FBIର ନିର୍ଦ୍ଦେଶକ ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କାଶ ପଟେଲ
·1 year ago·1 min read

ଗୀତା ଛୁଇଁ ଶପଥ ନେଲେ କାଶ ପଟେଲ। FBIର ନିର୍ଦ୍ଦେଶକ ଭାବେ ଶପଥ ନେଲେ ଭାରତୀୟ ବଂଶୋଦ୍ଭବ କାଶ ପଟେଲ। ହ୍ବାଇଟ୍ ହାଉସରେ ଗୀତା ଛୁଇଁ ଶପଥ ନେଲେ କାଶ ପଟେଲ। ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ ସମର୍ଥକ ଭାବେ ଜଣାଶୁଣା କାଶ ପଟେଲ।
FBIର ନିର୍ଦ୍ଦେଶକ ଭାବେ ଗୀତା ଛୁଇଁ ଶପଥ ନେଇଛନ୍ତି ଭାରତୀୟ ବଂଶୋଦ୍ଭବ କାଶ ପଟେଲ । ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପଙ୍କ ଉପସ୍ଥିତିର ଆୟୋଜିତ ଶପଥ ଗ୍ରହଣ ସମାରୋହରେ କାଶ ପଟେଲ ନବମ FBI ନିର୍ଦ୍ଦେଶକ ଭାବେ ଶପଥ ନେଇଥିଲେ । ଗତକାଲି ଭାରତୀୟ ବଂଶୋଦ୍ଭବ କାଶ ପଟେଲଙ୍କୁ FBIର ନିର୍ଦ୍ଦେଶକ ନିଯୁକ୍ତ ଦିଆଯାଇଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୃଢ ସମର୍ଥକ ଭାବେ ଜଣାଶୁଣା କାଶ ପଟେଲଙ୍କ ନିଯୁକ୍ତିକୁ 51-49 ଭୋଟରେ ସିନେଟ୍ରେ ମଂଜୁରି ମିଳିଥିଲା । ୧୯୮୦ ମସିହାରେ ନ୍ୟୁୟର୍କରେ ରହୁଥିବା ଏକ ଗୁଜୁରାଟୀ ପରିବାରରେ ଜନ୍ମ ନେଇଥିଲେ କାଶ ପଟେଲ । ଆନ୍ତର୍ଜାତିକ ଆଇନରେ ସେ ୟୁନାଇଟେଡ କିଙ୍ଗଡମର ଏକ କଲେଜରୁ ଡିଗ୍ରୀ ହାସଲ କରିଛନ୍ତି ।