Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକ ସାହାସୀ ମହିଳା ଗୁପ୍ତଚରର କାହାଣୀ, ଜାଣନ୍ତୁ କେମିତି ପାକିସ୍ତାନରେ ରଚିଥିଲେ ଷଡଯନ୍ତ୍ର...

National

ଏକ ସାହାସୀ ମହିଳା ଗୁପ୍ତଚରର କାହାଣୀ, ଜାଣନ୍ତୁ କେମିତି ପାକିସ୍ତାନରେ ରଚିଥିଲେ ଷଡଯନ୍ତ୍ର...

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଏକ ସାହାସୀ ମହିଳା ଗୁପ୍ତଚରର କାହାଣୀ, ଜାଣନ୍ତୁ କେମିତି ପାକିସ୍ତାନରେ ରଚିଥିଲେ ଷଡଯନ୍ତ୍ର...

Key Points

ଭାରତର ମଧ୍ୟ ସେମିତି ଜଣେ ମହିଳା ଜାସୁସୀ ଥିଲେ, ଯିଏ ପାକିସ୍ତାନର ଅତି ଗୁପ୍ତ ତଥ୍ୟକୁ ଭାରତ ନିକଟରେ ପହଞ୍ଚାଉଥିଲେ । ଆଉ ତାହା ବି ବେଶ ସତର୍କତାର ସହ ।

ଭାରତର ଏକ ଅତ୍ୟନ୍ତ ସାଧାରଣ ପରିବାର ଝିଅ । ବୟସ ୨୦ କି ୨୧ ବର୍ଷ । ଯେଉଁ ବୟସରେ ସାଧାରଣତଃ ଝିଅମାନେ ଯୌବନ ଅବସ୍ଥାରେ ପାଦ ଦିଅନ୍ତି । ମନରେ ଅସୁମାରୀ ସ୍ଵପ୍ନ ଥାଏ , ଅନେକ ଆଶା ଥାଏ । ଆଉ ଅନେକ କିଛି ପାଇବାର ଆକାଂକ୍ଷା ଥାଏ । କିନ୍ତୁ ଏହି ବୟସରେ ଭାରତର ଏପରି ଜଣେ ସାହାସୀ ଝିଅ ଥିଲେ, ଯେ ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ଭାରତକୁ ପାକିସ୍ତାନର ସମସ୍ତ ଗୁପ୍ତତଥ୍ୟ ଦେବାପାଇଁ ସେ ପରିବାର ତ୍ୟାଗ କରିଥିଲେ, ଏବଂ ପାକିସ୍ତାନୀଙ୍କୁ ବିବାହ କରିଥିଲେ । ନା ଥିଲା ସୁନ୍ଦର ବୈବାହିକ ଜୀବନର ସ୍ଵପ୍ନ , ନା ଥିଲା ନିଜ ଜୀବନ ପ୍ରତି ଲୋଭ, କେବଳ ଗୋଟେ ହିଁ ଉଦ୍ଦେଶ୍ୟ ଥିଲା, ତାହା ହେଉଛି, ଭାରତ ମାଆର ରକ୍ଷା କରିବା । ନିଜ ଦେଶ ନିଜ ମାତୃଭୂମିକୁ ଶତ୍ରୁ କବଳରୁ ରକ୍ଷା କରିବା । ଆଉ ସେଥିପାଇଁ ସବୁ ବାଧାବିଘ୍ନକୁ ପାର କରି ସେ ପାଲଟିଥିଲେ ଭାରତର ଗୁପ୍ତଚର । ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତକୁ ସହଯୋଗ କରିବାରେ ତାଙ୍କର ମୁଖ୍ୟ ଭୂମିକା ଥିଲା । ଆଜି ଆମେ ଜାଣିବା ସେମିତି ଜଣେ ମହିଳା ଗୁପ୍ତଚରର କାହାଣୀ ।

