Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Crime Story / କିଏ ଏହି ଯୁବକ ? କାହିଁକି ଜଣେ ଯୁବତୀଙ୍କ ନେଲା ଜୀବନ ? ଜାଣନ୍ତୁ ପୁରା କାହାଣୀ...

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
କିଏ ଏହି ଯୁବକ ? କାହିଁକି ଜଣେ ଯୁବତୀଙ୍କ ନେଲା ଜୀବନ ? ଜାଣନ୍ତୁ ପୁରା କାହାଣୀ...

Key Points

ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ଆଉ ଏପଟେ ଭାରତୀୟ ଏଜେନ୍ସି ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି କାନାଡ଼ା ପୋଲିସ ।

କାନାଡ଼ାରେ ହତ୍ୟା କରି ଭାରତକୁ ଫେରାର ! ଏମିତି କିଛି ଖବର ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଯଦି ଏହି ଖବର ଆପଣ ଜାଣିପାରୁନାହାନ୍ତି ତେବେ ସାମାନ୍ୟ ଦ୍ୱନ୍ଦ୍ୱରେ ପଡ଼ୁଥିବେ ଆପଣ । ଦ୍ୱନ୍ଦ୍ୱ ଦୂର କରିବା ପାଇଁ ପଢ଼ନ୍ତୁ ପୂରା କାହାଣୀ....

କନାଡ଼ାରେ ଜଣେ ଯୁବକ... ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ହତ୍ୟା କରିଛନ୍ତି । ଆଉ ତାପରେ ସେଠାରୁ ଫେରାର ହୋଇଯାଇଛନ୍ତି । ହତ୍ୟା ଅଭିଯୁକ୍ତ ଜଣକ ଭାରତର ପଞ୍ଜାବ ଅଞ୍ଚଳର ବୋଲି ଜଣାପଡ଼ିଛି । ତେଣୁ କୁହାଯାଉଛି ଯୁବକ ଜଣକ କାନାଡ଼ାରେ ହତ୍ୟା କରିବା ପରେ ପୋଲିସ କବଳରୁ ବର୍ତ୍ତିବା ପାଇଁ ଭାରତ ଚାଲିଆସିଥାଇ ପାରନ୍ତି । ସେପଟେ ତାଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଆଉ ଏପଟେ ଭାରତୀୟ ଏଜେନ୍ସି ସହ ମଧ୍ୟ ଯୋଗାଯୋଗରେ ଅଛନ୍ତି କାନାଡ଼ା ପୋଲିସ ।

କାନାଡ଼ାରେ ଜଣେ ପଞ୍ଜାବୀ ମହିଳାଙ୍କ ହତ୍ୟା

କାନାଡ଼ାର ଓଣ୍ଟାରିଓର ନାଏଗ୍ରା ରିଜନର ଲିଙ୍କନ ସହରରେ ୨୭ ବର୍ଷୀୟ ପଞ୍ଜାବୀ ମହିଳା ଅମନପ୍ରୀତ ସାଇନିଙ୍କୁ ହତ୍ୟା କରାଯାଇଥିଲା। ସ୍ଥାନୀୟ ପୋଲିସ ଏହି ମାମଲାରେ ମନପ୍ରୀତ ସିଂହ ନାମକ ଜଣେ ୨୭ ବର୍ଷୀୟ ଯୁବକଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି କହିଛି। ତାକୁ ଗିରଫ କରିବା ପାଇଁ ୱାରେଣ୍ଟ ମଧ୍ୟ ଜାରି କରାଯାଇଛି।

