Videos
|
National

ଏଣିକି ବ୍ରିଟେନ୍‌ ସହ ଅତି ସହଜ ହେବ ବ୍ୟବସାୟ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ଏଣିକି ବ୍ରିଟେନ୍‌ ସହ ଅତି ସହଜ ହେବ ବ୍ୟବସାୟ !

Key Points

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ଦିନିଆ ବ୍ରିଟେନ ଗସ୍ତ
ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା ସହଯୋଗ ନେଇ ହେବ ଦ୍ବିପାକ୍ଷିକ ଆଲୋଚନା
ବ୍ରିଟେନ୍ ପରେ ଦୁଇ ଦୁନିଆ ମାଳଦ୍ବୀପ ଗସ୍ତରେ ଯିବେ PM
ମାଳଦ୍ବୀପର ୬୦ତମ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ହେବେ ମୁଖ୍ୟ ଅତିଥି

ନୂଆ ସୋପାନରେ ଭାରତ-ୟୁକେ ସଂପର୍କ । ଖୁବଶୀଘ୍ର ଦୁଇ ଦେଶ ମଧ୍ୟରେ ସ୍ବାକ୍ଷର ହେବାକୁ ଯାଉଛି ମୁକ୍ତ ବାଣିଜ୍ୟ ଚୁକ୍ତି । ଦୁଇ ଦିନିଆ ବ୍ରିଟେନ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି - ବ୍ରିଟେନ ପିଏମ କୀର ଷ୍ଟାରମରଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଉପରେ ସାରା ବିଶ୍ବର ନଜର ରହିଛି । ଫ୍ରି ଟ୍ରେଡ ଏଗ୍ରିମେଣ୍ଟକୁ ଚୂଡ଼ାନ୍ତ ରୂପ ଦେବା ଉଭୟ ଦେଶ ପାଇଁ ଐତିହାସିକ ପଦକ୍ଷେପ ହେବାକୁ ଯାଉଛି ।

ଆମେରିକା, ଚୀନ, ରୁଷିଆ ସମେତ ବିଶ୍ବର ବିଭିନ୍ନ ଦେଶରେ ଟାରିଫ ୱାର୍ ଜାରି ରହିଥିବା ବେଳେ ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତି ଉଭୟ ରାଷ୍ଟ୍ର ପାଇଁ ବଡ଼ ସଫଳତା ହେବ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ସଚିବ ବିକ୍ରମ ମିସ୍ରି । ବାଣିଜ୍ୟ ସହ ପ୍ରଧାନମନ୍ତ୍ରୀ ମୋଦି ଓ ବ୍ରିଟେନ ପିଏମ କୀର ଷ୍ଟାରମରଙ୍କ ଦ୍ବିପାକ୍ଷିକ ଆଲୋଚନାରେ ପ୍ରତିରକ୍ଷା, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, ସୁରକ୍ଷା ସହଯୋଗ, AI, ବାୟୋଟେକ୍ନୋଲୋଜି, ସେମିକଣ୍ଡକ୍ଟର ଉତ୍ପାଦନ, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି ପ୍ରସଙ୍ଗ ସ୍ଥାନ ପାଇବା ସମ୍ଭାବନା ରହିଛି ।

ଦୁଇ ଦିନିଆ ବ୍ରିଟେନ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ୨୫-୨୬ରେ ମାଳଦ୍ବୀପ ଗସ୍ତ କରିବେ । ୨୬ ଜୁଲାଇରେ ମାଳଦ୍ବୀପର ୬୦ ତମ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ। ଏହାସହ ଗସ୍ତ ସମୟରେ ମାଳଦ୍ବୀପରେ ଭାରତ ସମର୍ଥିତ ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ମୋଦି।

ଦୁଇ ଦେଶ ମଧ୍ୟରେ ବ୍ୟାପକ ଅର୍ଥନୈତିକ ଏବଂ ସାମୁଦ୍ରିକ ସୁରକ୍ଷା ସହଭାଗିତା ବୃଦ୍ଧି ସହ ପିଏମ ମୋଦିଙ୍କ ଏହି ଗସ୍ତ ବାଣିଜ୍ୟ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ଆଞ୍ଚଳିକ ସହଯୋଗ ବୃଦ୍ଧି ଦିଗରେ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ପୂର୍ବତନ ମାଳଦ୍ବୀପ ରାଷ୍ଟ୍ରପତି । ମାତ୍ର ୨ ବର୍ଷ ମଧ୍ୟରେ ଭାରତ-ମାଳଦ୍ବୀପ ସମ୍ପର୍କରେ ସୁଧାରକୁ ମୋଦି ସରକାରଙ୍କ ବଡ଼ କୁଟନୈତିକ ସଫଳତା ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ବିଶେଷଜ୍ଞ ।

ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରିଟେନ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ପ୍ରବାସୀ ଭାରତୀୟ । ଏହି ଗସ୍ତ ପ୍ରତ୍ୟକ୍ଷ ବିଦେଶୀ ନିବେଶ ବୃଦ୍ଧି ସହ ମେକ୍ ଇନ୍ ଇଣ୍ଡିଆକୁ ନୂଆ ଗତି ଦେବା ସମ୍ଭାବନା ରହିଛି । ସେହିପରି ମାଲଦ୍ବୀପ ଗସ୍ତ ଭାରତ ସରକାରଙ୍କ ପଡୋଶୀ ପ୍ରଥମ ଓ ଆଞ୍ଚଳିକ ସୁରକ୍ଷା ନୀତିକୁ ଦୃଢ଼ କରିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Indian prime minister makes UK state visit to sign landmark trade deal | Argus News