ଗୁପ୍ତ ତଥ୍ୟ ହାସଲ କରିବାକୁ ହୋଇଥିଲା ଉଦ୍ୟମ !

Key Points
ତାଙ୍କୁ ଛାଡ଼ିବା ପାଇଁ ବିଏସ୍ଏଫ୍ ଅଧିକାରୀମାନେ ଅନେକ ଥର ଫ୍ଲାଗ୍ ମିଟିଂ କରିଛନ୍ତି
ବିଶ୍ରାମ କରିବାକୁ ଯାଇ ଧରା ପଡିଥିଲେ
ପାକିସ୍ତାନ ବନ୍ଦୀ କରି ରଖିଥିବା ଭାରତୀୟ ଯବାନ ପୂର୍ଣ୍ଣମ କୁମାରଙ୍କୁ ଆଜି ଅଟାରୀ ଓ୍ବାଘା ବର୍ଡର ଦେଇ ଭାରତକୁ ଫେରାଇ ଦେଇଛି। ପୂର୍ଣ୍ଣମ କୁମାର ଭୁଲବଶତଃ ଅନ୍ତର୍ଜାତୀୟ ସୀମା ପାର କରି ୨୩ ଏପ୍ରିଲରେ ପାକିସ୍ତାନକୁ ଚାଲି ଯାଇଥିଲେ। ସେଠାରେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସ ହେପାଜତକୁ ନେଇଯାଇଥିଲେ।
ଜମ୍ମୁ- କାଶ୍ମୀର ପହଲଗାମରେ ହୋଇଥିବା ଆତଙ୍କୀ ଆକ୍ରମଣର ପରଦିନ ହୋଇଥିବାରୁ ଘଟଣାକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲା। କୁହାଯାଉଥିଲା ପୂର୍ଣ୍ଣମକୁ ହେପାଜତକୁ ନେଇ ପାକିସ୍ତାନ ସେନା ଭାରତୀୟ ସେନା ନେଇ କିଛି ଗୁପ୍ତ ତଥ୍ୟ ହାସଲ କରିବାକୁ ଉଦ୍ୟମ କରିଥିଲା।
📱 Get Argus News App
✨୧୮୨ତମ ବିଏସଏଫ ବାଟାଲିୟନର କନଷ୍ଟେବଳ ଥିଲେ ପୂର୍ଣ୍ଣମ୍ କୁମାର ଶା। ସେ ଭାରତ-ପାକିସ୍ତାନ ସୀମା ନିକଟରେ ଏକ ଫାର୍ମ ନିକଟରେ ଡ୍ୟୁଟିରେ ଥିଲେ, ବିଶ୍ରାମ କରିବା ପାଇଁ ଅସାବଧାନତାବଶତଃ ଭାରତୀୟ ସୀମା ବାଡ଼ ପାର କରି ପାକିସ୍ତାନୀ ଅଞ୍ଚଳକୁ ଚାଲିଯାଇଥିଲେ, ଯେଉଁଠାରେ ତାଙ୍କୁ ପାକିସ୍ତାନ ରେଞ୍ଜର୍ସମାନେ ହେପାଜତକୁ ନେଇଥିଲେ।
ଗତ ୨୧ ଦିନ ଭିତରେ ତାଙ୍କୁ ଛାଡ଼ିବା ପାଇଁ ବିଏସ୍ଏଫ୍ ଅଧିକାରୀମାନେ ଅନେକ ଥର ଫ୍ଲାଗ୍ ମିଟିଂ କରିଛନ୍ତି କିନ୍ତୁ ପାକ୍ ତରଫରୁ କୌଣସି ଉତ୍ତର ଆସିନଥିଲା । ଏବେ କୂଟ ନୈତିକ ସ୍ତରରେ ଭାରତକୁ ବଡ଼ ସଫଳତା ମିଳିଛି। ଭାରତୀୟ ଯବାନଙ୍କୁ ପାକିସ୍ତାନ ଫେରାଇଛି।
୨୭ ଫେବୃୟାରୀ ୨୦୧୯ ମସିହାରେ ଭାରତୀୟ ବାୟୁବୀର ଅଭିନନ୍ଦନଙ୍କୁ ବନ୍ଦୀ କରିଥିଲା ପାକିସ୍ତାନ। ପାକିସ୍ତାନରେ ତାଙ୍କୁ ଯୁଦ୍ଧବନ୍ଦୀ ଭାବରେ ଦୁଇ ଦିନ ରଖାଯାଇଥିଲା। ଭାରତ ପକ୍ଷରୁ ଚାପ ପଡିବାରୁ ୨୮ ଫେବୃୟାରୀ ୨୦୧୯ ମସିହାରେ ପାକିସ୍ତାନ ସରକାର ଅଭିନନ୍ଦନଙ୍କୁ ଛାଡିଥିଲେ। ମଇ ପହିଲାରେ ୱାଘା ସୀମାରେ ରାତି ୯ ଟାରେ ଭାରତକୁ ଆସିଥିଲେ।