ଅକ୍ଟୋବର ୨୧ ତାରିଖରେ, ଲିଙ୍କନର ଚାର୍ଲ୍ସ ଡାଲି ପାର୍କରେ ଅମନପ୍ରୀତଙ୍କ ମୃତଦେହ ମିଳିଥିଲା, ତାଙ୍କ ଦେହରେ ଗୁରୁତର ଆଘାତ ଲାଗିଥିଲା। ତଦନ୍ତରୁ ଜଣାପଡିଛି ଯେ ଏହା ଅଚାନକ ଘଟିଥିବା କୌଣସି ଦୁର୍ଘଟଣା ନୁହେଁ ବରଂ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ଥିଲା। ମୃତ ଅମନପ୍ରୀତ ସାଇନି ପଞ୍ଜାବ ସଂଗ୍ରୁର ମୂଳବାସିନ୍ଦା । ଗତ କିଛି ବର୍ଷ ହେବ ସେ ଟୋରଣ୍ଟୋରେ ରହୁଥିଲେ।

ହତ୍ୟା ପରେ ମନପ୍ରୀତ ସିଂହ ଫେରାର୍

ପୋଲିସ ଅନୁଯାୟୀ, ହତ୍ୟା ପରେ ବ୍ରାମ୍ପଟନର ବାସିନ୍ଦା ମନପ୍ରୀତ ସିଂହ ଫେରାର ହୋଇଯାଇଥିଲା। ପୋଲିସ ସନ୍ଦେହ କରୁଛି ଯେ ସେ କାନାଡ଼ା ଛାଡ଼ି ବିଦେଶକୁ ଫେରାର ହୋଇଯାଇଛି । ଆଶଙ୍କା କରାଯାଉଛି ଯେ ସେ ଭାରତ ଫେରି ଆସିଥିବ । ଅଭିଯୁକ୍ତ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ପୋଲିସ କହିଛି ଯେ ଅଭିଯୁକ୍ତ ନିଜର ପରିଚୟ ଲୁଚାଇବା ପାଇଁ ଚେହେରା ବଦଳାଇବାକୁ ଚେଷ୍ଟା କରିପାରେ।

ନାଏଗରା ପୋଲିସ କହିଛି ଯେ ଏବେ କୌଣସି ପ୍ରକାର ବିପଦ ନାହିଁ। ସିସିଟିଭି ଫୁଟେଜ୍ ଏବଂ ସାକ୍ଷୀଙ୍କ ବୟାନ ଆଧାରରେ ତଦନ୍ତ ଆଗକୁ ଚାଲିଛି । ଜନସାଧାରଣଙ୍କୁ କୁହାଯାଇଛି ଯେ ଯଦି କେହି କିଛି ସନ୍ଦିଗ୍ଧଙ୍କୁ ଦେଖନ୍ତୁ କିମ୍ବା କୌଣସି ଭିଡିଓ ରେକର୍ଡିଂ କରନ୍ତି ତେବେ ତୁରନ୍ତ ପୋଲିସକୁ ସୂଚନା ଦେବେ ।

ପ୍ରବାସୀ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନ

ଏହି ଘଟଣା କାନାଡାରେ ଥିବା ଭାରତୀୟ ଏବଂ ପଞ୍ଜାବୀ ସମ୍ପ୍ରଦାୟକୁ ଦୋହଲାଇ ଦେଇଛି। କିଛି ସପ୍ତାହ ପୂର୍ବରୁ ମଧ୍ୟ ଏମିତି ଏକ ହିଂସାତ୍ମକ ଘଟଣା ଘଟିଥିଲା । ଯାହାଫଳରେ ପ୍ରବାସୀ ମହିଳାଙ୍କ ସୁରକ୍ଷା ଉପରେ ପୁଣି ପ୍ରଶ୍ନ ଉଠିଛି। ପୋଲିସ ମନପ୍ରୀତ ସିଂହଙ୍କୁ ଖୋଜୁଛି ଏବଂ ଭାରତ ସମେତ ବିଭିନ୍ନ ଦେଶର ଏଜେନ୍ସି ସହିତ ଯୋଗାଯୋଗରେ ଅଛି। ଅଧିକାରୀମାନେ କହିଛନ୍ତି ଯେ ସେମାନେ ଅଭିଯୁକ୍ତକୁ ଯଥାଶୀଘ୍ର ଧରିବେ ଏବଂ ଅମନପ୍ରୀତଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crime Story | Indian-Origin Woman Murdered In Canada, Suspect Likely Fled To India | Argus News