Maruti Suzuki With Indian Oil / ଲୋକଙ୍କ ପାଖରେ ପହଞ୍ଚିବାକୁ ନୂଆ ଟ୍ରେଣ୍ଡ ଷ୍ଟାର୍ଟ କଲେ ଦେଶର ଦୁଇ ବଡ଼ ସଂସ୍ଥା

Key Points
ମାରୁତି ସୁଜୁକି... ଏହି ନାଁ ଭାରତରେ ଘରେ ଘରେ ପରିଚିତ । ସାଧାରଣ ଲୋକଙ୍କ ପାଇଁ ଗାଡ଼ି ପ୍ରସ୍ତୁତ କରୁଥିବା ଏହି ସଂସ୍ଥା ଭାରତୀୟଙ୍କ ହୃଦୟରେ ରହିଛି । ଦେଶରେ ଗାଡ଼ି ବିତରଣ କରୁଥିବା ବଡ଼ ବଡ଼ କମ୍ପାନୀମାନଙ୍କ ମଧ୍ୟରେ ମାରୁତି ସୁଜୁକି ଖୁବ୍ ଆଗରେ ରହିଛି । ଏହି ସଂସ୍ଥା ଏବେ ଲୋକଙ୍କ ପାଖରେ ପହଞ୍ଚି ସର୍ଭିସ ଦେବା ପାଇଁ ଏକ ନୂଆ ପ୍ଲାନ୍ କରିଛି । ଅନ୍ୟ କୌଣସି କମ୍ପାନୀ ଯାହା କେବେ ଚିନ୍ତା ବି କରିନଥିବେ, ଏହି ସଂସ୍ଥା ତାହା କରିବାକୁ ଯାଉଛି । ଏଣିକି ମାରୁତି ସୁଜୁକି ନିଜର ଗ୍ରାହକଙ୍କ ପାଇଁ ଦେଶରେ ୫୦୦୦ରୁ ଅଧିକ ସର୍ଭିସ ସେଣ୍ଟର ଖୋଲିବାକୁ ଯାଉଛି । ଯାହାଦ୍ୱାରା ଛୋଟ ଛୋଟ କାମ ପାଇଁ ଆଉ ଗ୍ରାହକଙ୍କୁ ସର୍ଭିସ ସେଣ୍ଟରେ ଲାଇନ୍ ଲଗାଇବାକୁ ପଡ଼ିବ ନାହିଁ କିମ୍ବା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଲୋକଙ୍କ ପାଖରେ ପହଞ୍ଚିବ ସର୍ଭିସ ସେଣ୍ଟର ।
ଆଉ ଏଭଳି ସୁନ୍ଦର ପ୍ଲାନ୍କୁ କାର୍ଯ୍ୟକାରୀ କରିବାକୁ ଏହି ସଂସ୍ଥା, ଦେଶର ଅଗ୍ରଣୀ ତୈଳ ବିତରଣ କମ୍ପାନୀ ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ଲିମିଟେଡ୍ ସହ ହାତ ମିଶାଇଛି । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆରମ୍ଭ କରିବାକୁ ଯାଉଛି ନୂଆ ଟ୍ରେଣ୍ଡ । ଏଣିକି ପ୍ରତି ଇଣ୍ଡିଆନ ଅଏଲ୍ ପେଟ୍ରୋଲ ପମ୍ପରେ ଖୋଲିବ ମାରୁତି ସୁଜୁକି ସର୍ଭିସ ସେଣ୍ଟର । ଯାହାକି ମାରୁତି ସୁଜୁକି ଗ୍ରାହକଙ୍କ ପାଇଁ ଏକ ବରଦାନ ପାଲଟିବ । ସାରା ଦେଶରେ ପାଖାପାଖି ୫୭୮୦ ଅଧିକ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପରେ ଖୋଲିବାକୁ ଯାଉଛି ମାରୁତି ସୁଜୁକି ସର୍ଭିସ ସେଣ୍ଟର । ଦେଶର ଏହି ଦୁଇ ଅଗ୍ରଣୀ ସଂସ୍ଥାଙ୍କ ମଧ୍ୟରେ ଏକ MOU ସ୍ୱାକ୍ଷରିତ ହୋଇସାରିଛି । ଖୁବ୍ଶୀଘ୍ର ଏନେଇ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଏନେଇ ଇଣ୍ଡିଆନ ଅଏଲ୍ର ମାର୍କେଟିଂ ଡାଇରେକ୍ଟର ସୌମିତ୍ର ପି ଶ୍ରୀବାସ୍ତବ କହିଛନ୍ତି, "ଏହା ଆମ ପାଇଁ ଏକ ବଡ଼ ଉପଲବ୍ଧି । ସାରା ଦେଶରେ ଇଣ୍ଡିଆନ ଅଏଲ୍ର ୪୧,୦୦୦ ତୈଳ ବିତରଣ କେନ୍ଦ୍ର ରହିଛି । ଯଦି ଆମେ ସେଠାରେ ଆମ ଗ୍ରାହକଙ୍କୁ ଅଧିକ ସେବା ଯୋଗାଇ ଦେଇପାରିବୁ, ତେବେ ଏହା ନିଶ୍ଚିତ ଭାବେ ଖୁବ୍ ଭଲ କଥା । ଏହା ଆମ ସଂସ୍ଥା ପାଇଁ ଏକ ପ୍ରକାର ଶୂଭ ସଂକେତ । ଆମେ ଅଧିକ ସେବା ଯୋଗାଇପାରିଲେ ଗ୍ରାହକ ମଧ୍ୟ ଆମ ସହ ଯୋଡ଼ି ହୋଇ ରହିବେ । ତେଣୁ ଆମେ ମାରୁତି ସୁଜୁକି ସହ ହାତ ମେଳାଇଛୁ" ।
ସେହିଭଳି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍ର ଏକ୍ଜିକ୍ୟୁଟିଭ୍ ଅଫିସର (ସର୍ଭିସ) ରାମ ସୁରେଶ ଅକେଲା କହିଛନ୍ତି, "ଆମର ଲକ୍ଷ ହେଉଛି ଲୋକଙ୍କ ହାତ ପାହାନ୍ତାରେ ସେବା ପହଞ୍ଚାଇବା । ଗ୍ରାହକଙ୍କୁ ମାରୁତି ସୁଜୁକି ଗାଡ଼ିର ସର୍ଭିସ କେମିତି ଅତି ସହଜରେ ଉପଲବ୍ଧ କରେଇ ହେବ, ସେନେଇ ଯୋଜନା କରାଯାଇଛି । ଏହାଦ୍ୱାରା ଆମ ଗ୍ରାହକ ଅଧିକ ଉପକୃତ ହେବେ । ତେଣୁ ଆମେ ଦେଶର ସବୁଠାରୁ ଅଗ୍ରଣୀ ତୈଳ ବିତରଣ ସଂସ୍ଥା ସହ ହାତ ମିଶାଇଛୁ । ଏହାଫଳରେ ଖୁବ୍ କମ୍ ସମୟ ମଧ୍ୟରେ ଓ ଅତି ସହଜରେ ମାରୁତି ସୁଜୁକି ଗ୍ରାହକମାନେ ମାଇନର ସମସ୍ୟାର ସେବା ପାଇପାରିବେ । ସେମାନଙ୍କୁ ଆଉ ଲମ୍ବା ସମୟ ପର୍ଯ୍ୟନ୍ତ ସର୍ଭିସ ସେଣ୍ଟରରେ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି କିମ୍ବା ଅଧିକ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆମ ଗ୍ରାହକଙ୍କୁ ଆମେ ଉତ୍ତମ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତି ବଦ୍ଧ"।
📱 Get Argus News App
✨Related Topics
Explore more stories