Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ବୟାନକୁ ନେଇ ଭାରତୀୟ ରାଜନୀତିରେ ଝଡ଼

National

ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ବୟାନକୁ ନେଇ ଭାରତୀୟ ରାଜନୀତିରେ ଝଡ଼

Ritu Das
Browse all articles by Ritu Das
·1 year ago·1 min read
ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ବୟାନକୁ ନେଇ ଭାରତୀୟ ରାଜନୀତିରେ ଝଡ଼

Key Points

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଏ ବୟାନ ଏବେ ଜାତୀୟ ରାଜନୀତିରେ ସୃଷ୍ଟି କରିଛି ଝଡ଼।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ଏ ବୟାନ ଏବେ ଜାତୀୟ ରାଜନୀତିରେ ସୃଷ୍ଟି କରିଛି ଝଡ଼। ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ଓ ମୃତ୍ୟୁଞ୍ଜୟ ସିଂହଙ୍କ ଦ୍ବାରା ଲିଖିତ ଏକ ପୁସ୍ତକର ଉନ୍ମୋଚନ ସମାରୋହରେ ଦେଶରେ ବିରୋଧୀ ଏକଜୁଟତାକୁ ନେଇ ପ୍ରଶ୍ନ ଉଠାଇବା ସହ ଚିଦାମ୍ବରମ ସ୍ପଷ୍ଟ ଭାବେ କହିଛନ୍ତି, INDI ମେଣ୍ଟର ଭବିଷ୍ୟତ ଭଲ ନୁହେଁ। ଯେଉଁ ଉଦ୍ଦେଶ୍ୟ ନେଇ ଇଣ୍ଡି ମେଣ୍ଟ ଗଠନ ହୋଇଥିଲା ତାହା ସାଧିତ ହୋଇନାହିଁ । ଅନ୍ୟପଟେ ଯେଉଁ ବିଜେପିକୁ ସବୁବେଳେ ବିରୋଧ କରିଆସିଛନ୍ତି ଚିଦାମ୍ବରମ ଏବେ ସେହି ବିଜେପି ସମର୍ଥନରେ ବି କହିଛନ୍ତି ବଡ଼ କଥା। ତାଙ୍କ ଅନୁସାରେ ଗୋଟିଏ ପଟେ ବିରୋଧୀ INDI ମେଣ୍ଟ ଦୁର୍ବଳ ହେଉଥିବାବେଳେ ସମୟ କ୍ରମେ ଶକ୍ତିଶାଳୀ ଦଳ ହୋଇଛି ବିଜେପି।


ଦଳ ଏବେ ପ୍ରତ୍ୟେକ କ୍ଷେତ୍ରରେ ସୁଦୃଢ଼ ଭାବେ ସଂଗଠିତ। ଚିଦାମ୍ବରମଙ୍କ ବୟାନ ଏବେ ବିରୋଧୀ INDI ମେଣ୍ଟର ଅସ୍ଥିତ୍ବ ଓ ଭବିଷ୍ୟତ ଉପରେ ଉଠାଇଛି ବଡ଼ ପ୍ରଶ୍ନ। ତେବେ ପ୍ରଶ୍ନ ହେଲା କାହିଁକି ଫେଲ୍ ହେଲା ବିରୋଧୀ ମେଣ୍ଟ। କେବଳ ମୋଦିଙ୍କୁ ଚ୍ୟାଲେଞ୍ଜ କରିବା ଉପରେ ଧ୍ୟାନ କେନ୍ଦ୍ରୀତ କରିବା ଇଣ୍ଡି ମେଣ୍ଟକୁ ପଡ଼ିଲା କି ମହଙ୍ଗା ? ଆଉ ଏମାନେ ଦୁର୍ବଳ ହେଲା ବିଜେପି ପାଇଁ ଚତୁର୍ଥ ଥର ସରକାର କରିବାକୁ ବାଟ ଫିଟାଇବ କି ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
indian-politics-is-in-turmoil-over-senior-congress-leader-p-chidambarams-statement | Argus News