ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ପହଞ୍ଚିଛନ୍ତି ମୋଦି

ଅର୍ଗସ ବ୍ୟୁରୋ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି । ସେ ବିଭିନ୍ନ ପ୍ରସଙ୍ଗରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଡିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ସବୁବେଳେ ଶାନ୍ତି ପାଇଁ ଉଦ୍ୟମ କରି ଆସୁଥିବାରୁ ଏହି ଗସ୍ତର ଅନେକ ଗୁରୁତ୍ବ ରହିଛି । ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ରାଷ୍ଟ୍ରପତିଙ୍କ ସହ ରାଜନୈତିକ, ବାଣିଜ୍ୟିକ, ଅର୍ଥନୀତି, ପୁଞ୍ଜି ନିବେଶ, ଶିକ୍ଷା, ସଂସ୍କୃତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଛଅ ସପ୍ତାହ ପୂର୍ବରୁ ପ୍ରଧାନମନ୍ତ୍ରୀ ରୁଷ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କୁ ସହ ଆଲୋଚନା ବେଳେ ଯୁଦ୍ଧର ତୁରନ୍ତ ଅବସାନ ପାଇଁ ଅପିଲ କରିଥିଲେ ।
ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ନେଇ ଭାରତ ସବୁବେଳେ ନିରପେକ୍ଷ ରହିଆସିଛି । ଦୁଇ ଦେଶ ମଧ୍ୟରେ ଆଲୋଚନା ଦ୍ବାରା ସମାଧାନ ପାଇଁ ଭାରତ ବାରମ୍ବାର ଗୁରୁତ୍ବ ଦେଇ ଆସୁଛି । ୟୁକ୍ରେନ୍ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଦୁଇ ଦିନିଆ ପୋଲାଣ୍ଡ ଗସ୍ତରେ ଯାଇଥିଲେ ।
ଅଧିକ ପଢ଼ନ୍ତୁ ବିଦେଶ ଖବର: