ଦୀର୍ଘ ୨୭ ବର୍ଷ ପରେ ପର୍ତ୍ତୁଗାଲ ଗସ୍ତରେ ଭାରତୀୟ ରାଷ୍ଟ୍ରପତି
·1 year ago·1 min read

ଦୀର୍ଘ ୨୭ ବର୍ଷ ପରେ ପର୍ତ୍ତୁଗାଲ ଗସ୍ତରେ ଭାରତୀୟ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାରି ଦିନିଆ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତରେ ରହିବେ । ୮ ଏପ୍ରିଲ ଯାଏ ରାଷ୍ଟ୍ରପତି ପର୍ତ୍ତୁଗାଲ ଏବଂ ୯ରୁ ୧୦ ତାରିଖରେ ସ୍ଲୋଭାକିଆ ଗସ୍ତ କରିବେ ରାଷ୍ଟ୍ରପତି । ପର୍ତ୍ତୁଗାଲ ରାଷ୍ଟ୍ରପତି ମାର୍ସେଲ ରେବେଲୋ ଦେ ସୌସାଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପର୍ତ୍ତୁଗାଲ ଗସ୍ତ କଛନ୍ତି । ଭାରତ-ପର୍ତ୍ତୁଗାଲ କୁଟନୈତିକ ସମ୍ପର୍କକୁ ୫୦ ବର୍ଷ ପୂରଣ ହେଉଥିବାରୁ ଏହି ଗସ୍ତକୁ ବେଶ ଗରୁତ୍ବ ଦିଆଯାଉଛ ।
ପିଏମ ମୋଦି ୨୦୧୭ରେ ପର୍ତ୍ତୁଗାଲ ଗସ୍ତକରିଥିଲେ । ରାଷ୍ଟ୍ରପତି ମୁର୍ମୁଙ୍କ ଏହି ଗସ୍ତ ଭାରତରୁ ସ୍ଲୋଭାକିଆକୁ ଦ୍ୱିତୀୟ ସରକାରୀ ଗସ୍ତ ହେବ। ବୈଦେଶିକ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ଦୃଢ଼ ରାଜନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: