ନେପାଳରେ ଫସି ରହିଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅଂଚଳ ଅନେକ ଲୋକ

Key Points
ନେପାଳ ହିଂସା : ରେସକ୍ୟୁ ଅପରେସନ ଆରମ୍ଭ
ନେପାଳ ହିଂସା ଲାଗି ଫସିଛନ୍ତି ଭାରତୀୟ ପର୍ଯ୍ୟଟକ
ବିମାନବନ୍ଦର ବନ୍ଦ ଯୋଗୁ ଫେରିପାରୁନାହାନ୍ତି
୫ହଜାର ଭାରତୀୟ ପର୍ଯ୍ୟଟକଙ୍କୁ କରାଗଲାଣି ଉଦ୍ଧାର
ନେପାଳ ହିଂସା ଲାଗି ଫସିଛନ୍ତି ଭାରତୀୟ ପର୍ଯ୍ୟଟକ। ତ୍ରିଭୂବନ ବିମାନବନ୍ଦର ବନ୍ଦ ହୋଇଥିବାରୁ ଫେରିପାରୁନାହାନ୍ତି ଭାରତୀୟ। ପ୍ରାୟ ୫ହଜାର ଭାରତୀୟ ପର୍ଯ୍ୟଟକଙ୍କ ଭିତରୁ ହଜାରେ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲାଣି । କାଠମାଣ୍ଡୁ, ପୋଖରା ଓ ମୁକ୍ତିନାଥ ଭଳି ପର୍ଯ୍ୟଟନସ୍ଥଳୀ ପ୍ରଭାବିତ ହୋଇଛି। ହିଂସା ମଧ୍ୟରେ ନେପାଳରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ମୋଦି ସରକାର ।
ରେସକ୍ୟୁ ଅପରେସନ ଆରମ୍ଭ ସହ ହେଲପଲାଇନ ନମ୍ୱର ଜାରି କରିଛନ୍ତି ସରକାର। କେମିତି ଭାରତୀୟଙ୍କୁ ରେସକ୍ୟୁ କରିହେବ, ସେ ନେଇ ଭାରତ ସରକାର ନିରନ୍ତର ସମ୍ପର୍କରେ ଅଛନ୍ତି। ରାଜସ୍ଥାନ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସେଲ୍ ଗଠନ କରି ଏହାକୁ ୨୪ ଘଣ୍ଟିଆ ସକ୍ରିୟ କରାଯାଇଛି। ସୀମାବର୍ତ୍ତୀ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ଜାରି ହୋଇଛି ଆଲର୍ଟ ।
କାଠମାଣ୍ଡୁ ବିମାନ ବନ୍ଦନ ବନ୍ଦ ହୋଇଥିଲେ ବି ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଏୟାରପୋର୍ଟ ଖୋଲିବାକୁ ନିଷ୍ପତ୍ତି ନେଇଛି ନେପାଳ ସେନା । ଅନେକ ଭାରତୀୟ ନାଗରିକ ଆଜି ପଶ୍ଚିମବଙ୍ଗର ଦାର୍ଜିଲିଂ ଜିଲ୍ଲାର ପାନିଟଙ୍କି ଦେଇ ଭାରତ-ନେପାଳ ସୀମା ପାର୍ କରି ଭାରତ ଫେରିଲେଣି । ୟୁପି ପୁଲିସ ବି ସ୍ପେଶିଆଲ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିଛି। ୟୁପି-ନେପାଳ ସୀମାରେ ହାଇଆଲର୍ଟ ଜାରି ହୋଇଛି।
ସେପଟେ ନେପାଳରେ ଫସି ରହିଛନ୍ତି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ, ରାଜନଗର ଅଂଚଳରୁ ଅନେକ ଲୋକ । ମଜୁରିଆ ଭାବେ କାମକରି ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ । ଏବେ ନେପାଳେ ଲାଗିରହିଥିବା ହିଂସାରେ ସେମାନେ ଫସିରହିଛନ୍ତି । ପଟ୍ଟାମୁଣ୍ଡାଇ ର ଖଡିପାଳ, ବାଲିପାଟଣା, ପୋଖରୀଆପଡା, ତରଡିପାଳ, ଦାଣ୍ଡିସାହି ଅଂଚଳ ରୁ ବହୁ ଯୁବକ ଅଟକି ରହିଛନ୍ତି l ବାହାରକୁ ବାହାରିପାରୁନାହାନ୍ତି । ନିଜ ଗାଁ କୁ ଆସିପାରୁନାହାନ୍ତି l ସେମାନଂକୁ ଓଡ଼ିଶା ଫେରାଇ ଆଣିବାକୁ ପରିବାର ଲୋକେ ଦାବି କରିଛନ୍ତି l