କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ, ଯୁଦ୍ଧ ପାଇଁ ଛୁଟି ବାତିଲ୍

ନ୍ୟାୟ ପାଇଁ କରାଯାଇଥିବା ଅପରେସନ ସିନ୍ଦୁରରେ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ କରାଯାଇଛି । ପାକିସ୍ତାନର ୪ଟି ଓ ପିଓକେରେ ଥିବା ୯ଟି ଆତଙ୍କୀ ଶିବିର ଉପରେ ୨୪ଥର ଆକ୍ରମଣ କରିଛି ଭାରତ । ୯୦ରୁ ଅଧିକ ଆତଙ୍କୀ ନିପାତ ହୋଇଥିବା ଜାତୀୟ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ୨୫ ମିନିଟ୍ ରେ ଖେଳ ଖତମ୍ । ରାତି ୧ଟା ୫ ରୁ ୧ ଟା ୩୦ ମଧ୍ୟରେ ହୋଇଥିଲା ଅପରେସନ୍ । ଏନେଇ ପୁରା ପାକିସ୍ତାନରେ ଲୋକେ ଭୟବିତ ହୋଇପଡିଥିବାବେଳେ ଯବାନଙ୍କ ଛୁଟି ବାତିଲ କରାଯାଇଛି । ଅର୍ଦ୍ଧ ସାମରିକ ବଳ ମୁଖ୍ୟଙ୍କୁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶ । ଛୁଟିରେ ଥିବା ଅର୍ଦ୍ଧ ସାମରିକ ବଳ ଯବାନ ଯଥା ଶୀଘ୍ର କାର୍ଯ୍ୟରେ ଯୋଗ ଦିଅନ୍ତୁ ।
ସେପଟେ ଆକ୍ରମଣ ନେଇ ଭାରତୀୟ ସେନାର ଆକ୍ରମଣ ନେଇ ସେନା ପକ୍ଷରୁ ପ୍ରେସ୍ ମିଟ୍ କରାଯାଇଛି । କର୍ଣ୍ଣେଲ ସୋଫିଆ କ୍ୟୁରେସି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଯେ, ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିବାକୁ ଅପରେସନ୍ କରାଯାଉଛି । ରାତି ୧.୫ ରୁ ୧.୩୦ ମଧ୍ୟରେ ହୋଇଛି ଅପରେସନ୍ । ମରକଜ୍ ସୁବାହନଲ୍ଲାକୁ କରାଯାଇଛି ଟାର୍ଗେଟ୍ । ସେହିପରି POKରେ ଆତଙ୍କୀ ଶିବିର ଉପରେ ହୋଇଛି ଆକ୍ରମଣ । ସିୟରକୋଟରେ ସର୍ଜଲ କ୍ୟାମ୍ପକୁ ଟାର୍ଗେଟ୍ କରାଯାଇଛି ।
📱 Get Argus News App
✨ପାକିସ୍ତାନର କୌଣସି ସେନା ଠିକଣା ଟାର୍ଗେଟରେ ନଥିଲା । ବିଶ୍ବସନୀୟ ସୂଚନା ଆଧାରରେ ଲକ୍ଷ୍ୟ ଚୟନ କରାଯାଇଥିଲା । ପାକିସ୍ତାନ ଓ POKର ଆତଙ୍କୀ ଠିକଣା ଉପରେ ଆଟାକ୍ ହୋଇଥିବା ନେଇ ସୂଚନା ଦେଇଛନ୍ତି ।
ସେପଟେ ଆକ୍ରମଣ ପରେ ବିମାନ ଉଡାଣ ବନ୍ଦ ରହିଛି । ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମ୍ରିତସର ବିମାନବନ୍ଦରରୁ ଉଡାଣ ବନ୍ଦ କରାଯାଇଛି । ଭୁଜ, ଜାମନଗର, ଚଣ୍ଡିଗଡ ଓ ରାଜକୋଟ୍ ବିମାନବନ୍ଦରରୁ ଉଡାଣ ବନ୍ଦ ରହିଛି । ମେ ୧୦ ତାରିଖ ସକାଳ ୫ଟା ୩୦ ପର୍ଯ୍ୟନ୍ତ ବିମାନ ଉଡାଣ ବନ୍ଦ ରହିଛି । ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ବିମାନ ଚଳାଚଳ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।