ବର୍ତ୍ତମାନ ଭାରତ ପାକିସ୍ତାନର ଯୁଦ୍ଧ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ପାକିସ୍ତାନ ଆତଙ୍କବାଦୀକୁ ସମୂଳେ ହଟାଇବା ପାଲଟିଛି ଭାରତର ମୂଳଲକ୍ଷ । ଆଉ ସେ ଭିତରେ ଅନେକ ପାକିସ୍ତାନ ଜାସୁସୀଙ୍କୁ କାବୁ କରିଛି ଭାରତ । ଭାରତର ମଧ୍ୟ ସେମିତି ଜଣେ ମହିଳା ଜାସୁସୀ ଥିଲେ, ଯିଏ ପାକିସ୍ତାନର ଅତି ଗୁପ୍ତ ତଥ୍ୟକୁ ଭାରତ ନିକଟରେ ପହଞ୍ଚାଉଥିଲେ । ଆଉ ତାହା ବି ବେଶ ସତର୍କତାର ସହ । ଅପରାଧର ପର୍ଦ୍ଦାଫାଶରେ ଆଜି ଆମେ ଜାଣିବା ସେହମତ ଖାନଙ୍କ ସଂପର୍କରେ । କେମିତି ସେ ପାକିସ୍ତାନ ବୋହୁ ହେଲେ , ଆଉ କେମିତି ପାକିସ୍ତାନର ସମସ୍ତ ପ୍ଲାନିଂ ସମ୍ପର୍କରେ ଭାରତକୁ ଜଣାଉଥିଲେ ।

ସେହମତଙ୍କ ଜାଜୁସୀ କାହାଣୀ ଆରମ୍ଭ ହୁଏ ୧୯୭୧ ମସିହାରୁ । ଯେଉଁ ସମୟରେ ଭାରତ ପାକିସ୍ତାନର ଯୁଦ୍ଧ ଆରମ୍ଭ ହେବାକୁ ଯାଉଥିଲା । ଭାରତକୁ ଜଣେ ଏମିତି ଗୁପ୍ତଚରର ଆବଶ୍ୟକତା ଥିଲା, ଯିଏ ପାକିସ୍ତାନର ଅତ୍ୟନ୍ତ ଗୁପ୍ତ ଖବର, ତାର ସବୁ ଯୋଜନାକୁ ଭାରତରେ ପହଞ୍ଚାଇ ପାରିବ । ଏଥିପାଇଁ ଏକ ତାଲିମପ୍ରାପ୍ତ ଭଲ ଗୁପ୍ତଚରର ଆବଶ୍ୟକତା ଥିଲା । ଆଉ ଏହି ସମୟରେ କାଶ୍ମୀରର ଜଣେ ମୁସଲିମ ସ୍ଵାଧିନତା ସଂଗ୍ରାମୀ ନିଜ କଲେଜ ପଢୁଥିବା ଝିଅକୁ ଏଥିପାଇଁ ରାଜି କରାଇଥିଲେ । ସେ ଭାରତର ଗୁପ୍ତଚର ସଂସ୍ଥା ସହ କାର୍ଯ୍ୟ କରୁଥିଲେ । ତାଙ୍କ ଝିଅ ସେହମତ ଖାନ ଥିଲା ଅତ୍ୟନ୍ତ ସାଧାରଣ । କିନ୍ତୁ ଯେତେବେଳେ ତାଙ୍କ ବାପା ତାଙ୍କୁ ଦେଶପାଇଁ ନିଜ ଜୀବନକୁ ବାଜି ଲଗାଇ ଗୁପ୍ତଚର କାମ କରିବାକୁ ପଡିବ ବୋଲି କହିଥିଲେ, ସେତେବେଳେ ରାଜି ହୋଇ ଯାଇଥିଲେ ସେହମତ ।
ଆଉ ଆରମ୍ଭ ହୋଇଥିଲା ଗୁପ୍ତଚର ପାଇଁ ତାଙ୍କର ତାଲିମ । ଟ୍ରେନିଂ ସରିବା ପରେ ସେହମତ ପାକିସ୍ତାନର ଜଣେ ଆର୍ମି ଅଫିସରଙ୍କୁ ବିବାହ କରିଥିଲେ । ଆଉ ନିଜ ଶାଶୁଘର ପାକିସ୍ତାନକୁ ଚାଲି ଯାଇଥିଲେ ।

କାହାଣୀ ସମ୍ପର୍କରେ ଅଧିକ ଜାଣିବା ପାଇଁ ତଳେ ଦିଆଯାଇଥିବା ଭିଡିଓରେ କ୍ଲିକ କରନ୍ତୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Spy Sehmat: The Woman Who Married a Pakistani Officer and Became India’s Secret Weapon | Argus News