Indian Army / ସେନା କୁକୁର ପାଇଁ ୩ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ଯବାନ

Key Points
କୁକୁର ପାଇଁ ୩ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ଯବାନ
ଆତଙ୍କବାଦୀଙ୍କ ବଙ୍କର ଭିତରେ ପଶିଗଲା ସେନା କୁକୁର
୩ ଆତଙ୍କବାଦୀଙ୍କର ମୁଣ୍ଡ ୪ ଫାଳ ହୋଇଗଲା
ସେନା କୁକୁର ପାଇଁ ୩ ଆତଙ୍କବାଦୀଙ୍କୁ ମାରିଲେ ଭାରତୀୟ ଯବାନ
କାହାରିକୁ ଛାଡ଼ିଲେ ନାହିଁ । ଖୋଜି ଖୋଜି ୩ ଆତଙ୍କବାଦୀଙ୍କୁ ମାରିଲେ ଯବାନ । ଆତଙ୍କବାଦୀଙ୍କୁ ମାରିବାରେ ହିରୋ ପାଲଟିଲା ସେନା କୁକୁର ଟାଇସନ । ୩ ଆତଙ୍କବାଦୀଙ୍କୁ ଲହୁଲୁହାଣ କରିଦେଲା । ଆତଙ୍କବାଦୀଙ୍କର ମୁଣ୍ଡ ଚାରି ଚାରି ଫାଳ ହୋଇଗଲା । ଆତଙ୍କବାଦୀଙ୍କ ଉପରେ ହୋଇଛି ଅତର୍କିତ ଆକ୍ରମଣ । ଭାରତୀୟ ଯବାନ ଜୈସ ଏ ମହମ୍ମଦ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିଛନ୍ତି। ଆଉ ଏହି ଏନ୍କାଉଣ୍ଟରରେ ହିରୋ ସାଜିଛି ସେନା କୁକୁର ଟାଇସନ୍। ବଙ୍କର ଭିତରେ ଆତଙ୍କବାଦୀ ଥିବା ଚିହ୍ନଟ କରିବା ପରେ ଯବାନ ଆକ୍ରମଣ କରିଥିଲେ ।
ଏ ହେଉଛି ସେହି କୁକୁର ଟାଇସନ୍ । ପ୍ରଥମେ ଆତଙ୍କବାଦୀଙ୍କ ବଙ୍କର ଭିତରକୁ ଧସେଇ ପଶିଥିଲା । ଆତଙ୍କବାଦୀ ବଙ୍କର ଭିତରେ ଥିବା ଚିହ୍ନଟ କରିବା ପରେ ଆରମ୍ଭ ହୋଇଥିଲା ଆକ୍ରମଣ । ବଙ୍କରକୁ ପୁରା ଧ୍ବଂସ କରିଦିଆଯାଇଛି। ତୁହାକୁ ତୁହା ଗୁଳି ଏବଂ ରକେଟ ଲଞ୍ଚର ମାଡ଼ରେ ଟଳି ପଡ଼ିଥିଲେ ଆତଙ୍କବାଦୀ ମାନେ। ୩ ଜଣ ଜୈସ ଏ ମହମ୍ମଦର ଆତଙ୍କବାଦୀଙ୍କ ମୁଣ୍ଡ ପୁରା ଚାରି ଚାରି ଫାଳ ହୋଇ ଯାଇଛି। ବଙ୍କର ପୁରା ପାଉଁଶରେ ପରିଣତ ହୋଇଛି ।
ପାକିସ୍ତାନରୁ ଆସି କାଶ୍ମୀର କିସ୍ତିଓ୍ବାଡ଼ ଚାତ୍ରୁ ଅଞ୍ଚଳରେ ଲୁଚି ରହିଥିଲେ। ସୂଚନା ମୁତାବକ, ଜାମ୍ମୁକାଶ୍ମୀରରେ ଅନେକ ଆତଙ୍କବାଦୀ ଲୁଚି ରହିଛନ୍ତି। ଯାହାଙ୍କୁ ଖୋଜି ଖୋଜି ଏନ୍କାଉଣ୍ଟର କରୁଛନ୍ତି ଭାରତୀୟ ସେନାର ସ୍ପେଶାଲ ଫୋର୍ସ । ଏବେ ଅପରେସନ ତ୍ରାଶି ୧ ରେ ୩ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି ।
ଆଉ ଏହି ଏନ୍କାଉଣ୍ଟରରେ ହିରୋ ହେଉଛି ସେନା କୁକୁର 'ଟାଇସନ୍'। ଅସାଧାରଣ ସାହସିକତା ପ୍ରଦର୍ଶନ କରି ଆତଙ୍କବାଦୀଙ୍କ ଆଡ୍ଡା ଖୋଜି ବାହାର କରିଥିଲା ସେନା କୁକୁର । ଯାହା ଫଳରେ ତିନିଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ନିହତ ହୋଇଛନ୍ତି। ଟାଇସନ୍ ଗୋଡ଼ରେ ମଧ୍ୟ ଗୁଳି ବାଜିଛି । ଏହି ଏନକାଉଣ୍ଟରରେ ଜୈଶ ଆତଙ୍କବାଦୀ ସୈଫୁଲ୍ଲା ନିହତ ହୋଇଛି ।
ସେ ଗତ ଦୁଇ ବର୍ଷ ଧରି ସେନାକୁ ଚକମା ଦେଇ ଖସି ଯାଉଥିଲା। ପ୍ରାୟ ୨୦ରୁ ଅଧିକ ଥର ବଞ୍ଚିବାରେ ସଫଳ ହୋଇଥିଲା। ନିହତ ଆତଙ୍କବାଦୀଙ୍କ ପାଖରୁ ଦୁଇଟି AK-47 ରାଇଫଲ୍, ଗୋଳାବାରୁଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଏହି ଅପରେସନରେ ରାଜ୍ୟ ପୋଲିସ, CRPF ଏବଂ ସ୍ପେଶାଲ ଫୋର୍ସ ମିଳିତ ଭାବେ ଅଂଶଗ୍ରହଣ କରିଥିଲେ। ଆହତ ଟାଇସନ୍କୁ ତୁରନ୍ତ ଏୟାରଲିଫ୍ଟ କରାଯାଇ ଚିକିତ୍ସା କରାଯାଇଛି ଏବଂ ବର୍ତ୍ତମାନ ତାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।
ପଢନ୍ତୁ ଏହି ଖବର: ୨୦୦ ଫୁଟ ଗଭୀର ଖାଲକୁ ଖସିପଡ଼ିଲା ସେନାଗାଡ଼ି, ୧୦ ଯବାନ ମୃତ
📱 Get Argus News App
✨Related Topics
Explore more stories