Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

୩୦ ବର୍ଷ ପରେ ଏହି ସବୁ ଦେଶକୁ ଭାରତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ , ଜାଣନ୍ତୁ କଣ ରହିଛି ଉଦ୍ଦେଶ୍ୟ...

Swoyang prajna Mishra
Browse all articles by Swoyang prajna Mishra
·1 year ago·3 min read
୩୦ ବର୍ଷ ପରେ ଏହି ସବୁ ଦେଶକୁ ଭାରତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ , ଜାଣନ୍ତୁ କଣ ରହିଛି ଉଦ୍ଦେଶ୍ୟ...

Key Points

୮ ଦିନରେ ୫ଟି ରାଷ୍ଟ୍ର ଯିବେ ପ୍ରଧାନମନ୍ତ୍ରୀ
୧୦ ବର୍ଷରେ ମୋଦିଙ୍କ ସବୁଠୁ ଲମ୍ବା ବିଦେଶ ଯାତ୍ରା
୩୦ ବର୍ଷ ପରେ ଏହି ସବୁ ଦେଶକୁ ଭାରତ ପ୍ରଧାନମନ୍ତ୍ରୀଙ୍କ ଗସ୍ତ
ଗସ୍ତ ପଛରେ ମୋଦିଙ୍କ ବଡ ଉଦ୍ଦେଶ୍ୟ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ , ଯିଏ ଗୋଟିଏ ଗସ୍ତରେ ଏକାସହ ୩ଟି ଦେଶର ଜାତୀୟ ସଂସଦକୁ ସମ୍ବୋଧିତ କରିବେ । ଦୀର୍ଘ ୩୦ ବର୍ଷ ପରେ ଭାରତର ପ୍ରଧାନମନ୍ତ୍ରୀ ଘାନା ଆର୍ଜେଣ୍ଟିନା ଭଳି ଦେଶକୁ ଗସ୍ତ କରୁଛନ୍ତି । ଆଜିଠୁ ୯ ଜୁଲାଇ ଯାଏଁ ମୋଦିଙ୍କର ଗସ୍ତ ଲଗାତାର ରହିଛି । ତେବେ କେଉଁ ଦେଶକୁ କାହିଁକି ମୋଦିଙ୍କର ଗସ୍ତ ରହିଛି, ଗସ୍ତର ଉଦ୍ଦେଶ୍ୟ କଣ ରହିଛି, ସେ ସମ୍ପର୍କରେ ସମ୍ପୁର୍ଣ୍ଣ ଭାବେ ଆଲୋଚନା କରିବା ।

ପ୍ରଥମେ ମୋଦି ପହଞ୍ଚିବେ ଆଫ୍ରିକାର ଘାନା, ଏହା ପରେ ପହଞ୍ଚିବେ ଟ୍ରିନେଡାଟ ଏବଂ ଟୋବାଗୋ । ଏହାପରେ ପହଞ୍ଚିବେ ଆର୍ଜେଣ୍ଟିନା । ପରେ ପହଞ୍ଚିବେ ବ୍ରାଜିଲ । ସେଠାରୁ ପୁଣି ଆଫ୍ରିକାର ନାମ୍ବିଆ ପହଞ୍ଚିବେ , ସେଠାରୁ ପୁଣି ୯ ଜୁଲାଇରେ ପହଞ୍ଚିବେ ଭାରତ । ତେବେ ଗସ୍ତ ପଛରେ ମୋଦିଙ୍କର ଉଦ୍ଦେଶ୍ୟ ହେଉଛି, ବୈଶ୍ଵିକ ସ୍ତରରେ ଦକ୍ଷିଣ ଦେଶଗୁଡିକର ଉନ୍ନତୀକରଣର କରିବାରେ ସହଯୋଗ କରିବା । କାରଣ ବିଶ୍ଵରେ ଉତ୍ତର ଥିବା ଦେଶ ଯେପରିକି ୟୁରୋପିଆନ ଦେଶ, ଅଷ୍ଟ୍ରେଲିଆ , ଉତ୍ତର ଆମେରିକା ଆଦି ଦେଶଗୁଡିକ ନିଜର ଦବଦ୍‌ବା ବଜାୟ ରଖିଛନ୍ତି । ଯେହେତୁ ଭାରତକୁ ବିଶ୍ଵଗୁରୁ ଭାବେ ଦାୟିତ୍ଵ ନେବାର ଆବଶ୍ୟକତା ରହିଛି, ସେଥିପାଇଁ ଭାରତ ସମେତ ଅନ୍ୟ ଦକ୍ଷିଣ ଦେଶଗୁଡିକୁ ମଧ୍ୟ ଉନ୍ନତୀକରଣ ପଥରେ ଅଗ୍ରସର ହେବାକୁ ପଡିବ ।

