Videos
|
National

ମୁଣ୍ଡ ତଳକୁ କଲା ଭାରତୀୟ ରେଳ, କ୍ଷମା ମାଗିଲା ଜୋରିମାନା ବି ଦେଲା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ମୁଣ୍ଡ ତଳକୁ କଲା ଭାରତୀୟ ରେଳ, କ୍ଷମା ମାଗିଲା ଜୋରିମାନା ବି ଦେଲା !

Key Points

ମଥୁରାର ବାସିନ୍ଦା ତୁଙ୍ଗନାଥ ୨୫ ଡିସେମ୍ବର ୧୯୯୯ ରେ ଜଣେ ବନ୍ଧୁଙ୍କ ସହ ମରାଡାବାଦକୁ ଟିକେଟ କିଣିବାକୁ ମଥୁରା କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନକୁ ଯାଇଥିଲେ |

ଆଜିକାଲି ୨୦ ଟଙ୍କାରେ କ’ଣ ବା ମିଳେ ? ଏତିକି ଟଙ୍କାରେ ସକାଳ ଜଳଖିଆ ବି ନିଅଣ୍ଟ ହେବ । କିଏ ଯଦି ଆପଣଙ୍କୁ କୁହେ ୨୦ ଟଙ୍କା ପାଇଁ କେସ କରିବାକୁ, ତେବେ ଆପଣ ହୁଏତ ସେକଥାକୁ ପାଗଳାମୀ କିମ୍ବା ବୋକାମୀ ଭାବିପାରନ୍ତି । ଏତିକି ଟଙ୍କା ପାଇଁ କିଏ କୋର୍ଟର ଚକ୍କର କାଟିବ । ତଥାପି ଏପରି ଏକ ଘଟଣା ଘଟିଛି ଆମ ଏଇ ଭାରତରେ । ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ମାତ୍ର ୨୦ ଟଙ୍କା ପାଇଁ କୋର୍ଟରେ କେସ ଦାୟର କରିବା ସହ ୨୨ ବର୍ଷ ଆଇନଗତ ଯୁଦ୍ଧ ମଧ୍ୟ ଲଢ଼ିଛନ୍ତି ତାପରେ ସେଥିରେ ବିଜୟ ବି ହାସଲ କରିଛନ୍ତି ।


ଉତ୍ତରପ୍ରଦେଶ ମଥୁରାର ବାସିନ୍ଦା ତୁଙ୍ଗନାଥ ଚତୁର୍ବେଦୀ ଭାରତୀୟ ରେଳ ବିରୋଧରେ ଦୀର୍ଘ ବର୍ଷର ଲଢ଼େଇ କରି ଜିତିଛନ୍ତି । ଆଉ ମାତ୍ର ୨୦ ଟଙ୍କା ପାଇଁ ସେ ଭାରତୀୟ ରେଳବାଇକୁ ନାକରେ ପାଣି ପିଆଇ ଦେଇଛନ୍ତି । ଫଳରେ ଭାରତୀୟ ରେଳବାଇ ମୁଣ୍ଡ ନୂଆଇଁ ଜୋରିମାନା ଦେବାକୁ ବାଧ୍ୟ ହୋଇଛି ।


ମଥୁରାର ବାସିନ୍ଦା ତୁଙ୍ଗନାଥ ୨୫ ଡିସେମ୍ବର ୧୯୯୯ ରେ ଜଣେ ବନ୍ଧୁଙ୍କ ସହ ମରାଡାବାଦକୁ ଟିକେଟ କିଣିବାକୁ ମଥୁରା କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନକୁ ଯାଇଥିଲେ । ସେତେବେଳେ ଏହି ଟିକେଟ୍ ମୂଲ୍ୟ ୩୫ ଟଙ୍କା ଥିଲା, ଦୁଇ ଜଣଙ୍କ ପାଇଁ ଏହା ୭୦ ଟଙ୍କା । ତୁଙ୍ଗନାଥ ଟିକେଟ୍ କାଉଣ୍ଟରରେ ଥିବା ବ୍ୟକ୍ତିଙ୍କୁ ୧୦୦ ଟଙ୍କା ଦେଇଥିଲେ, ଯିଏ ୭୦ ଟଙ୍କା ବଦଳରେ ୯୦ ଟଙ୍କା କାଟିଥିଲେ ଏବଂ ବଳକା ଟଙ୍କା ଫେରସ୍ତ ମଧ୍ୟ କରିନଥିଲେ।


ଯାତ୍ରା ଶେଷ କରିବା ପରେ ତୁଙ୍ଗନାଥ ଚତୁର୍ବେଦୀ ମଥୁରା କ୍ୟାଣ୍ଟନମେଣ୍ଟ ରେଳ ଷ୍ଟେସନର ଷ୍ଟେସନ ମାଷ୍ଟର ତଥା ଟିକେଟ୍ ବୁକିଂ କିରାଣୀଙ୍କ ବିରୋଧରେ ଜିଲ୍ଲା ଉପଭୋକ୍ତା କୋର୍ଟରେ ଏକ ମାମଲା ଦାୟର କରିଥିଲେ । ଏହି ମାମଲାର ବିଚାର ୨୦୨୨ ମସିହାରେ ଗ୍ରାହକ କୋର୍ଟରେ ଦିଆଯାଇଥିଲା, ଯେଉଁଥିରେ ୧୨୦ ରୁ ଅଧିକ ଶୁଣାଣି ହୋଇଥିଲା । ଗ୍ରାହକ କୋର୍ଟ ଏକ ମାସ ମଧ୍ୟରେ ବାର୍ଷିକ ୧୨ ପ୍ରତିଶତ ସୁଧ ସହିତ ଅଭିଯୋଗକାରୀଙ୍କୁ ୨୦ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ତାଙ୍କୁ ମକଦ୍ଦମା ତଥା ମାନସିକ ଯନ୍ତ୍ରଣା ପାଇଁ ଅତିରିକ୍ତ ୧୫,୦୦୦ ଟଙ୍କା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Indian Railways lowered its head, apologized and even paid the fine! | Argus News