଥିଲେ । ହେଲେ ସେ ମେଡିସିନର ମାତ୍ରା ଏତେ ଅଧିକ ଥିଲା ଯେ ସେଥିରେ ସେହି ତଲାଲ ଅବଦୁଙ୍କ ମୃତ୍ୟୁ ହୋଇଥିଲା ।
ଆଉ ଏହାପରେ ସେ ଫେରାର ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ସାଉଦି ଆରବ ବର୍ଡର ପାଖରେ ତାଙ୍କୁ ବନ୍ଦି କରାଯାଇଥିଲା । ୨୦୧୭ରୁ ସେ ବନ୍ଦି ହୋଇ ୟେମେନରେ ଅଛନ୍ତି । ଏବଂ ପରେ ତାଙ୍କୁ ୟୋମୋନ କୋର୍ଟ ପକ୍ଷରୁ ଫାଶୀ ଦିଆଯିବା ନେଇ ଘୋଷଣା କରାଯାଇଥିଲା ।
ତେବେ ଭାରତ ସରକାର ନିମିଷାଙ୍କୁ ବଞ୍ଚାଇବା ପାଇଁ ଏଥିରେ ଇରାନର ମଧ୍ୟ ସହାୟତା ମାଗିଛନ୍ତି । ତେବେ ଯଦି ବ୍ଲଡ ମନି ୧ ମିଲିୟନ ଡଲାର ସଂଗ୍ରହ ହୋଇ ମୃତକଙ୍କ ପରିବାରକୁ ଦିଆଯାଏ, ତାହେଲେ ନିମିଷା ଫାଶୀରୁ ମୁକ୍ତି ପାଇବୋ ବୋଲି