ଏଥିସହ ବ୍ରାଜିଲରେ ହେଉଥିବା ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଏଥିରେ ମୁଖ୍ୟ ଏଜେଣ୍ଡା ରହିବ ଭାରତର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣ ସମ୍ପର୍କରେ ଆଲୋଚନା । ପାକିସ୍ତାନ କରିଥିବା ଏହି ଆକ୍ରମଣରେ ଅନ୍ୟ ଦେଶମାନଙ୍କର ପ୍ରତିକ୍ରିୟା କଣ ରହିଛି, ସେହି ସମ୍ପର୍କରେ ଆଲୋଚନା କରାଯିବ । ଏଥିସହ ଭାରତ ନୂତନ ଜ୍ଞାନକୌଶଳ ଯେମିତିକି ୟୁପିଆଇ , ଇନଭେଷ୍ଟମେଣ୍ଟ , ଟ୍ରେଡ୍ ଆଦି ସମ୍ପର୍କରେ ଆଲୋଚନା କରାଯିବ । ଏଥିସହ ଆଫ୍ରିକାରେ ଭ୍ୟାକସିନ ହବ ତିଆରି ହେବା ନେଇ ମଧ୍ୟ ଆଲୋଚନା କରାଯିବ ।

ତେବେ ପ୍ରଥମେ ପ୍ରଧାନମନ୍ତ୍ରୀ ଗସ୍ତ କରିବେ ଘାନା । ଦୀର୍ଘ ୩୦ ବର୍ଷ ପରେ ଘାନା ଗସ୍ତ କରୁଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ସେଠାରେ ସେ ଘାନିଆନ ପାର୍ଲାମେଣ୍ଟକୁ ସମ୍ବୋଧନ କରିବେ । ଏହିଠାରେ ହିଁ ଭ୍ୟାକସିନ ହବ୍‌ର ପ୍ରତିଷ୍ଠା ପାଇଁ ସେ ପ୍ରସ୍ତାବ ଦେବେ । କାରଣ କୋଭିଡ ୧୯ ସମୟରେ ଭାରତ ଭ୍ୟାକିସନ ଯୋଗୁ ଭାରତ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।ଏହାକୁ ଆଗକୁ ଆହୁରି ଅଧିକ ବଢାଇବା ପାଇଁ ଭାରତ ଏପରି ପଦକ୍ଷେପ ନେବାକୁ ଚାହୁଁଛି । ଏଥିସହ ଘାନାର ରାଷ୍ଟ୍ରପତିଙ୍କ ସହ କଥା ହେବେ ମୋଦି ।
ଜୁଲାଇ ୩ରୁ ୪ ମୋଦି ରହିବେ ତ୍ରିନିଦାଦ ଏବଂ ତୋବାଗୋରେ । ଦୀର୍ଘ ୨୫ ବର୍ଷ ପରେ ଏହି ଦେଶ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଏହି ଦେଶରେ ପ୍ରାୟ ୪୦ ପ୍ରତିଶତ ଭାରତୀୟ ବଂଶୋଦ୍ଭବ ରୁହିଛନ୍ତି । ଏଠାରେ ଥିବା କାରିବିଆନ କମ୍ୟୁନିଟି ସହ ସମ୍ପର୍କ ସୁଦୃଢ କରିବା ପାଇଁ ଗସ୍ତ କରୁଛନ୍ତି ମୋଦି ।

