Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଉ ୩ ଆତଙ୍କବାଦୀଙ୍କର ଘର ଧୂଳିସାତ୍ କଲେ ଭାରତୀୟ ସୁରକ୍ଷା ବାହିନୀ

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଆଉ ୩ ଆତଙ୍କବାଦୀଙ୍କର ଘର ଧୂଳିସାତ୍ କଲେ ଭାରତୀୟ ସୁରକ୍ଷା ବାହିନୀ

ଜାମ୍ମୁ-କାଶ୍ମୀର ପହଲଗାମ୍‌ ହମ୍‌ଲା ପରେ ବଡ଼ ଦମନ ଅପରେସନ୍‌ । ଧୂଳିସାତ୍ ହେଉଛି ଗୋଟିଏ ପରେ ଗୋଟିଏ ଆତଙ୍କୀଙ୍କ ଘର । ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆଉ 3 ଜଣ ଆତଙ୍କବାଦୀଙ୍କ ଘର ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି ଭାରତୀୟ ସୁରକ୍ଷା ବାହିନୀ। ବାନ୍ଦିପୋରା, ପୁଲୱାମା ଓ ସୋପିଆନ୍ ଜିଲ୍ଲାରେ ରହିଛି ଏହି 3 ଆତଙ୍କବାଦୀଙ୍କର ଘର । 3 ଆତଙ୍କବାଦୀ ହେଲେ ଅଦନାନ ସାଫି, ଅମିର୍ ନାଜିର, ଜାମିଲ୍ ଅହମ୍ମଦ ସେରଗୋଜରି। ଗତବର୍ଷ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ସୋପିଆନ୍ ଜିଲ୍ଲାର ୱାନ୍ଦିନା ଗାଁରେ ଥିବା ଆତଙ୍କବାଦୀ ଅଦନାନ ସାଫିର ଘରକୁ ନଷ୍ଟ କରିଦିଆଯାଇଛି । ସେହିପରି ପୁଲୱାମା ଜିଲ୍ଲାର ଆତଙ୍କବାଦୀ ଅମିର୍ ନାଜିର ଏବଂ ବାନ୍ଦିପୋରାରେ ଥିବା ଲସ୍କର ଏ ତୋଇବାର ଆତଙ୍କୀ ଜାମିଲ୍ ଅହମ୍ମଦ ସେରଗୋଜରିର ଘର ବି ଧୂଳିସାତ୍ କରାଯାଇଛି। ଜାମିଲ୍ 2016ରୁ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛି। ଏଥିସହ ମୋଟ 9 ଜଣ ଆତଙ୍କବାଦୀଙ୍କର ଘର ଧୂଳିସାତ୍ ହେଲାଣି ।


ଗତକାଲି ସନ୍ଧ୍ୟାରେ ଉତ୍ତର କାଶ୍ମୀରର ପୁକୱାରାର ସ୍ଥିତ ନାରିକୁଟ ଅଞ୍ଚଳରେ ଥିବା ଲସ୍କର ଏ ତୋଏବା ଆତଙ୍କାବଦୀ ଫାରୁକ ଅହମ୍ମଦ ତେଦବାର ଘରକୁ ବିସ୍ଫୋରଣରେ ଉଡାଇ ଦିଆଯାଇଥିଲା । ଫାରୁକ ଏବେ ପାକିସ୍ତାନରେ ରହି କାଶ୍ମୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ସେନାକୁ ସାହାଯ୍ୟ କରୁଥିବା ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି । ଗତକାଲି ସକାଳେ ପୁଲୱାମା, ସୋପିଆନ୍‌ ଓ କୁଲଗାମ୍‌ରେ ୩ ଆତଙ୍କୀଙ୍କ ଘର ଧୂଳିସାତ୍ କରିଥିଲେ ସୁରକ୍ଷାକର୍ମୀ । ପୁଲୱାମାରେ ଆତଙ୍କୀ ଏହସାନ୍‌, ସୋପିଆନ୍‌ରେ ଆତଙ୍କୀ ଶାହିଦ୍‌ର ଘର ଓ କୁଲଗାମ୍‌ରେ ଆତଙ୍କୀ ଜାକିରର ଘର ମାଟିରେ ମିଶାଇଛନ୍ତି ସୁରକ୍ଷାକର୍ମୀ । ଶୁକ୍ରବାର ଜମ୍ମୁ କାଶ୍ମୀର ବିଜବେହାରାରେ ଆତଙ୍କବାଦୀ ଆଦିଲର ଘର ଧ୍ବଂସ ସ୍ତୁପରେ ପରିଣତ ହୋଇଥିଲା । ସେହିପରି ତ୍ରାଲରେ ଆତଙ୍କବାଦୀ ଆସିଫ ଶେଖର ଘରକୁ ଆଇଡି ବ୍ଲାଷ୍ଟ କରି ଉଡାଇ ଦିଆଯାଇଥିଲା । ଦୁଇ ଆତଙ୍କବାଦୀ ପହଲଗାଓଁ ନରସଂହାରରେ ଥିଲେ ସାମିଲ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian security forces destroyed the houses of three more terrorists | Argus News