୪ ଜୁଲାଇରୁ ୫ ଜୁଲାଇ ଆର୍ଜେଣ୍ଟିନା ଯିବେ ପ୍ରଧାନମନ୍ତ୍ରୀ । ଦୀର୍ଘ ୬୦ ବର୍ଷ ପରେ ଆର୍ଜେଣ୍ଟିନା ଯାଉଛନ୍ତି ଭାରତର ପ୍ରଧାନମନ୍ତ୍ରୀ । ତେବେ ଦୁଇ ଦେଶରେ ଅଧିକରୁ ଅଧିକ ବାଣିଜ୍ୟ ସହଭାଗିତା ତଥା ସାମରିକ କ୍ଷେତ୍ର ସୁଦୃଢ କରିବା ନେଇ ଆଲୋଚନା କରାଯିବ । ଲିଥିୟମ ପ୍ରସ୍ତୁତ କରିବାରେ ଆର୍ଜେଣ୍ଟିନା ସବୁଠୁ ଆଗରେ । ଆଉ ଇଲେକ୍‌ଟ୍ରିକ ଗାଡି ପାଇଁ ଲିଥିୟମର ଅଧିକରୁ ଅଧିକ ଆବଶ୍ୟକତା ରହିଛି । ସେଥିପାଇଁ ବାଣିଜ୍ୟ କ୍ଷେତ୍ରରେ ଆଲୋଚନା କରିବାକୁ ଆର୍ଜେଣ୍ଟିନା ଯିବାକୁ ସ୍ଥିର କରିଛନ୍ତି ମୋଦି । ଏଠାକାର ରାଷ୍ଟ୍ରପତି ଚାଇନାର ବିରୋଧୀ ରାଷ୍ଟ୍ର ହୋଇଥିବାରୁ ଭାରତ ପାଇଁ ଏହା ସୁବିଧାଜନକ ।

ଏହାପରେ ୫ ରୁ ୮ ବ୍ରାଜିଲରେ ରହିବେ ମୋଦି । ବ୍ରାଜିଲରେ ହିଁ ସବୁଠୁ ଅଧିକ ଦିନ ରହିବାର ମୋଦିଙ୍କର ବ୍ୟବସ୍ଥା ରହିଛି ।ବ୍ରାଜିଲରେ ହିଁ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଠାରେ ମଧ୍ୟ ଟ୍ରେଡ , ଆତଙ୍କୀ ଆକ୍ରମଣ ସମ୍ପର୍କୀୟ ଆଲୋଚନା କରାଯିବ । ତେବେ ଚଳିତ ଥର ବ୍ରିକ୍ସ ସମ୍ମିଳନୀରେ ୧୨ ବର୍ଷ ପରେ ଚୀନ ରାଷ୍ଟ୍ରପତି ଅନୁପସ୍ଥିତ ରହିଥିବା କୁହାଯାଉଛି ।


ଏହାପରେ ଜୁଲାଇ ୯ରେ ନାମ୍ବିଆ ଗସ୍ତ କରିବେ ମୋଦି । ଦୀର୍ଘ ୨୭ ବର୍ଷ ପରେ ନାମ୍ବିଆ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ମଧ୍ୟ ରାଷ୍ଟ୍ରପତିଙ୍କ ସହ ରହିଛି ଦ୍ବିପାକ୍ଷିକ ଆଲୋଚନା । ପରେ ନାମ୍ବିଆରେ ଲଞ୍ଚ କରାଯିବ ଭାରତର ୟୁପାଇ ବେସ୍ଡ ଡିଜିଟାଲ ପେମେଣ୍ଟ ସିଷ୍ଟମ ।
ବିଶେଷ ଭାରତର ଟେକ୍ନୋଲୋଜିକୁ ଆଗକୁ ନେବା ପାଇଁ , ସମଗ୍ର ବୈଶ୍ଵିକ ସ୍ତରରେ ଭାରତକୁ ବିଶ୍ଵଗୁରୁ ଭାବେ ତିଆରି କରିବା ଉଦ୍ଦେଶ୍ୟରେ ଏପରି ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Prime Minister visits all these countries after 30 years, know what is the objective | Argus News